ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଡ଼ା. ଦେବୀ ପ୍ରସାଦ ମିଶ୍ର ଙ୍କ ଗୋଟିଏ ସନେଟ : ଦୁର୍ଘଟଣା : ଜଗନ୍ନାଥ

ଗୋଟିଏ ସନେଟ:

ଦୁର୍ଘଟଣା : ଜଗନ୍ନାଥ

ଡ଼ା. ଦେବୀ ପ୍ରସାଦ ମିଶ୍ର

ବୋଲାଉଛ ତୁମେ ନାଥ ଜଗତର
ଶୁଭୁନିକି କାନେ ଆର୍ତ୍ତଜନଙ୍କର
ବିକଳେ ଡାକନ୍ତି ରକ୍ଷାକର ବାରେ
ସର୍ବେ ଯେ ଆତଙ୍କିତ ମୃତ୍ୟୁ ଭୟରେ !
ତୁମକୁ ଭଲଲାଗେ ଭକ୍ତଙ୍କ ମେଳ
ଦୁର୍ଘଟଣା ହେଉଛି ସଭିଙ୍କୁ କାଳ
ତୁମ ଦେଖା ନମିଳେ ବିପଦ ସ୍ଥାନେ 
ମରନ୍ତି ପ୍ରିୟ ଯେତେ ଭକତ ଜନେ!!
ତୁମେ ଖାଅ ଛପନ ପଉଟି ଭୋଗ
ସଭିଙ୍କ ପାଇଁ ନାହିଁ ଦାନାର ଯୋଗ 
କେତେ କାଳ ଆଉ ଏମିତି ଚାଲିବ
ସତେକି ଅକାଳ ମରଣ ଟଳିବ !!!
ବୋଲାଅ ତୁମେ ପୁଣି ବଡ଼ ଠାକୁର
କାହିଁ କରୁନ ତେବେ ଏ ଦୁଃଖ ଦୂର !!!!

ଡ଼ା. ଦେବୀ ପ୍ରସାଦ ମିଶ୍ର

         ଢେ଼ଙ୍କାନାଳ

Related posts

ଜୟ କୁମାର ମିଶ୍ର ଙ୍କ କବିତା = ପୋଡ଼ାଶୀ ଘର, ଗାଉଁଲି ଝିଅ

masiha

ମଧୁ ସ୍ମିତା ରାଉତ ଙ୍କ କବିତା = ସ୍ମୃତିରେ ଦିବ୍ୟା

Sunil Chandra Nayak

ଶ୍ରୀ ଚନ୍ଦ୍ର ଶେଖର ଶବର ଙ୍କ କବିତା // ମୌସୁମୀ ପ୍ରବେଶ

Sunil Chandra Nayak

Leave a Comment

error: Content is protected !!