ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକକଳା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଡାବୁଗାଁ, ୧୨/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବିଡିଓଙ୍କ କାର୍ଯ୍ୟ|ଳୟ ପ୍ରକୋଷ୍ଠରେ ଲୋକକଳା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଓଡିଆ ଭାଷା, ସଂସ୍କୃତି ଓ ସାହିତ୍ୟକୁ ନେଇ ଲୋକକଳା ଦିବସ ପାଳନ କରାଯାଉଛି | ଏହି ଦିବସ ରେ ବିଦ୍ୟାଳୟର ଛାତ୍ରୀଛାତ୍ର, ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନଙ୍କୁ ନେଇ ଝୋଟି, ଚିତ୍ରାଙ୍କନ, ବକୃତା ଓ ନୃତ୍ୟ ପ୍ରତିଯୋଗୀତା କରାଯିବ | କିପରି ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ର ସହ ଏହି ଦିବସ ପାଳନ କରଯିବ ସେନେଇ ଆଲୋଚନା ହୋଇଥିଲା | ଏଥିରେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ସିଡିପିଓ ଗୀତାଞ୍ଜାଳୀ ମହାରଣା, ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଦେଶିଆ ନାଟଗୁରୁ କାର୍ତ୍ତିକ ଭତ୍ରା, ବିଶ୍ଵରଞ୍ଜନ ପାତ୍ର, ଚିତ୍ର ହରିଜନ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ/ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆରମ୍ଭ ହେଲା ଖଡ଼ିଆଲ ମହୋତ୍ସବ ୨୦୨୩

Sunil Chandra Nayak

ଶ୍ରଦ୍ଧା ରେ ଗୁରୁ ଦିବସ ପାଳନ

masiha

ଦଶ ବର୍ଷ ତଳେ ମାଟ୍ରିକ ପଢ଼ିଥିଲେ …. ଏବେ କହିଲେ ପୁଣି ପଢ଼ିବେ ମାଟ୍ରିକ !!

masiha

Leave a Comment

error: Content is protected !!