ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋତୋମୁଣ୍ଡା ଗ୍ରାମ ପଞ୍ଚାୟତ ରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

କୋକସରା,୦୬/୦୬ // ଦୁଆର ମୁହଁରେ ପଞ୍ଚାୟତର ହିତାଧିକାରିଙ୍କୁ ସେବା ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ସୋମବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗ୍ରାମ ଗୋତୋମୁଣ୍ଡା ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୋତୋମୁଣ୍ଡା ପଞ୍ଚାୟତ ସରପଞ୍ଚ ପଦ୍ମିନୀ ପୁଝାରିଙ୍କ ସଭାପତିତ୍ୱରେ ବିଡ଼ିଓ ଉତ୍ତମ କୁମାର ବାଗ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଜିପିଇଓ ନାରାୟଣ ଭୋଇ, ସମିତି ସଭ୍ୟା ଶାମୁକା ନାଏକ, ନାଏବ ସରପଞ୍ଚ ପାର୍ଥବ ମାଝୀ, ଗ୍ରାମ୍ୟ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀ ଯଶୋବନ୍ତି ଭୋଇ, ଯୋଗାଣ ବିଭାଗ ଅଧିକାରୀ ଜଗାରାମ ମୁର୍ମୁ, ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝୀ, ମହିଳା ସ୍ୱାସ୍ଥ୍ୟ କର୍ମଚାରୀ , ମିଶନ ଶକ୍ତିର ମହିଳା କର୍ମଚାରୀ, ଆଶା ଓ ଅଙ୍ଗନବାଡି କର୍ମି ଉପସ୍ଥିତ ଥିବାବେଳେ ଅନେକ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ଥିବାରୁ ଜନ ଶୁଣାଣି କେବଳ କାଗଜପତ୍ରରେ ସୀମିତ ରହୁଥିବା ବେଳେ ଯେଉଁ ଉଦ୍ଦେଶ୍ୟ ନେଇ ପ୍ରଶାସନ ଏହାର ପରିକଳ୍ପନା କରିଥିଲେ ତାହା ଅନେକ ପଞ୍ଚାୟତରେ ଫେଲ ମାରିଛି। ନାମକୁ ମାତ୍ର ଜନ ଶୁଣାଣି ଶିବିର ଆୟୋଜନ ହେଉଥିବା ନେଇ ସ୍ଥାନୀୟ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଜନଶୁଣାଣୀ ଶିବିରରେ ଆଵାସ ଘର, ପିଡ଼ିଏସ, ଭତ୍ତା , ରାସ୍ତାଘାଟ, ଜମି ମରାମତି ସମସ୍ୟା ନେଇ ଆସିଥିବା ହିତାଧିକାରୀ ମାନେ ଅଭିଯୋଗ କରିଥିବା ଜଣାପଡିଛି।ଉପସ୍ଥିତ ଅଧିକାରୀ ମାନେ ହିତାଧିକାରୀଙ୍କ ଅଭିଯୋଗ ଉପରେ ଶୀଘ୍ର ସମାଧାନ କରାଯିବା ନେଇ କହିଛନ୍ତି। କାର୍ଯ୍ୟକ୍ରମକୁ ପଞ୍ଚାୟତ ପିଇଓ ଦାମୋଦର ବେମାଲ, ଜିଆରଏସ କର୍ପୁର ନାଏକ, ଯୋଗାଣ ସହାୟକ ହରମନ ନିଆଲ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ବିଦ୍ୟାଳୟ ବନ୍ଦ କରି ଶିକ୍ଷକ ବଣଭୋଜି କୁ ଯିବା ଅଭିଯୋଗ ର ତଦନ୍ତ କଲେ ଗୋଷ୍ଟି ଶିକ୍ଷା ଅଧିକାରୀ

masiha

ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ନାକା ପଏଣ୍ଟରେ ଟଙ୍କା ନେଉଥିବା ସନ୍ଦେହରେ କାର ଅଟକ

masiha

ଉପଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ: ୬ଟି ବଳଦ ସହ ଗାଡ଼ି ଓ ସାର ବୋଝେଇ ଟ୍ରକ ଜବତ

Sunil Chandra Nayak

Leave a Comment

error: Content is protected !!