ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନର୍ଲା ଠାରେ କଂଗ୍ରେସର ଦଳୀୟ ସ୍ଥିତିକୁ ମଜଭୁତ ଆହ୍ୱାନ ବୈଠକ

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନର୍ଲା ଡାକବଙ୍ଗଳା ଠାରେ କଂଗ୍ରେସର ସାଘଂଠନିକ ବୈଠକ ମାଧ୍ୟମରେ ଦଳୀୟ ସ୍ଥିତିକୁ ମଜଭୁତ କରିବା ସହିତ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଳକ କଂଗ୍ରେସ ସଭାପତି ସମୀର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ବିଭୂତି ଭୂଷଣ ମହାକୁଡ଼, ନର୍ଲା ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ର, ନର୍ଲା ନିର୍ବାଚନ ମଣ୍ଡଳୀର ସଭାପତି ନିରଜ ଶର୍ମା, ଜିଲ୍ଲା ମହିଳା ସଭାନେତ୍ରୀ ମାହେନ୍ଦ୍ରୀ ସାହୁ, ଜିଲ୍ଲା କଂଗ୍ରେସ କମିଟି ସଦସ୍ୟ ରଜନୀ କୁମାର, ମହିଳା କଂଗ୍ରେସର ମମିତା ସାହୁ, ନର୍ଲା ବ୍ଳକ ଉପସଭାପତି ସୁଦାମ ଚରଣ ପଧାନ, କଂଗ୍ରେସ ନେତା ସୁରେଶ ଚୈ।ଧୁରୀ,ଟିକେଚନ ଦୀପ, ଭଗବାନ ସାହୁ, ପ୍ରକାଶ ମାଝୀ,ଆଦିତ୍ୟ ସାହୁ,ମଳୟ ଦାସ, ପ୍ରକାଶ ମାଝୀ,ତନୁ ମାଝୀ, ରାଜକୁମାର ସରାଫ ସହିତ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ଗଣ ଏଥିରେ ଯୋଗଦାନ କରିଥିଲେ। ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନର୍ଲା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ସ୍ଥିତିକୁ ମଜଭୁତ କରିବା ସହିତ ସମସ୍ତ ମତଭେଦ ଭୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ବିଭିନ୍ନ ମତପ୍ରକାଶ ପାଇଥିଲା। ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଶ୍ରୀ ମହାଖୁଡ ନର୍ଲା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସ୍ଥିତି ସମୀକ୍ଷା କରିବା ସହ ଅଧିକରୁ ଅଧିକ ଲୋକଙ୍କୁ କଂଗ୍ରେସ ଦଳରେ ସାମିଲ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ନର୍ଲା କଂଗ୍ରେସ ବ୍ଳକ ସଭାପତି ସମୀର ଚାନ୍ଦ ସଭା ପ୍ରାରମ୍ଭରେ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳୀୟ ସାଘଂଠନିକ ସ୍ଥିତିକୁ ସୁଦୃଢ଼ କରିବାକୁ ସମସ୍ତ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ବିଭିନ୍ନ ପଞ୍ଚାୟତ ସ୍ତରୀୟ କର୍ମୀ ମାନେ ନିଜ ନିଜ ମତାମତ ଦେଇ ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ନର୍ଲା ଅଂଚଳରେ ଦଳର ପୂର୍ବ ସୁଦୃଢ ସ୍ଥିତିକୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି ବୋଲି ମତପୋଷଣ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ହିଞ୍ଜିଳିର ବେଲଗାଁ ଓ ପୋଚିଲିମାର ଦୁଇ ମହିଳା ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ

ବିଜେଡି ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ଉସୁକାଇ ରାଜନୈତିକ ହିଂସା କରୁଛନ୍ତି

masiha

ରାୟଗଡ଼ା ଜିଲ୍ଲା ବିଜେଡିର ସାମ୍ବାଦିକ ସମ୍ମିଳନୀ — ମହାଭାରତ ଶେଷ ଧର୍ମର ଜୟ ସୁଧୀର ଙ୍କ କଟଷ

Sunil Chandra Nayak

Leave a Comment

error: Content is protected !!