ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ନନ୍ଦିନୀ ରାଉତ ଙ୍କ କବିତା = ସ୍ନାନପୂର୍ଣ୍ଣିମା

  l l ସ୍ନାନପୂର୍ଣ୍ଣିମା l l

ଧନ୍ୟ ମହାପ୍ରଭୁ ଧନ୍ୟହେ 
    ତୁମ୍ଭ ମହାନ ଲୀଳା
ଶ୍ରୀକ୍ଷେତ୍ରରେ ରହି କରୁଛ
    ତୁମ୍ଭେ କେତେ ଯେ ଖେଳା।1।
ଶହେ ଗରା ପୂତ ଜଳରେ
    ତୁମେ କରୁଛ ସ୍ନାନ
ତୁମରି ଦର୍ଶନ ପାଇଣ
   ଆଜି ପତିତ ଧନ୍ୟ ।2।
କୋଟି ଜନ୍ମ ପାପ କଲ୍ମସ
   ଶେଷ କରିବା ପାଇଁ
କାହିଁ କେତେ ଦୁରୁଁ ଭକତ
   ଆଜି ଆସିଛି ଧାଇଁ।3।
ତୋର ଦରଶନ ସତେକି
   ମୋର ଭାଗ୍ୟରେ ନାହିଁ
ମୋସାଥେ କପଟ କରୁଛୁ
   କିଆଁ କଳାଗୋସେଇଁ।4।
ଭକ୍ତ ସାଲବେଗ ନୁହେଁ ମୁଁ
  ନୁହେଁ ଭକ୍ତ ବାଉରୀ
ସଂସାର ବାରିଧି ଜଳରୁ
   ମୋତେ କରିଦେ ପାରି।5।
ତୋର ପାଦପଦ୍ମେ ହୃଦୟ
   ମୋର ରହୁ ନିରତ
ତୁମ୍ଭରି ଦର୍ଶନ କରିବି
   ତୁମ୍ଭ ଦୟା ହେଲେତ।6।
ଯୋଡି ବେନିକର ଡାକୁଛି
   ଆହେ କମଳା ବର
ଦୟାକରି ଥରେ ଶ୍ରୀକ୍ଷେତ୍ର
   ମୋତେ ନିଅ ଏଥର।7।
କରୁଥିବି ତୁମ ଦର୍ଶନ
  ଯାଇ ଶିରିମନ୍ଦିରେ
ଅବଡା ତୁମର ପାଇବି
  ଏହି ଆଶା ମନରେ।8।
ତୁମରି ଦର୍ଶନେ ମିଳିବ
   ମୋତେ ପରମ ଶାନ୍ତି
ରହିଥାଉ ମନ ମନ୍ଦିରେ
   ସଦା ତୁମରି ମୂର୍ତ୍ତୀ।9।

ନନ୍ଦିନୀ ରାଉତ

ଅନୁଗୋଳ

Related posts

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା l l ଜଗନ୍ନାଥ ଦାରୁବ୍ରହ୍ମ

Sunil Chandra Nayak

ଜଗମୋହନ ପଟ୍ଟନାୟକ ଙ୍କ କବିତା // ବସୁଧା କାନ୍ଦୁଛି

Sunil Chandra Nayak

ସ୍ୱାଗତିକା ସାହୁ ଙ୍କ କବିତା l l ନୂଆ ବରଷ l l

Sunil Chandra Nayak

Leave a Comment

error: Content is protected !!