ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମ୍ବାଦ ସାହିତ୍ୟ ଘରର ବସନ୍ତ ସାହିତ୍ୟ ଆସର ଅନୁଷ୍ଠିତ

ରାଉରକେଲା/ ସମ୍ବାଦ ସାହିତ୍ୟ ଘର, ରାଉରକେଲା ତରଫରୁ ବସନ୍ତ ସାହିତ୍ୟ ଆସର ସେକ୍ଟର ୫ସ୍ଥିତ କଲଚରାଲ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ଆଲୋକ ରଂଜନ ମଲ୍ଲିକଙ୍କ ସଭାପତିତ୍ବ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଦାସଙ୍କ ଆବାହକତ୍ବ ଓ କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆଇନଜୀବୀ ତଥା ଶ୍ରମିକନେତା ବୈଦ୍ୟନାଥ ଦାସ ମୁଖ୍ୟଅତିଥି ଓ କବୟିତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦାସ ନିଜ ବକ୍ତବ୍ଯରେ ସମ୍ବାଦ ସାହିତ୍ୟ ଘରର ଭାଷା ସାହିତ୍ୟ ପ୍ରତି ପ୍ରତିବଦ୍ଧତା ଓ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସାହିତ୍ୟ ସମାଜର ହିତରେ କାର୍ଯ୍ୟ କରିଥାଏ ବୋଲି ମତ ରଖିଥିଲେ। ମୁଖ୍ୟବକ୍ତା ଶ୍ରୀମତୀ ପଟ୍ଟନାୟକ କହିଲେ ଯେ ସାହିତ୍ୟ ପାଠକ ଓ ଲେଖକଙ୍କ ମଧ୍ୟରେ ସେତୁ ସଦୃଶ୍ୟ କାର୍ଯ୍ୟ କରୁଥିବା ବେଳେ ବସନ୍ତ ଋତୁର ମହାତ୍ମ୍ୟ ଓ କାହିଁକି ଶ୍ରେଷ୍ଠ ଋତୁ ସେ ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସମ୍ବିଧାନ ସନ୍ଦର୍ଶନ ର ରଚୟିତା ବିଭୁତି ଭୂଷଣ ଦାସ ଓ ସମାଜସେବୀ ଶ୍ରଦ୍ଧା ଷଡଙ୍ଗୀ ଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା। ସର୍ବଶ୍ରୀ ଆର୍ତ୍ତତ୍ରାଣ ମହାପାତ୍ର,ବିଜୟଲକ୍ଷ୍ମୀ ପଟ୍ଟନାୟକ, ଅଭିରାମ ପ୍ରଧାନ, ବ୍ରଜେନ୍ଦ୍ର ଦାଶ,ବିଭୁ ନାୟକ, ବସନ୍ତ ବିଶ୍ବକର୍ମା, ରାମକୃଷ୍ଣ ତ୍ରିପାଠୀ, ବ୍ରଜବିହାରୀ ଦାଶ, ଗଙ୍ଗାଧର ପୁହାଣ, ତ୍ରିଲୋଚନ ସ୍ବାଇଁ, ଅଶୋକ କୁମାର ନାୟକ, କୁଂଜବିହାରୀ ରାଉତ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ନିକଟ ଅତୀତରେ ବହୁ ସାହିତ୍ୟିକ ବଂଧୁଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସାଧାରଣ ସଂପାଦକ ଶ୍ରୀ ଦାସ ସଂପାଦକୀୟ ବିବରଣୀ ସହ ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଥିଲେ। ସଭାପତିତ୍ବ ଅଭିଭାଷଣ ସହ ସଭାପତି ଶ୍ରୀ ମଲ୍ଲିକ ଆଗାମୀ ଦିନରେ ଏହିଭଳି ସହଯୋଗ ସମସ୍ତଙ୍କ ଠାରୁ ଆଶା କରିଥିଲେ। ଶେଷରେ ଅନ୍ୟତମ ସଦସ୍ୟ ଜ୍ୟୋତିର୍ମୟ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟ ଦାସ,ଲମ୍ବୋଦର ମହନ୍ତ, ମେଘମାଳା ଦାସ, ସୁପ୍ତି କର,ଅଜୟ କୁମାର ପୂଜାରୀ, ହରିହର ଶତପଥୀ, ଅଭିମନ୍ୟୁ ବେହେରା, ଜଗନ୍ନାଥ ରାଉତ, ଡଃ ସୁମନ ଦତ୍ତ, ଅର୍ପିତା ଦାସ,ଜୋସ୍ନା ଦାସ,ମଧୁସ୍ମିତା ଦାସ, ରଞ୍ଜନ କୁମାର ଲେଙ୍କା, ଗଣେଶ୍ବର ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ ଗୋଦାବରୀଶ ମିଶ୍ର

Sunil Chandra Nayak

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଗୁଡ଼ାଇ ଗୁଡ଼ାଇ ଚପଲ ରେ ମାଡ଼ ମାରିବା ଘଟଣାର ଉପଯୁକ୍ତ ନ୍ୟାୟ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ରେ ଉପଖଣ୍ଡ ସ୍ବାସ୍ଥ୍ୟ କର୍ମଚାରୀ ଥାନାର ଦ୍ଵାରସ୍ତ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ମହାଗୌରୀ

Sunil Chandra Nayak

Leave a Comment

error: Content is protected !!