ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ପାଚେରି ନିର୍ମାଣ କାର୍ଯ୍ୟ ରେ ଶିଶୁ ଶ୍ରମିକ,ସବୁ ଦେଖି ଅଧିକାରୀ ଙ୍କ ପାଟି ଚୁପ୍       

 ନବରଙ୍ଗପୁର,୭/୬(ମସିହା) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୋସକଙ୍ଗା ପଞ୍ଚାୟତ ଆଦିପାରା ବିଦ୍ୟାଳୟ ପାଚେରୀ ନିର୍ମାଣ କାର୍ଯ୍ୟ ରେ ଶିଶୁ ଶ୍ରମିକ ନିୟୋଜିତ ରହିଥିବା ଦେଖିବାକୁ ମିଳିଛି। ସରକାର ଙ୍କ ମାଳ ମାଳ ଯୋଜନା ଏଠି ଫେଲ୍ ମାରିଛି। କଅଁଳ ବୟସ ରେ ଯେତେବେଳେ ଛାତ୍ରୀ ଙ୍କ ହାତରେ କଲମ ରହିବା କଥା ସେତେବେଳେ କୋଦାଳ ଧରି ବାଲି ସିମେଣ୍ଟ ବୋହୁ ଥିବା ଦେଖିବାକୁ ମିଳିଛି। ଖରା ର ପ୍ରକୋପ ଯେଉଁ ଭଳି ଭାବରେ ବଢୁଛି ଏତେ ଖରା ରେ ନାବାଳିକା ମାନେ ରାସ୍ତା କଡ ରେ ଥିବା ବିଦ୍ୟାଳୟ ରେ ବାଲି ସିମେଣ୍ଟ ବୋହୁଥିବା ନଜର କୁ ଆସିଛି। ଯାହା କି ଅତି ଦୁଃଖଦ ଘଟଣା। ୨୦୨୨ରେ ତେନ୍ତୁଳିଖୁଣ୍ଟି ବ୍ଲକ୍ ଝରିଗୁମ୍ମା ଗ୍ରାମ ପଞ୍ଚାୟତ ସଦର ମହକୁମା ରେ ନବରଙ୍ଗପୁର ଉଠା ଜଳସେଚନ ବିଭାଗ ପକ୍ଷରୁ ଶିଶୁ ମାନଙ୍କୁ କାର୍ଯ୍ୟ ରେ ନିୟୋଜିତ କରିଥିବା ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଜନହିତକର ଯୋଜନା କାର୍ଯ୍ୟ ଜିଲ୍ଲାରେ ଚାଲୁଥିବାବେଳେ ଏହି ଉପାନ୍ତ ତଥା ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲା ରାଇଘର ଅଂଚଳରେ ଦାଦନ ଖଟିବାକୁ ବୟସ୍କ ବ୍ୟକ୍ତି ବାହାର ଜିଲ୍ଲା ଓ ରାଜ୍ୟକୁ ଯାଇ ଶୋଷଣର ଶିକାର ହୋଉଥିବାବେଳେ ନାବାଳକ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜିତ କରି ଦଲାଲ, ଠିକାଦାର ଓ କର୍ମଚାରୀ ମାଲେମାଲ ହେଉଥିବା ଦେଖିବାକୁ ମିଳିଛି।ଏହା ବିରୋଧରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରାଇବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସଚେତନ ନାଗରିକ ମଞ୍ଚର ନବମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର ଆସନ୍ତା ୧୬ ରେ…

Sunil Chandra Nayak

ସାପ ଚୋଟରେ ମହିଳା ମୃତ

Sunil Chandra Nayak

କେନାଲ ରୁ ନିଖୋଜ ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!