ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନବରଙ୍ଗପୁର ଜ଼ିଲ୍ଲା ରେ କ୍ରୀଡା ଭିତିଭୂମି ର ବିକାଶ ପାଇଁ ଜ଼ିଲ୍ଲାପାଳ ଙ୍କ ତତ୍ପରତା

ଜାତୀୟ କ୍ରୀଡା ହକି, କ୍ରିକେଟ ଏବଂ ଫୁଟବଲ ସହ ଅନ୍ୟାନ୍ୟ କ୍ରୀଡା ଉପରେ ଗୁରୁତ୍ୱ 
ଜ଼ିଲ୍ଲା କ୍ରୀଡା ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ଓ ଉପସଭାପତି ଏମ. ବାଳକୃଷ୍ଣ ରାଓ ଙ୍କ ପ୍ରଚେଷ୍ଟା ରେ ଅନୁଧ୍ୟାନ ଟିମ ର ଗ୍ରସ୍ତ 

ନବରଙ୍ଗପୁର (ମସିହା) ନବରଙ୍ଗପୁର ଜ଼ିଲ୍ଲାପାଳ ଡ଼କ୍ଟର କମଳ ଲୋଚନ ମିଶ୍ର ଙ୍କ ନିର୍ଦେଶ କ୍ରମେ ଓସିଏ ର ଏକ ଦଳ ନବରଙ୍ଗପୁର ଜ଼ିଲ୍ଲା ରେ ପହଁଚି ଜ଼ିଲ୍ଲାପାଳ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ପରେ ନବରଙ୍ଗପୁର ଜ଼ିଲ୍ଲା ର ନବରଙ୍ଗପୁର, ଉମରକୋଟ ଓ ରାଇଘର ଷ୍ଟାଡିୟମ ପରିଦର୍ଶନ କରିଛନ୍ତି l ଏହି ପରିଦର୍ଶନ ସମୟ ରେ ଓସିଏ କଂସୁଲଟାଣ୍ଟ ଇଂ. ବିଷ୍ଣୁ ପ୍ରସାଦ ମହାପାତ୍ର,ପୂର୍ତ୍ତ ବିଭାଗ ସୁପରିଟାଣ୍ଟ ଇଞ୍ଜିନିଅର ପ୍ରଫୁଲ୍ଲ କୁମାର ମିଶ୍ର,ଜ଼ିଲ୍ଲା କ୍ରୀଡା ସଙ୍ଘ ର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପସଭାପତି ଏମ. ବାଳକୃଷ୍ଣ ରାଓ, ଉମରକୋଟ ପୌର ପରିଷଦ ଉପାଧ୍ୟକ୍ଷ ସୁଧାଂଶୁ ଦାଶ, ନିର୍ବାହୀ ଅଧିକାରୀ ଋଷି ମାଝୀ, ଜାତୀୟ କ୍ରୀଡା ହକି ର ସମ୍ପାଦକ ସମାଜସେବୀ ଦୁର୍ଗା ପ୍ରସାଦ ମଲ୍ଲିକ, ଇଣ୍ଡୋର ସମ୍ପାଦକ କୃଷ୍ଣ ପ୍ରସାଦ ପଟନାୟକ, ଓଡିଶା ଦିଲ୍ଲୀପ ତିର୍କୀ ହକି ଫାଉଣ୍ଡେସନ ର ହକି କୋଡିନେଟର ଓ ଜ଼ିଲ୍ଲା ମହିଳା କ୍ରୀଡା ସମ୍ପାଦକ ଇଂ. ଚନ୍ଦନା ମଲ୍ଲିକ, ସାମ୍ବାଦିକ ସନ୍ତୋଷ ପାତ୍ର ଏବଂ କ୍ରୀଡା ଶିକ୍ଷକ ସପନ ବୈରାଗୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ପରିଦର୍ଶନ ସମୟ ରେ ନବରଙ୍ଗପୁର ଷ୍ଟାଡିୟମ ଠାରେ କ୍ରିକେଟ ର ଉନ୍ନତି ପାଇଁ କାର୍ଯ୍ୟ କରାଯିବା ନେଇ ନିଷ୍ପତି ହୋଇଥିବା ବେଳେ, ଉମରକୋଟ ବିଜୁ ପଟନାୟକ ଷ୍ଟାଡିୟମ ଠାରେ ଫୁଟବଲ ଆଉ ହକି ର ଉନ୍ନତି ପାଇଁ ଆଲୋଚନା କରାଯାଉଥିବା ବେଳେ, କ୍ରିକେଟ ଖେଳ ର ଉନ୍ନତି ପାଇଁ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ଜ଼ିଲ୍ଲା ହକି ସମ୍ପାଦକ ସମାଜସେବୀ ଦୁର୍ଗା ପ୍ରସାଦ ମଲ୍ଲିକ, ପୌର ଉପାଧ୍ୟକ୍ଷ ସୁଧାଂଶୁ ଦାଶ, ଇଣ୍ଡୋର ସମ୍ପାଦକ କୃଷ୍ଣ ପ୍ରସାଦ ପଟନାୟକ ନିର୍ବାହୀ ଅଧିକାରୀ ରୁଷି ମାଝୀ ଏବଂ ଜ଼ିଲ୍ଲା ମହିଳା କ୍ରୀଡା ସମ୍ପାଦକ ଦାବୀ କରିଥିଲେ l ଏହା ଛଡା ଷ୍ଟାଡିୟମ ର ପାରିପାର୍ଷିକ ଉନ୍ନତି ପାଇଁ ମଧ୍ୟ ଦାବୀ କରାଯାଇଥିଲା l ପରେ ରାଇଘର ଷ୍ଟାଡିୟମ ଠାରେ ମଧ୍ୟ ଏକ ହକି ଗ୍ରାଉଣ୍ଡ ର ବିକାଶ କରାଯିବ ବୋଲି ଓସିଏ ପକ୍ଷରୁ ପରିଦର୍ଶନ ରେ ଆସିଥବା ଇଂ. ବିଷ୍ଣୁ ପ୍ରସାଦ ମହାପାତ୍ର କହିଛନ୍ତି l ଏହି ପରିଦର୍ଶନ ରେ ଆସିଥିବା ଟିମ ନବରଙ୍ଗପୁର ଫେରି ଜ଼ିଲ୍ଲାପାଳ ଡ଼କ୍ଟର କମଳ ଲୋଚନ ମିଶ୍ର ଙ୍କ ସହ ସାର୍ବିଶେଷ ଆଲୋଚନା କରି ଫେରିଛନ୍ତି l ପରବର୍ତୀ ସମୟ ରେ ରାଜ୍ୟରୁ ଏକ ଆର୍ଟିଟେକଚର ଟିମ ଆସି ଏଥିପାଇଁ ପ୍ଲାନ ଆଉ ଏସ୍ଟିମେଟ କରିବ ବୋଲି ଜ଼ିଲ୍ଲା କ୍ରୀଡା ସଙ୍ଘ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ଏବଂ ଉପସଭାପତି ଏମ. ବାଳକୃଷ୍ଣ ରାଓ କହିଛନ୍ତି l ଆଦିବାସୀ ଅଧୁଷିତ ନବରଙ୍ଗପୁର ଜ଼ିଲ୍ଲା ରେ କ୍ରୀଡା ର ବିକାଶ ପାଇଁ ବିଶେଷ ଚିନ୍ତା କରୁଥିବା ଯୋଗୁଁ ନବରଙ୍ଗପୁର ଜ଼ିଲ୍ଲାପାଳ ଡ଼କ୍ଟର କମଳ ଲୋଚନ ମିଶ୍ର ଙ୍କୁ ଜ଼ିଲ୍ଲା କ୍ରୀଡା ସଙ୍ଘ, ଉମରକୋଟ ସବଡ଼ିଭିଜିନାଲ କ୍ରୀଡା ସଙ୍ଘ ଏବଂ ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ପକ୍ଷରୁ ଅଶେଷ ଅଶେଷ ସାଧୁବାଦ ଅର୍ପଣ କରାଯାଇଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଟେମରି ଖେଳ ପଡିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମାଂଝରି ଦଳ ବିଜୟୀ

Sunil Chandra Nayak

ରୋଟାରୀ ସନ୍ତରଣ ପ୍ରତିଯୋଗିତା ୨୦୨୬

Sunil Chandra Nayak

ଚକାମଲେନ୍ ନକ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!