ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସୁମି ବ୍ଳକରେ ଟିପିଏନଓଡିଏଲ ପକ୍ଷରୁ ଜନପ୍ରତିନିଧିଙ୍କୁ ନେଇ ସଚେତନତା କର୍ମଶାଳା

ମୟୂରଭଞ୍ଜ— (ମସିହା) ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକ ସମ୍ମିଳନୀ କକ୍ଷରେ ବିଡ଼ିଓ ଶ୍ରୀ ଧନି ଚରଣ ମୁର୍ମୁଙ୍କ ସଭାପତିତ୍ବରେ ଟାଟା ପାଓ୍ବାର ପକ୍ଷରୁ ପଞ୍ଚାୟତର ଜନପ୍ରତିନିଧିଙ୍କୁ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡେପୁଟି ମେନେଜର ଆଶୁତୋଷ ପଣ୍ଡା,ସେକ୍ସନ କମର୍ସିଆଲ ଅଫିସର ଭାଗ୍ୟବାନ ସେନ,ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ଚିତ୍ତ ରଂଜନ ସାହୁ , କନିଷ୍ଠ ଯନ୍ତ୍ରୀ ମୁପାନ୍ନା ପ୍ରସାଦ ରାଓ ଏବଂ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲ ।ଡେପୁଟି ମେନେଜର ଏହି କର୍ମଶାଳାର ଲକ୍ଷ୍ୟ ଓ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ ।କିପରି ଉପଭୋକ୍ତା ଓ ବିଦ୍ୟୁତ ବିଭାଗ ମଧ୍ଯରେ ଦୂରତ୍ବ କମିବ, ଲୋକମାନେ କିଭଳି ଉତ୍ତମ ସେବା ପାଇବେ, ସ୍ମାର୍ଟ୍ ମିଟର ବ୍ୟବହାର, ସ୍ବାସ୍ଥ୍ୟ ସେବା,ଭୋକେସନାଲ ତାଲିମ, ସାମାଜିକ ଗଣମାଧ୍ୟମରେ ବିଭାଗର ନିକଟତର ହେବା,,ଅନ୍ୟ ଲାଇନରେ କିଭଳି ସମସ୍ତ କାର୍ଯ୍ୟ ଉପଭୋକ୍ତା ମାନେ ସଂପାଦନ କରି ପାରିବେ ତାହାରି ଉପରେ ଅତିଥିମାନେ ସୁନ୍ଦର ଭାବରେ ଆଲୋକପାତ କରିଥିଲେ । ଜନପ୍ରତିନିଧି ମାନେ ଉପସ୍ଥିତ ରହି ସେମାନେ ଅନୁଭବ କରୁଥିବା ସମସ୍ୟା ଉପସ୍ଥାପନ କରିଥିଲେ ।ବିଦ୍ୟୁତ ବିଭାଗ ତରଫରୁ ସବୁବେଳେ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ।ଶେଷରେ କାର୍ଯ୍ୟକ୍ରମକୁ ସଫଳ ଓ ସହଯୋଗ କରିଥିବାରୁ ଉପସ୍ଥିତ ଥିବା ସମସ୍ତଙ୍କୁ ଏସଡିଓ ଚିତ୍ତରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଜାତଳା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ 

masiha

ଆମ୍ବଦଳା ଠାରେ ରେଳରୋକ ଆନ୍ଦୋଳନ କୁ ସମର୍ଥନ ଜଣାଇ ରେଳ ଷ୍ଟେସନ ମେନେଜର ଜରିଆରେ ସମ୍ବଲପୁର ଡିଆରଏମଙ୍କୁ ବିଶ୍ଵନାଥପୁର ସିଟିଜେନ ଫୋରମ କମିଟି ଦ୍ବାରା ଦାବି ପତ୍ର ପ୍ରଦାନ

Sunil Chandra Nayak

ରୋଗାକ୍ରାନ୍ତ ଜୀବନ ମଧ୍ୟରେ ଛଟପଟ ବଞ୍ଚିବା ପାଇଁ ଅନ୍ଯର ସହଯୋଗ ପାଇଁ ଆଶାୟୀ କବିତା ମାଝୀ ,ଚିକିତ୍ସାରେ ଅର୍ଥ ସାଜିଛି ବାଧକ

masiha

Leave a Comment

error: Content is protected !!