ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ୍‌ପିସିବି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ , ପରିବେଶ ଆଧାରିତ ଜୀବନଶୈଳୀ ଆପଣାଇବା କୁ ଆହ୍ୱାନ

ରାଉରକେଲା/ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ(ଏସପିସିବି) ରାଉରକେଲା ଆଂଚଳିକ ଶାଖା ପକ୍ଷରୁ ବିଶ୍ୱ ପରିବେଶ ଦିବସ ଆଜି ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆରଏସପିର ଇଡି (ୱାକ୍ସ)ର୍ ଏସ୍‌. ଆର. ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆରସିସିଏଫ ଡ଼ଃ ଅରୁଣ କୁମାର ମିଶ୍ର, ଆରଏସପି ର ଏମଏମ ବିଭାଗ ଇଡି ଶ୍ ସୋମନାଥ ତ୍ରିପାଠୀ, ରାଉରକେଲା ଆରଏମସିର ଡେପୁଟି କମିଶନର ସୁଧାଂଶୁ ଭୋଇ, ଏନ୍‌ଆଇଟିର ପଦାର୍ଥ ବିଜ୍ଞାନ ବିଭାଗ ପ୍ରଫେସର ଡ଼ଃ ସିଦ୍ଧାର୍ଥ ଏସ ଜେନା , ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗର ଡେପୁଟି ଡାଇରେକ୍ଟର ଇଂ. ବିଭୁ ପ୍ରସାଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ରହି ଏହି ଦିବସର ତାତ୍ପର୍ଯ୍ୟ ସଂପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ। ପରିବେଶ ସୁରକ୍ଷା ନେଇ ପ୍ରତିବର୍ଷ ଜନସେଚତନତା ପାଇଁ ଏହି ଦିବସ ପାଳନ କରାଯାଇ ଆସୁଛି । ସନ୍ତୁଳିତ ପରିବେଶ ପାଇଁ ଆମ ଜୀବନ ଶୈଳୀ ଓ ଅଭ୍ୟାସ ର ପରିବର୍ତ୍ତନ ଆବଶ୍ୟକ , ସେଥିପାଇଁ ପ୍ରତ୍ୟେକ ନିଜ ନିଜ ସ୍ତରରେ ଉଦ୍ୟମ ଜାରି ରଖିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ବିଶେଷ କରି ପ୍ଲାଷ୍ଟିକ ପ୍ରଦୂଷଣ କୁ ପ୍ରତିହତ କରିବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ l

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଟ୍ରେନ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥବା ଯାତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l

 ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଏସ୍‌ପିସିବିର ରାଉରକେଲା ଆଂଚଳିକ ଅଧିକାରୀ ଡଃ ବି.ବି. ଦାଶ ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଦୂଷଣ ନିରାକରଣ ପାଇଁ ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସେ ଆଲୋକପାତ କରି ଆପତଃକାଳୀନ ସ୍ଥିତି ପ୍ରତି କଳକାରଖାନା କର୍ତ୍ତୃପକ୍ଷ  ସଜାଗ ରହିବାକୁ ପରାମର୍ଶ ଦେଇଥିଲେ।

ରାଉରକେଲାର ବାୟୁ ପ୍ରଦୂଷଣର ମାତ୍ରାକୁ ହ୍ରାସ ସହ ପ୍ଲାଷ୍ଟିକ ପଲିଥିନ ବ୍ୟବହାର ନ କରିବା ଦିଗରେ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଷୟିକ ପର୍ଯ୍ୟାୟରେ ଆରସିସିଏଫ ଡ଼ଃ ଅରୁଣ କୁମାର ମିଶ୍ର ଜୈବ ବିବିଧତା ସଂପର୍କରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ସେହିପରି ଇଂ ବିଭୁ ପ୍ରସାଦ କାରଖାନା ସୁରକ୍ଷା ଓ ପ୍ରଦୂଷଣ ନିରାକରଣ ସଂପକର୍ରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଏତଦ୍‌ବ୍ୟତୀତ ରାଉରେକଲୋର ବାୟୁ ପ୍ରଦୂଷଣର ସ୍ଥିତି ଓ ପ୍ଲାଷ୍ଟିକ ପରିଚାଳନା ସଂପକର୍ରେ ଏସପିସିବିର ଆରଓ ଡ଼ଃ ବି ବି ଦାଶ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଏସ୍‌ପିସିବିର ଡେପୁଟି ଏନ୍‌ଭାରମେଣ୍ଟ ଇଂ ବିଜୟ କୁମାର ଭୋଇ ସଂଯୋଜନା କରିଥିଲେ । ଏହି ଦିବସ ଉପଲେକ୍ଷ ପୂର୍ବରୁ ଅନୁଷ୍ଠିତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ସହ ଅନ୍ୟ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ୱାଇଏମଏଫଆଇ ପକ୍ଷରୁ ପ୍ଲାଷ୍ଟିକ ବର୍ଜନ ନେଇ ଏକ ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା l ଏତତବ୍ୟତୀତ ପୂର୍ବରୁ ସାଇକେଲ ରାଲି, ମାଗଣାରେ କପଡା ବ୍ୟାଗ ବିତରଣ ସହ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମ ରେ ବିଭିନ୍ନ ଶିଳ୍ପ, ଖଣି, ହସ୍ପିଟାଲ ଓ ବିଭିନ୍ନ ସରକାରୀ ବିଭାଗ ପ୍ରତିନିଧିମାନେ ଯୋଗ ଦେଇଥିଲେ । ବିଭାଗୀୟ ଡେପୁଟି ପରିବେଶ ଯନ୍ତ୍ରୀ ଆର ଆର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ସେକ୍ସନ ଅଫିସର ଅନୁପମ ଦତ୍ତ ଙ୍କ ସମେତ ସମସ୍ତ ଷ୍ଟାଫ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜଙ୍ଗଲ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ମୋ ମାଟି ମୋ ଦେଶ,”,କାର୍ଯ୍ୟକ୍ରମ 

masiha

ବନୀକରଣରେ ଦୁର୍ନୀତି ଅଭିଯୋଗ, ସପ୍ତାହେ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ , ଦୋଷ ଲୁଚାଇବାକୁ ଚାଲିଛି ଗଳାବାଟ ଖୋଜା

masiha

Leave a Comment

error: Content is protected !!