ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋହରା ଉପ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରକୃତି ମିତ୍ର ପୁରସ୍କାର

ଚନ୍ଦାହାଣ୍ଡି -(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମୋହରା ଉପ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚଳିତ ବର୍ଷ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ମିତ୍ର ପୁରସ୍କାର ପାଇଛି l ଭୁବନେଶ୍ୱର ଲୋକସେବା ଭବନ ଠାରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ ମୋହରା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ର ମହିଳା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଲୁଦିଆ ହରିଜନ ଙ୍କୁ 29 ହଜାର ଟଙ୍କାର ଚେକ ଓ ମାନପତ୍ର ପ୍ରଦାନ କରିଥିଲେ l ପ୍ରକାଶ ଯେ ଲୁଦିଆ ହରିଜନ ଓ ସ୍ୱାସ୍ଥ୍ୟ କର୍ମୀ ସଂଘମିତ୍ରା ପଟ୍ଟନାୟକ ଙ୍କ ମିଳିତ ଉଦ୍ୟମ ରେ ଉପକେନ୍ଦ୍ର ଚାରି ପାଖରେ ବୃକ୍ଷ ରୋପଣ, ସମୁଖ ଭାଗରେ ଖୁଦ୍ର ଔଷଧ ବଗିଚା ନିର୍ମାଣ କରାଯାଇଛି l ଏହା ସହ ପଂଚାୟତ ରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି l ଭବିଷ୍ୟତରେ ପଂଚାୟତ ରେ ଅଧିକ ବୃକ୍ଷ ରୋପଣ ସହିତ ଲୋକ ମାନଙ୍କୁ ସଚେତନ କରି ପରିବେଶ କୁ ଅଧିକ ସବୁଜିମା କରିବା ପାଇଁ ବୁଝାଉଛନ୍ତି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ସାମାଜିକ ଲିଙ୍ଗ, ଯୁବ ଓ ଶିଶୁ ମାନଙ୍କ ତାଲିମ କର୍ମଶାଳା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ରେ ଅନୁଷ୍ଠିତ

Sunil Chandra Nayak

“ପରିକ୍ରମା ” ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

masiha

ରାଉରକେଲା କବୟିତ୍ରୀ ଅଙ୍ଗୁରବାଳା ପରିଡା ସମ୍ବର୍ଦ୍ଧିତ

Leave a Comment

error: Content is protected !!