ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ମତ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା/ ସହରକୁ ସ୍ବଚ୍ଛତା ରଖିବା ପାଇଁ ପ୍ରତି ରବିବାରର ଏକ ଘଣ୍ଟାର ସହର ପାଇଁ ସମର୍ପିତ କରିଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ନିୟମିତ କାର୍ଯ୍ୟକ୍ରମରୁ ଟିକିଏ ଅଲଗା ହୋଇ ମତ ବିନିମୟ କାର୍ଯ୍ୟକ୍ରମ ସେକ୍ଟର ୯ସ୍ଥିତ ଷ୍ଟିଲ କ୍ଲବ ଠାରେ ଆୟୋଜନ କରିଥିଲା। ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର ସେଠୀ ଓ ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସ ଙ୍କ ମାଗଦର୍ଶନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆୟୋଜକ କମିଟିର ଈଭେଣ୍ଟ ମ୍ୟାନେଜର ଅଶୋକ ପଟେଲଙ୍କ ନେତୃତ୍ୱରେ ସର୍ବଶ୍ରୀ ପ୍ରଦୀପ ପଟ୍ଟନାୟକ, ପ୍ରଦୀପ୍ତ ଭୋଈ,ମନୋଜ ନାୟକ ,ଅକ୍ଷୟ ଜେନା ଓ ସୁମନ୍ତ ଉପାଧ୍ୟାୟ ଇତ୍ୟାଦିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେକ୍ଟର -୯ ଷ୍ଟିଲ କ୍ଲବ ଠାରେ କୋଭିଡ ନିୟମ ର ସମସ୍ତ ନିୟମ ଅନୁଯାୟୀ ସଦସ୍ୟ ଓ ସେମାନଙ୍କ ପରିବାର ବର୍ଗ ସହିତ ଏକ ମତ ବିନିମୟ କାର୍ଯ୍ୟକ୍ରମ କରାଯାଇଥିଲା । ସଦସ୍ୟ ମାନଙ୍କ ମଧ୍ୟରେ ଅନେକ କୌତୁକ ପ୍ରତିଯୋଗିତା ପ୍ରଫୁଲ୍ଲ ପାତ୍ରଙ୍କ ଦ୍ୱାରା ଅତି ସୁନ୍ଦର ଭାବେ ପରିଚାଳିତ ହୋଇଥିଲା । ଏଥିରେ ସବୁ ବୟସର ପିଲାମାନେ ଭରପୂର ମଜା ନେଇ ଥିଲେ। ବୟୋଜ୍ୟେଷ୍ଠ ନାଗରିକ ଓ ବରିଷ୍ଠ ସଦସ୍ୟ ସର୍ବଶ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର ଓ କୃତିବାସ ମିଶ୍ରଙ୍କୁ ଆୟୋଜକ କମିଟି ତରଫରୁ ବିଭୂତି ଭୂଷଣ ବିଶ୍ୱାଳ ସମ୍ମାନିତ କରିଥିଲେ । ଗତ କୋଭିଡରେ ଆଖି ବୁଜି ଥିବା ବରିଷ୍ଠ ସଦସ୍ୟ ସ୍ୱର୍ଗୀୟ ସୁବାଷ ସିଂହଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାସହ ଉପସ୍ଥିତ ସଭ୍ୟ ସଭ୍ୟାଙ୍କ ମଧ୍ୟରେ ମତ ବିନିମୟ, ବୌଦ୍ଧିକ ପରୀକ୍ଷା , କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।

 ଶେଷରେ ସଂଗଠନ ସଂପାଦକ ହିମାଂଶୁ ମହାପାତ୍ର ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଦାସୀ ଗାଁ ପଂଚାୟତରେ ଭତ୍ତା ପ୍ରଦାନ

Sunil Chandra Nayak

ମୁଣ୍ଡାଗୁଡା ରୁ ମଙ୍ଗର ଦୋରା ରାସ୍ତା ମରାମତି ପାଇଁ ପାଡେ ପଦର ସରପଞ୍ଚ ଙ୍କ ବି ଡି ଓ ଙ୍କୁ ଦାବିପତ୍ର

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ପଶ୍ଚିମ ଓଡ଼ିଶାର ନୂଆଖାଇ 

Sunil Chandra Nayak

Leave a Comment

error: Content is protected !!