ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ରୁପ୍ରାର ନୂତନ ପରିଚାଳନା କମିଟି ଗଠନ

ରୁପ୍ରା : ନର୍ଲାବ୍ଲକ ଅଧିନ ରୁପ୍ରା ଗ୍ରାମ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନୂତନ ପରିଚାଳନା କମଟି ଆଜି ଗଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ମାତୃପ୍ରେମୀ ତଥା ଶିକ୍ଷକ କୁମୁଦ ଚନ୍ଦ୍ର ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷାକେନ୍ଦ୍ର ପରିଚାଳନା ପାଇଁ ୧୬ ଜଣ ସଦସ୍ୟଙ୍କୁ ନେଇ କମିଟି ଗଠନ କରାଯାଇଥିଲା । ସଭାପତି ଭାବରେ ଅବସରପ୍ରାପ୍ତ ଶିକ୍ଷକ ମହେଶ୍ୱର ସାହୁ, ସମ୍ପାଦକ ଭାବରେ ଜୁନାଗଡ ବ୍ଲକର ଅବସରପ୍ରାପ୍ତ ବିଇଓ ବିଜୟ ସେନାପତି ଓ କୋଷାଧ୍ୟକ୍ଷ ଭାବରେ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ରୋହିତ ମାହାର ପ୍ରମୁଖଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିବା ବେଳେ ଅନ୍ୟ ୧୩ ଜଣ କମିଟିର ସଦସ୍ୟ ରହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଅରବିନ୍ଦ ପାଠଚକ୍ରର ଜିଲ୍ଲା ସଙ୍ଗଠନର ସଭାପତି ଗଣେଶ ପ୍ରସାଦଙ୍କ ପ୍ରତିନିଧି କୈଳାସ ଚନ୍ଦ୍ର ଜେନା, ବସନ୍ତ ଭାଇ, ଶ୍ରୀଅରବିନ୍ଦ ଟ୍ରଷ୍ଟ୍ ର ଅଧ୍ୟକ୍ଷା ବବିତା ସେନାପତି, ଶିକ୍ଷକ ହରପ୍ରସାଦ ସାହୁ, ଉଗ୍ରସେନ୍ ସାହୁ, ପ୍ରଦୀପ ନନ୍ଦ, ମହେନ୍ଦ୍ର ସାହୁ, ବିନୋଦ ବିହାରୀ ସାହୁ, ଉଷାବତୀ ସାହୁ, ଗୀତାଞ୍ଜଳୀ ସାହୁ ଓ ମମତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ଦୋକାନ ବଜାରରେ ଅବାଧ ରେ  ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗ ନୀରବଦ୍ରଷ୍ଟା

Sunil Chandra Nayak

ଉର୍ଲାଦାନୀରେ ବୀର ରେଣ୍ଡୋ ମାଝୀ ଙ୍କ ୧୬୭ତମ ସହିଦ ଦିବସ ପାଳିତ

Sunil Chandra Nayak

ଡ଼ଃ ସୁନୀଲ ଧଙ୍ଗଡାମାଝୀ ଦେବଗିରି ମଠର ନୂତନ ଟ୍ରଷ୍ଟି

masiha

Leave a Comment

error: Content is protected !!