ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ରୋଡ଼ ରେଳ ଜଙ୍କସନରେ ରହିଲା ଜୁନାଗଡ଼ ରୋଡ଼-ଭୁବନେଶ୍ବର ଏକ୍ସପ୍ରେସ୍ ଟ୍ରେନ୍

-ନିରାଡମ୍ବର ଭାବେ ସ୍ବାଗତ କଲେ ସ୍ଥାନୀୟ ଲୋକେ

-ବାହାନଗା ଟ୍ରେନ୍ ଦୁର୍ଘଟଣାର ମ୍ରୁତକଙ୍କ ଉଦ୍ଦେଶ୍ୟରେ ଶୋକସଭା

ଲାଞ୍ଜିଗଡ଼,୦୪/୦୬(ମନିସ)-ଦୀର୍ଘ ଦିନର ଦାବି ଓ ଅଭିଯୋଗ ଆଜି ଫଳବତୀ ହୋଇଛି ! ଅଞ୍ଚଳର ଲକ୍ଷାଧିକ ଜନସାଧାରଣଙ୍କ ସୁବିଧାକୁ ଆଖି ଆଗରେ ରଖି କଳାହାଣ୍ଡି ଜିଲ୍ଲାର ଏକମାତ୍ର ରେଳ ଜଙ୍କସନ ଲାଞ୍ଜିଗଡ଼ରୋଡ଼ଠାରେ ଆଜି ଜୁନାଗଡ଼ ରୋଡ଼-ଭୁବନେଶ୍ବର ଏକ୍ସପ୍ରେସ୍ ଟ୍ରେନ୍ ରହଣୀ କରିଛି ! ମହାମାରୀ କରୋନାର ଭୟାବହତା ସମୟରୁ ରହଣୀ ବାତିଲ ଥିବା ଏଇ ରେଳ ଜଙ୍କସନରେ କଳାହାଣ୍ଡିର ଲାଇଫ ଲାଇନ୍ କୁହାଯାଉଥିବା ଜୁନାଗଡ଼ରୋଡ଼-ଭୁବନେଶ୍ବର ଏକ୍ସପ୍ରେସ୍ ଟ୍ରେନର ରହଣୀକୁ ନେଇ ଅଞ୍ଚଳବାସୀ ଉତ୍ସାହିତ ହୋଇ ପଡ଼ିଥିବାବେଳେ ଟ୍ରେନ୍ ରହଣୀର ନିର୍ଦ୍ଧାରିତ ସମୟରେ ରେଳ ଷ୍ଚେସନ ପରିସରରେ ଟ୍ରେନକୁ ସ୍ବାଗତ କରିବାକୁ ଉପସ୍ଥିତ ରହିଥିଲେ ! ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ଦ୍ରୁଷ୍ଟିରେ ରଖି ଅତ୍ୟନ୍ତ ନିରାଡମ୍ବର ଭାବେ ଟ୍ରେନ୍ କୁ ସ୍ବାଗତ କରାଯାଇଥିଲା ! ସେହିପରି ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମ୍ରୁତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ଶୋକସଭାର ଆୟୋଜନ କରାଯାଇଥିଲା ! ଏଥିରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ପ୍ରତିନିଧି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ବିଜେପି ସଂଖ୍ୟାଲଘୁ ସେଲର ନେତା ଫିରୋଜ ଖାନ, ବିଜେପି ନେତା ତୁଳସୀ ମାଝୀ, ମଧୁସୂଦନ ବାଗଙ୍କ ସମେତ ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ବିଜେଡି ନେତା ଚନ୍ଦ୍ରଶେଖର ମହାପାତ୍ର, ବରିଷ୍ଠ ନାଗରିକ ଦୀପକ ମହାପାତ୍ର, ଅଭିମନ୍ୟୁ ପାତ୍ର, ନିରଞ୍ଜନ ପାତ୍ର, କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ଗଉଡ଼, କେଶବଚନ୍ଦ୍ର ବାରିକ, ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ସମିତିସଭ୍ୟା ମୁକ୍ତା ଭୋଇ, ନାଏବ ସରପଞ୍ଚ ଅନଙ୍ଗ ମାଝୀ, ପୂର୍ବତନ ସରପଞ୍ଚ ସୂର୍ଯ୍ୟକାନ୍ତି ମାଝୀ, ମହିଳା ନେତ୍ରୀ ସରୋଜିନୀ ପ୍ରଧାନ, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି, ବିଜେପି ଯୁବନେତା ଜ୍ୟୋତିରଞ୍ଜନ ମହାପାତ୍ର, ଯୁବ ଲେଖକ ଓ ସମାଜସେବୀ ସୁଶୀଲ କୁମାର ବାଗଙ୍କ ସମେତ ଶତାଧିକ ମହିଳା, ପୁରୁଷ, ଯୁବବର୍ଗ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ବାହାନଗା ଟ୍ରେନ୍ ଦୁର୍ଘଟଣାର ମ୍ରୁତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ! ଏଇ ଅବସରରେ ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ, ପୁଲିସ କର୍ମୀ ବିଶ୍ବନାଥ ମହଲା ପ୍ରମୁଖ ଶାନ୍ତିଶ୍ରୁଙ୍ଖଳା ରକ୍ଷା ପାଇଁ ଉପସ୍ଥିତ ରହିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ସ୍କୁଲ ସମସ୍ୟାକୁ ନେଇ ସରପଞ୍ଚ ଙ୍କ ତଦାରଖ

Sunil Chandra Nayak

ରାଇରଙ୍ଗପୁର ଲ୍ଯାମ୍ପସରେ ମାଣ୍ଡିଆ ମଣ୍ଡି ଶୁଭ ଉଦଘାଟିତ

Sunil Chandra Nayak

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ ! !

Sunil Chandra Nayak

Leave a Comment

error: Content is protected !!