ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକକଳା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଡାବୁଗାଁ, ୧୨/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବିଡିଓଙ୍କ କାର୍ଯ୍ୟ|ଳୟ ପ୍ରକୋଷ୍ଠରେ ଲୋକକଳା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଓଡିଆ ଭାଷା, ସଂସ୍କୃତି ଓ ସାହିତ୍ୟକୁ ନେଇ ଲୋକକଳା ଦିବସ ପାଳନ କରାଯାଉଛି | ଏହି ଦିବସ ରେ ବିଦ୍ୟାଳୟର ଛାତ୍ରୀଛାତ୍ର, ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନଙ୍କୁ ନେଇ ଝୋଟି, ଚିତ୍ରାଙ୍କନ, ବକୃତା ଓ ନୃତ୍ୟ ପ୍ରତିଯୋଗୀତା କରାଯିବ | କିପରି ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ର ସହ ଏହି ଦିବସ ପାଳନ କରଯିବ ସେନେଇ ଆଲୋଚନା ହୋଇଥିଲା | ଏଥିରେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ସିଡିପିଓ ଗୀତାଞ୍ଜାଳୀ ମହାରଣା, ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଦେଶିଆ ନାଟଗୁରୁ କାର୍ତ୍ତିକ ଭତ୍ରା, ବିଶ୍ଵରଞ୍ଜନ ପାତ୍ର, ଚିତ୍ର ହରିଜନ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ/ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାଲିଗୁଡ଼ା ବନାଞ୍ଚଳର ଖମନଖୋଲ ଅଞ୍ଚଳରେ ୮ଟିକିଆ ହାତୀପଲ 

masiha

ଦୁର୍ଗାପ୍ରଶନ୍ନ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ଶ୍ରେଣୀଗୃହ ଓ ଗ୍ରନ୍ଥାଗାର ଉଦଘାଟନ ଉତ୍ସବ

Sunil Chandra Nayak

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!