ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ଭାଙ୍ଗିଲା ଗଛ ଉଡାଇଲା ଘରର ଆଜବେଷ୍ଟ

ଥୁଆମୂଳ ରାମପୁର:୫/୦୬ – (ମନିସ):- ଦିନକୁ ଦିନ ଜଙ୍ଗଲ ଧଂସ ହେବାରେ ଲାଗିଛି।ଏହା ଦ୍ବାରା ପ୍ରାକୃତିକ ବିପର୍ଯ୍ୟସ୍ତ ହେବା ସ୍ବାଭାବିକ ହେଲାଣି ତାଫଳ ସ୍ବରୂପ ମନୁଷ୍ୟ ସମାଜ ଉପରେ କୁପରିଣାମ ପଡୁଅଛି। ତଥାପି ମନୁଷ୍ୟ ଜାଣିଶୁଣି ପ୍ରାକୃତିକ ସମ୍ପଦ କୁ ନଷ୍ଟ କରିଚାଲିଛନ୍ତି। ଏହା ଉପରେ ସରକାରଙ୍କ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଛି ତଥାପି କେହି ସଚେତନ ହେଉନଥିବାରୁ ତାହାର କୁପରିଣାମ ଫଳସ୍ୱରୂପ ପ୍ରାୟ ସମୟରେ ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବୋହିବାରେ ଲାଗିଛି ବେଳେ ବେଳେ ଅନେକ ସ୍ଥାନରେ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ଆସି ଜନଜୀବନ କୁ ଉଜାଡି ଦେଇ ଚାଲିଯାଉଛି। ଏଭଳି ଏକ ଦୃଶ୍ଯ ପୁଣି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମାଳିଗାଁ ଗ୍ରାମପଞ୍ଚାୟତରେ ରବିବାର ସନ୍ଧ୍ୟା ସମୟରେ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ଆସି ତାଣ୍ଡବଲୀଳା ରଚିଥିଲା ଏହାଦ୍ବାରା କଣାସୁକୁଲି ଗ୍ରାମରେ ଅଧିକ ପ୍ରଭାବ ପଡିଥିବା ଜଣାପଡିଛି। କିଛି ଲୋକଙ୍କ ଘରର ଆଜବେଷ୍ଟ ଉଡାଇ ଦେବା ସହ ଅନେକଙ୍କ ମାଟି ଚାଲ ଛପର ଘରର ଛାତ ନଷ୍ଟ ହୋଇଛି, ସେହିପରି ଛୋଟ ବଡ ଗଛ ଗୁଡିକ ଭାଙ୍ଗି ପଡିଥିବା ସୂଚନାରୁ ଜଣାପଡିଛି। କ୍ଷୟକ୍ଷତି ଭୋଗିଥିବା ଗ୍ରାମର ବାସିନ୍ଦା ଙ୍କ ମଧ୍ୟରୁ ସବେନା ମୁଦୁଲି ପିତା ଶୁକ୍ରୃ ମୁଦୁଲି, କମଳ ଲୋଚନ ମୁଦୁଲି ପିତା ସାଦବ ମୁଦୁଲି, କିନ୍ତୁ ଭାଗିରଥି ଗୌଡ ପିତା ଜଗବନ୍ଧୁ ଗଉଡଙ୍କ ଘର ଅଧିକ କ୍ଷୟକ୍ଷତି ହୋଇଥିବା ସହିତ ଆଉ କିଛି ଘରର ମଧ୍ୟ ଅଳ୍ପ ବହୁତ କ୍ଷୟକ୍ଷତି ହୋଇଥିବା ଉକ୍ତ ପଞ୍ଚାୟତର ଜୟ ଗଉଡ ସୂଚନା ଦେଇଛନ୍ତି। ତେବେ କ୍ଷୟକ୍ଷତିରେ ପଡିଥିବା ଲୋକଙ୍କ ପାଖକୁ ପ୍ରଶାସନ ପହଞ୍ଚି ତୂରନ୍ତ କ୍ଷୟକ୍ଷତି ଆକଳନ କରିବା ସହ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ଅନୁରୋଧ କରିଛନ୍ତି। 

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମଦ ବିରୋଧୀ ଅଭିଯାନ ପରେ ମହିଳା ଙ୍କ ଦ୍ଵାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ 

Sunil Chandra Nayak

ସରାଗୁଡ଼ା ରେ ପାଳିତ ହେଲା ସ୍ଵଛତାର ପର୍ବ ବଉଳାଣି ଯାତ୍ରା 

masiha

ସ୍ୱାସ୍ଥ୍ୟ କର୍ମୀ ଦ୍ୱାରା ସ୍ୱଛତା ପକ୍ଷ ପାଳିତ

Sunil Chandra Nayak

Leave a Comment

error: Content is protected !!