ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା କୁସ୍ତି ଖେଳାଳି ମାନଙ୍କୁ ଯୈାନ ନିର୍ଯ୍ୟାତନା ଦେଇଥିବା ଅଭିଯୁକ୍ତ ବିଜେପି ସାଂସଦଙ୍କୁ ଗିରଫ ଦାବିରେ ଓ ବିଜେପି ସରକାରଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସର ଦମନଲୀଳା ବିରୋଧରେ ସଂଯୁକ୍ତ କିଷାନ ମୋର୍ଚା( SKM) ତରଫରୁ ଦେଶ ବ୍ୟାପୀ ପ୍ରତିବାଦ

ରାୟଗଡା -: ଚଳିତ ମାସ 05 06 2023 ତାରିଖରେ ସଂଯୁକ୍ତ କିଷାନ ମୋର୍ଚା (SKM) ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଠାରେ ପ୍ରତିବାଦ କରିବା ସହ ବ୍ରିଜ ଭୁଷଣ ସିଂ କ କୁସ ପୁତଲା ପୋଡା ଯାଇଥିଲା l ମହିଳା କୁସ୍ତି ଯୋଦ୍ଧା ମାନେ ଦେଶ ବିଦେଶରେ ନିଜର କଳା କୈାଶଳ ପ୍ରଦର୍ଶନ କରି ଦେଶର ସୁନାମ ବୃଦ୍ଧି କରୁଥିଲେ ଏବଂ ସ୍ୱୟଂ ପ୍ରଧାନମନ୍ତ୍ରୀ ତା’ର ଶ୍ରେୟ ନେଉଥିଲେ, ଏବେ ତାହାର ଅସଲ ଚେହେରା ପଦାରେ ପଡିଯାଇଛି। 

ମହିଳା କୁସ୍ତି ଯୋଦ୍ଧା ମାନଙ୍କ ପ୍ରତି ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଯୈାନ ନିର୍ଯାତନା ଘଟଣାରେ ଶାସକ ବିଜେପିର ଲଜ୍ଜା ଜନକ ନୀରବତା ଓ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ନେତୃବୃନ୍ଦ ଅଭିଯୋଗ କରିଛନ୍ତି।। ଅପରପକ୍ଷରେ ମହିଳା କୁସ୍ତି ଯୋଦ୍ଧା ମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଦମନ କରିବା ପାଇଁ ବିଜେପି ସରକାରଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସ ଯେପରି ଅମାନବୀୟ ଓ ବର୍ବୋରୋଚିତ ଆଚରଣ କରିଚାଲିଛି, ତାହାକୁ କୃଷକ ସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଉଛି । 

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ‘ବେଟି ପଢାଓ ଓ ବେଟି ବଢାଓ’ ସ୍ଲୋଗାନ ଦେଉଥିବା ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ବିଜେପି ସରକାର ଦେଶର ସମ୍ମାନ ମାନଙ୍କୁ ଅସମ୍ମାନିତ କରିବା ଓ ସେମାନଙ୍କୁ ଯୈାନ ନିର୍ଯାତନା ଦେବା ଭଳି ଘଟଣା ସାରା ବିଶ୍ୱରେ ଭାରତର ଛବିକୁ ମଳିନ କରିଛି । ଏପରିକି ଅଭିଯୁକ୍ତ ଅପରାଧୀ ବିଜେପି ସାଂସଦଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏତଲା ଗ୍ରହଣ ନ କରିବାରୁ ସେମାନଙ୍କୁ ସୁପ୍ରିମକୋର୍ଟ ଯିବାକୁ ପଡ଼ିଛି । କିନ୍ତୁ ସୁପ୍ରିମକୋର୍ଟ ର ନିର୍ଦ୍ଦେଶ ସତ୍ବେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ବ୍ରିଜଭୂଷଣ ସିଂ ଙ୍କୁ ଗିରଫ କରାଯାଇନାହିଁ କିମ୍ବା ଭାରତୀୟ କୁସ୍ତି ମହାସଂଘର ସଭାପତି ପଦରୁ ତାଙ୍କୁ ପଦଚ୍ୟୁତ କରାଯାଇନାହିଁ। ଅପର ପକ୍ଷରେ ଖରା ଓ ଶୀତ କାକରରେ ନ୍ୟାୟ ପାଇଁ ଲଢେଇ କରୁଥିବା ମହିଳା କୁସ୍ତି ଯୋଦ୍ଧା ମାନଙ୍କୁ ସୁରକ୍ଷା ଦେବା ତ ଦୂରର କଥା, ଦିଲ୍ଲୀ ପୋଲିସ୍ ରାତିରେ ଗୁଣ୍ଡା ଭଳି ସେମାନଙ୍କ ଉପରେ ଆକ୍ରମଣ କରିଛି, ଯାହା ‘କଟା ଘା’ରେ ଲୁଣ ଦେବା ଭଳି ଲଜ୍ଜା ଜନକ ନିଦର୍ଶନ ସୃଷ୍ଟି କରିଛି । ମହିଳା କୁସ୍ତି ଯୋଦ୍ଧା ମାନେ ନ୍ୟାୟ ପାଇଁ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ ଆଇନ୍ ର ଶାସନ କଥା କହୁଥିବା ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଲଜ୍ଜା ଜନକ ଭାବେ ନିରବଦ୍ରଷ୍ଟା ସାଜିଛନ୍ତି ।

କୃଷକମାନଙ୍କ ଆନ୍ଦୋଳନକୁ ଦମନ କରିବା ଓ ପିଟିବା ପରେ ଏବେ ଦେଶ ପାଇଁ ମେଡାଲ ଆଣିଥିବା ଆମ ଝିଅ ବା ମହିଳା କୁସ୍ତି ଖେଳାଳିଙ୍କ ଉପରେ ମଧ୍ୟ ମୋଦୀ ସରକାର ପୋଲିସ ଲଗାଇ ଅତି ନଗ୍ନ ଭାବେ ଆକ୍ରମଣ ଆରମ୍ଭ କରି ଦେଇଛି । ଦିଲ୍ଲୀର ସୀମାକୁ ସିଲ୍ କରା ଯାଉଛି । କିନ୍ତୁ ବଳାତ୍କାରୀ ସାଂସଦକୁ ଗିରଫ୍ କରାଯାଉନାହିଁ । 

ଭାରତକୁ ଗଣତନ୍ତ୍ରର ଜନନୀ ଭାବେ ବର୍ଣ୍ଣନା କରି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳୁଥିବା ଓ ଦେଶର ନୂଆ ସଂସଦ ଭବନ ଉଦଘାଟନ ସମୟରେ ମହିଳା କୁସ୍ତି ଯୋଦ୍ଧା ମାନଙ୍କ ଉପରେ ଦିଲ୍ଲୀ ପୋଲିସର ଲଜ୍ଜା ଜନକ ଆକ୍ରମଣ ଖୋଦ୍ ଦେଶର ଜନନୀ ମାନଙ୍କ ପ୍ରତି ଆକ୍ରମଣ କହିଲେ ଭୁଲ୍ ହେବନାହିଁ । ଯାହା ଫଳରେ ବ୍ୟଥିତ ହୋଇ ସେମାନେ ପାଇଥିବା ମେଡାଲ୍ ଗୁଡିକୁ ଗଙ୍ଗା ନଦୀରେ ବିସର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷରେ ସେମାନଙ୍କୁ ଦିଲ୍ଲୀ ଯନ୍ତରମନ୍ତର ରେ ଆଉ ଧାରଣା ଓ ପ୍ରତିବାଦ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୋଲିସ ଖୋଲାଖୋଲି ଧମକ ଦେଇଛି, ଯାହା ଗଣତାନ୍ତ୍ରିକ ଅଧିକାର ଉପରେ ଏକ ନଗ୍ନ ଆକ୍ରମଣ କରିଛନ୍ତି। ଏହି ଶୋଭା ଯାତ୍ରା କୁ  ଅନାସିମ ଶବର ରାଜ୍ୟ ସଭାପତି , ଅଖିଳ ଭାରତ କୃଷକ ମହାସଭା ,ତ୍ରିପତି ଗମାଙ୍ଗ – ମିନ ଶବର – ସଂଜୀବ ଶବର- ଜିଡିଏଲ ଗମାଙ୍ଗ – ମୁନି ଶବର – ସାଇମା ଶବର – କୈଳାସ ଶବର ନୈତୃତ୍ବ ନେଇଥିଲେ ।

  ମହିଳା କୁସ୍ତି ଯୋଦ୍ଧା ମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଅଭିଯୁକ୍ତ ବିଜେପି ର ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ତୁରନ୍ତ କୁସ୍ତି ଯୋଦ୍ଧା ମହାସଂଘ ର ସଭାପତି ପଦବୀରୁ ବହିଷ୍କାର କରାଯାଉ। ସର୍ବୋଚ୍ଚ ନ୍ୟାୟାଳୟ ର ଜଣେ ଅବସରପ୍ରାପ୍ତ ବିଚାରପତି ଙ୍କ ଦ୍ୱାରା ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରାଯାଉ।  ଅଭିଯୋଗକାରୀଙ୍କ ଏଫ .ଆଇ. ଆର୍. ଆଧାରରେ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ତୁରନ୍ତ ଗିରଫ କରିଯାଉ। ଆମ ଦେଶ ର ସମ୍ମାନ, ଗର୍ବ ଏବଂ ଗୌରବ ଜାତୀୟ ମହିଳା କୁସ୍ତିଯୋଦ୍ଧା ମାନଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାାବୀକରା ଯାଇଛି। 

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ବ୍ଲକ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ୨୦୨୫ ଉଦଘାଟିତ 

masiha

UAIL and Baphlimali Mines Observes 11th International Yoga Day 

masiha

ନିଲାବାଡି ଅଗ୍ନିଗଙ୍ଗାମା ଠାକୁରାଣୀ ଯାତ୍ରା ମନ୍ଦିର ହୁଣ୍ଡିରୁ ୧୮ ଲକ୍ଷ ୧୦ ହଜାର ୪୧୧ ଟଙ୍କା ସଂଗ୍ରହ

masiha

Leave a Comment

error: Content is protected !!