ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ପରିବେଶ ଦିବସରେ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ ହେଲା ସରିଆଁ ହାଇସ୍କୁଲ

ନର୍ଲା (ମନିସ)ପରିବେଶ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ନର୍ଲା ବ୍ଳକ ଅନ୍ତର୍ଗତ ସରିଆଁ ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ସ୍ଥିତ ରାଜ୍ୟ କନଭେନସନ ସେଣ୍ଟର ଠାରେ ଉକ୍ତ ବିଦ୍ୟାଳୟକୁ ଚଳିତ ବର୍ଷ “ପ୍ରକୃତି ମିତ୍ର” ପୁରସ୍କାର ସହିତ ୨୦୦୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ଓଡିଶା ସରକାରଙ୍କ ଶ୍ରୀ ପ୍ରଦୀପ କୁମାର ଆମାତ, ମୁଖ୍ୟ ବନ ସଂରକ୍ଷକ, ରାଜ୍ୟ ଜଙ୍ଗଲ ବାହିନୀ ମୁଖ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଙ୍ଗଲ, ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁ ଏବଂ ଅବସରପ୍ରାପ୍ତ ଅଧ୍ୟକ୍ଷ ଓଡିଶା ରିଏଲ ଇଷ୍ଟେଟ ରେଗୁଲେଟାରୀ ଅଥରିଟି ଶ୍ରୀ ସିଦ୍ଧାନ୍ତ ଦାସ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରିଆଁର ବିଜ୍ଞାନ ଶିକ୍ଷକ ଗଙ୍ଗାନାରାୟଣ ଦାସ ପୁରସ୍କାର ଗ୍ରହଣ କରିଥିଲେ। ଏହି ଖବର ପ୍ରାସାରିତ ହେବା ପରେ ନର୍ଲା ଅଞ୍ଚଳରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି । ସ୍ଥାନୀୟ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଦୁର୍ବାଦଲ ଭୋଇ ଏବଂ ସମ୍ପାଦକ ମିଲନ କୁମାର ଭୋଇ ମଧ୍ୟ ଶୁଭେଚ୍ଛା ଜଣେଇଛନ୍ତି। ଆଗାମୀ ଦିନରେ ପରିବେଶ ସୁରକ୍ଷା ଓ ଅଭିବୃଦ୍ଧି ଦିଗରେ ସରିଆଁ ଅଞ୍ଚଳରେ ବ୍ୟାପକ ବନୀକରଣ ନିମନ୍ତେ ବିଦ୍ୟାଳୟ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ ଜଣାଇଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଚିଚେଇଗୁଡା ଠାରେ ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

masiha

ରାୟଗଡ଼ ଜିଲ୍ଲା ରେ ଶୁଭାରମ୍ଭ ହେଲା ମିଶନ ଇନ୍ଦ୍ରଧନୁସ

masiha

ରାଷ୍ଟ୍ରୀୟ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ଅଭିଭକ୍ତ କୋରାପୁଟ ଜିଲ୍ଲାର ମହେନ୍ଦ୍ର ?

Sunil Chandra Nayak

Leave a Comment

error: Content is protected !!