ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧନଞ୍ଜୟ ମହାନ୍ତିଙ୍କୁ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି

ରାଉରକେଲା/ ରାଉରକେଲା ର ପ୍ରାକ୍ତନ ବିଧାୟକ ତଥା ପ୍ରାକ୍ତନ ସାଂସଦ ଧନଞ୍ଜୟ ମହାନ୍ତି ଙ୍କ ୧୦୯ତମ ଜୟନ୍ତୀ ଅବସରରେ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ବର୍ଗତ ମହାନ୍ତି ଥିଲେ ସୁନ୍ଦରଗଡ ଜିଲ୍ଲା ରାଜନୀତିର ଭଗୀରଥ। ପ୍ରଜାମଣ୍ଡଳର ଅଗ୍ରଣୀ ଯୋଦ୍ଧା ତଥା ନିଷ୍ପେଶିତ ଆଦିବାସୀମାନଙ୍କ ତ୍ରାଣକର୍ତ୍ତା ଭାବେ ସେ ଯେଉଁ କାମ କରିଛନ୍ତି ତାହା ତାଙ୍କୁ ସ୍ମରଣୀୟ କରିଛି ବୋଲି ସଚେତନ ନାଗରିକ ମଞ୍ଚ ର ସାଧାରଣ ସଂପାଦକ ପି ପି ରାୟ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କହିଛନ୍ତି । ଧନୁବାବୁଙ୍କ ସହ ମିଶି କାର୍ଯ୍ୟ କରିବାର ସୌଭାଗ୍ଯ କୁ ସେ ମନେପକାଇ କହିଲେ ଯେ ସେ ଏକାଧାରରେ ଶ୍ରମିକ, କୃଷକ, ଆଇନଜୀବୀ, ଅଭିନୟ,କ୍ରୀଡା, ସଂଗଠକ ଓ ସର୍ବୋପରି ରାଜନୀତି କ୍ଷେତ୍ରରେ ଯେଉଁ ପରିଚୟ ସୃଷ୍ଟି କରିଥିଲେ ତାହା ଆଜିବି ଅମଳିନ ରହିଛି । ତାଙ୍କ ସହ ବହୁ ବ୍ୟକ୍ତି ଧନୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସମାଜସେବୀ ପ୍ରଦୀପ ପାଢ଼ୀଙ୍କ ଅକାଳ ବିୟୋଗ

masiha

ବିଡିଓ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମନମୁଖୀ ଶାସନକୁ ବିରୋଧ କରି ପଞ୍ଚାୟତ ସମିତି ବୈଠକ ବର୍ଜନ 

masiha

ସାଧାରଣ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା ର ପ୍ରସ୍ତୁତି 

masiha

Leave a Comment

error: Content is protected !!