ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଦ୍ମାବତୀ ପଟେଲ ପ୍ରକୃତି ବନ୍ଧୁ ପୁରସ୍କାର ମନୋନୀତ

ଜୁନାଗଡ ବ୍ଲକ ଅନ୍ତର୍ଗତ ମୁଣ୍ଡରାଗୁଡ଼ା ଗ୍ରାମର ସ୍ୱେଚ୍ଛl ସେବୀ ପଦ୍ମାବତୀ ପଟେଲ ଚଳିତ ବର୍ଷ ପ୍ରକୃତି ବନ୍ଧୁ ପୁରସ୍କାର ରେ ମନୋନୀତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ରୁ ମୋଟ 7 ଜଣ ମନୋନୀତ ହୋଇଛନ୍ତି!ସେଥି ମଧ୍ୟରୁ ପଦ୍ମାବତୀ ପଟେଲ ଜୁନାଗଡ ବ୍ଲକ ମୁଣ୍ଡରାଗୁଡା ଗ୍ରାମ ର ପିତା ବିରେନ୍ଦ୍ର ପଟେଲ ଓ ମାତା ବିନୋଦିନୀ ପଟେଲ ଙ୍କ ସନ୍ତାନ ପଦ୍ମାବତୀ ପଟେଲ ସେ ଜଣେ ନିସ୍ଵାର୍ଥ ପର ସମାଜ ସେବୀକା l ସେ ନେହେରୁ ଯୁବ କେନ୍ଦ୍ର, କଳାହାଣ୍ଡି ପୁର୍ବତନ ଯୁବ ସ୍ୱେଚ୍ଛା ସେବୀ ମଧ୍ୟ lନିଜ ଅଞ୍ଚଳରେ କୋବିଡ -19 ସମୟରେ ଗାଁ ଗାଁ ବୁଲି ମାସ୍କ ଓ ସାନିଟାଇଜର ବଣ୍ଟନ କରି ବିଭିନ୍ନ ରୋଗ ନିୟନ୍ତ୍ରଣ ଉପରେ ଜନସାଧାରଣ ମାନଙ୍କୁ ସଚେତନ କରିବା ସହ ମାଗଣା ସ୍ୱାସ୍ଥ ଶିବିର କରିଛନ୍ତି ଓ ପ୍ରକୃତି କୁ ଭଲ ପାଉଥିବା ପ୍ରକୃତି ପ୍ରେମୀ ପଦ୍ମାବତୀ ଜୁନାଗଡ ବ୍ଲକର ବିଭିନ୍ନ ଯୁବ ଅନୁଷ୍ଠାନ ମାନଙ୍କ ସହଯୋଗ ରେ ଗାଁ ରାସ୍ତା,ମନ୍ଦିର,ପୋଖରୀ,ଝରଣା,ନଈକୂଳ,ଡାକ୍ତର ଖାନା,ପୋଲିସ ଷ୍ଟେସନ,ବଜାରପଢିଆ,ସ୍କୁଲ,କଲେଜ ଆଦି ବିଭିନ୍ନ ସ୍ଥାନରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କରି ଜଙ୍ଗଳକୁ ନିଆଁ ଦାଉରୁ ରକ୍ଷା କରିବା ଓ ମନୁଷ୍ୟ ସମାଜ ପାଇଁ ଜଲଛତ୍ର ର ବ୍ୟବସ୍ତା ତ ଆଉ କେତେବେଳେ ବନ୍ୟାଜନ୍ତୁ,ସାରିସୃପ,ପକ୍ଷୀ ଓ ଗୃହ ପାଳିତ ପଶୁ ମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ତା ସହ ଜଳ ସୁରକ୍ଷା ଓ ମୃତିକା ସଂରକ୍ଷଣ ଉପରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ମାନ କରି ଲୋକ ମାନଙ୍କୁ ସଚେତନ କରିଛନ୍ତି!ତେଣୁ ପରିବେଶ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରିଥିବାରୁ ତାଙ୍କୁ ଓଡିଶା ସରକାର ଙ୍କ ଦ୍ଵାରା ପ୍ରକୃତି ବନ୍ଧୁ ପୁରସ୍କାର ରେ ଚୟନ କରାଯାଇଛି!

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ଫୁପଗାଁ ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ପଞ୍ଚାୟତ ସ୍ତରିୟ ପରବ ମହତ୍ସବ 

masiha

ଦଣ୍ଡପାଟ ବେହେରା କୁ ବ୍ଲକ ଦାବି ନେଇ ପଦଯାତ୍ରା  ୧୧ ପଞ୍ଚାୟତବାସୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର

masiha

Leave a Comment

error: Content is protected !!