ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜିଏସଟି ଟିମର ଯାଞ୍ଚ ବେଳେ ପିକ ଅପ ଗାଡି ଉପରେ ଚଢ଼ାଉ, ୭୦ ହଜାର ଟଙ୍କା ଜୋରିମାନା ଆଦାୟ

କୋକସରା,୮/୦୬- କଳାହାଣ୍ଡି ସିଟିଓ ନିଳାଦ୍ରୀ ବିହାରୀ ଦାଢ଼ିଆଙ୍କ ନେତୃତ୍ୱରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ ମୋବାଇଲ ପେଟ୍ରୋଲିଂ ସମୟରେ ବୁଧବାର ସନ୍ଧ୍ୟାରେ କୋକସରା ପେଟ୍ରୋଲ ପମ୍ପ ନିକଟରେ ସନ୍ଦେହରେ ଏକ ମାଲ ବୋଝେଇ ପିକ ଅପ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ଗାଡିରେ ସୋଲାର ଷ୍ଟିଟ ଲାଇଟ ସାମଗ୍ରୀ ନେଇ ଯାଜପୁରରୁ ନବରଙ୍ଗପୁର ନେଇ ଯାଉଥିବା ଜଣାପଡିଥିଲା। ଉକ୍ତ ସାମଗ୍ରୀ ଜିଏସଟି ଅନ୍ତର୍ଭୁକ୍ତ ଥିବା ବେଳେ ଜିଏସଟି ବିଲ ସମ୍ବନ୍ଧୀୟ କୌଣସି କାଗଜପତ୍ର ନଥିବା ଦର୍ଶାଇ ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ମାଲ ପରିବହନ କରୁଥିବା ମନୋଜ ନାୟକଙ୍କ ଠାରୁ ୭୦,୦୨୬ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ନେଇ ସିଟିଓ ନୀଳାଦ୍ରି ବିହାରୀ ଦାଢିଆ ସୂଚନା ଦେଇଛନ୍ତି। ଏନଫୋର୍ସମେଣ୍ଟ ମୋବାଇଲ ଟିମରେ ପାରେଶ୍ୱର ସାହୁ, ହରେକୃଷ୍ଣ ସାହୁ, ନୈମିଶ ସାହୁ, ସୁଧାଂଶୁ ବେହେରା ସମେତ କୋକସରା ଥାନା କର୍ମଚାରୀ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଜମି ବାଡିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା !!

Sunil Chandra Nayak

ବର୍ତ୍ତମାନର ବଡ ଖବର , ପୋଲିସ୍ ବିଭାଗର ନିଶ ତଳୁ ଲୁଟି ନେଲେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା 

Sunil Chandra Nayak

ଏଟିଏମ ମେସିନ କାଟି ପଇସା ଲୁଟି ନେଲେ ଦୁର୍ବୁତ୍ତ 

Sunil Chandra Nayak

Leave a Comment

error: Content is protected !!