ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖାଟୁଶ୍ୟାମ ବାବାଙ୍କ ଫାଲଗୁନ ମେଳା ଓ ନିଶାନ ପଦଯାତ୍ରା

ନର୍ଲା(ମପ୍ର)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଠାରୁ ପଲସାପଡା ଖାଟୁଶ୍ୟାମ ବାବାଙ୍କ ମନ୍ଦିର ଯାଏଁ ନିଶାନ ପଦ ଯାତ୍ରା ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ଵାରା ହୋଇଯାଇଛି। ରୁପ୍ରାରୋଡ ଛୋଟେଲାଲ ଶ୍ୟାମ ପରିବାରଙ୍କ ଘରୁ ବାବାଙ୍କ ନିଶାନ ପଦ ଯାତ୍ରା ଆରମ୍ଭ ହୋଇ ପଲସାପଡା ସ୍ଥିତ ଶ୍ୟାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏଠାରେ ସୂଚନାଯୋଗ୍ୟ ପଲସାପଡା ଗ୍ରାମର ଶ୍ୟାମ ବାବାଙ୍କ ମନ୍ଦିର ୧୯୭୪ ମସିହାରେ ସ୍ଥାପିତ ହୋଇଥିଲା। ଯାହା ଓଡ଼ିଶା ରାଜ୍ୟର ଦ୍ଵିତୀୟ ଶ୍ୟାମ ବାବାଙ୍କ ମନ୍ଦିର ଭାବେ ପରିଚିତ। ପଦଯାତ୍ରାରେ ଶ୍ୟାମ ପରିବାରର ସମସ୍ତ ସଦସ୍ୟ ସହିତ ରୁପ୍ରାରୋଡ, ଧର୍ମଗଡ, ଜୁନାଗଡ, କେସିଙ୍ଗା, ଭବାନୀପାଟଣା, ଝାରସୁଗୁଡ଼ା, ସମ୍ବଲପୁର, ଆମ୍ବୋଦୋଳା ଅଂଚଳରୁ ଶହ ଶହ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଶ୍ୟାମ ଭକ୍ତ ପବନ ଶର୍ମା, ରାଧେଶ୍ୟାମ ଶର୍ମା, ରାମଚନ୍ଦ୍ର ଶର୍ମା, ଶ୍ୟାମସୁନ୍ଦର ଶର୍ମା, ସୁନୀଲ ଶର୍ମା, ସୁରେଶ ଶର୍ମା, ସନ୍ଦିପ ଶର୍ମା, ସୁମିତ ଶର୍ମା, ରତନ ଅଗ୍ରୱାଲ, ବିଜୟ ଅଗ୍ରୱାଲ, ବବଲୁ ଅଗ୍ରୱାଲ, ଅଶୋକ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଏଣିକି ମହିଳା ଓ କିନ୍ନର ଚଲାଇବେ ଭାରି ଯାନ କ୍ରୁଟ ଯୋଗାଇ ଦେଉଛି ତାଲିମ

ଆଗକୁ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ବଜାର ସାରା ରାକ୍ଷୀ ପସରା..

Sunil Chandra Nayak

ଆସନ୍ତୁ ଜାଣିବା ବିଷ୍ଣୁ ପୁରାଣ ପଠନ ଓ ଶ୍ରବଣର ମହତ୍ତ୍ଵ ବିଷୟରେ କିଛି..

Sunil Chandra Nayak

Leave a Comment

error: Content is protected !!