ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରିଜର୍ଭ ପୋଲିସ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶାସ୍ତ୍ରୀୟ ଭାଷା ଦିବସ ପାଳନ

ରାଉରକେଲା / ରିଜର୍ଭ ପୋଲିସ୍ ଲାଇନ୍ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ର ମିଳିତ ଆନୁକୂଲ୍ୟରେ ଓଡିଆ ଶାସ୍ତ୍ରୀୟ ଭାଷା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କ ସଭାପତିତ୍ବ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡିଆ ଶାସ୍ତ୍ରୀୟ ଭାଷା ସଂପର୍କରେ ଆଲୋଚନା କରିଥିଲେ। ଅତିଥି ମାନେ କହିଥିଲେ ଯେ ଶାସ୍ତ୍ରୀୟ ଗୌରବ ଅର୍ଜନ କରିବାରେ ଓଡିଆ ହେଲା ଷଷ୍ଠ ଭାଷା। ପୁଣି ଭାରତୀୟ ଆର୍ଯ୍ୟ ଭାଷା ପରିବାରର ପ୍ରଥମ ଭାଷା। ସ୍ବକୀୟ ମୌଳିକତା, ରକ୍ଷଣ ଶୀଳତା, ଆହରଣ କ୍ଷମତା, ସୃଜନ ଦକ୍ଷତା ଓ ପ୍ରସାରଣ ଶୀଳତା ଯୋଗୁଁ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି। ସାଂପ୍ରତିକ ସାମାଜିକ କ୍ଷେତ୍ର, ଶିକ୍ଷା କ୍ଷେତ୍ର ଓ ପ୍ରଶାସନିକ କ୍ଷେତ୍ରରେ ଓଡ଼ିଆ ଭାଷା ବ୍ୟବହାର ହ୍ରାସ ପାଇବାରେ ଲାଗିଛି। ଯଦି ପ୍ରତ୍ୟେକ ଓଡିଆ ଭାଷା କୁ କଥିତ ଓ ଲିଖିତ ଭାବେ ବ୍ୟବହାର କରିବେ ତେବେ ଭାଷାର ସୁରକ୍ଷା ଓ ସମୃଦ୍ଧି ହୋଇପାରିବ। ସଭାପତିତ୍ବ ଅଭିଭାଷଣ ସହ ସଭାପତି ଶ୍ରୀମତୀ ଜେନା କହିଲେ ଯେ ଭାଷା ହେଉଛି ଏକ ଜାତିର ଆତ୍ମା। ଗୋଟିଏ ଭୂଖଣ୍ଡର ଅସ୍ମିତା। ମାତୃଭାଷା ହେଉଛି ମଣିଷର ରକ୍ତଗତ ସମ୍ପର୍କ। ଓଡ଼ିଶାରେ ଓଡ଼ିଆ ହେଉଛି ଆମ ମାତୃଭାଷା, ଆମ ରାଜ୍ୟର ଭାଷା, ଆମ ରାଷ୍ଟ୍ର ସ୍ବୀକୃତ ଶାସ୍ତ୍ରୀୟ ଭାଷା। ମାତୃଭାଷାର ଅପମାନ ମା’ର ଅପମାନ ସହିତ ସମାନ। ଯେଉଁ ଜାତିର ଭାଷା ଉନ୍ନତ ତା ଦେଶ ସେତେ ଉନ୍ନତ। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇ ଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷୟିତ୍ରୀ ଦେବଜାନୀ ବାରିକ, ନିବେଦିତା ମହାନ୍ତି, ପାର୍ବତୀ ଟପ୍ନୋ, ଗାୟତ୍ରୀ ବେହେରା, ସ୍ବୟଂପ୍ରଭା ଦାସ,ଜ୍ୟୋସ୍ନାରାଣୀ ପାତ୍ର, ପ୍ରତିମା ବେହେରା ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ଦେବଜାନୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

 

 

Related posts

ଅବିନାଶ ମହାପାତ୍ର ଙ୍କ କବିତା – ଜୀବନ ଯୁଦ୍ଧ

Sunil Chandra Nayak

ରାଜ୍ୟ ଭଲିବଲ ରେଫରୀ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର କୃତିତ୍ୱ ପରୀକ୍ଷାର୍ଥୀଙ୍କୁ ପ୍ରଶଂସା

Sunil Chandra Nayak

ରାଇରଙ୍ଗପୁର ଆଦିବାସୀ ଭବନ,ଇଚିଣ୍ଡା ପରିସରରେ ହୋଭାଷା ଲିପି ସ୍ରଷ୍ଟା ଗୁରୁ ଲାକୋ ବଦରାଙ୍କ ୧୦୩ ତମ ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!