ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମସିହା ପ୍ରଭାବ -ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ପରିଚାଳିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ହସ୍ତାନ୍ତର ତାରିଖ ନିର୍ଦ୍ଧାରିତ ହେଲା

ତେନ୍ତୁଳିଖୁଣ୍ଟି -୧୩/୦୬/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ୟା ସମ୍ପର୍କିତ ତଥା ପରିଚାଳନା ଦାୟିତ୍ବ କାହାର ସମ୍ପର୍କିତ ଖବର ପ୍ରକାଶ ପରେ ଇନ୍ଦ୍ରାବତୀ ପ୍ରକଳ୍ପ ଅଧିକାରୀ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କୁ ଭେଟି ସମାଧାନ ପାଇଁ ନିବେଦନ କରିଥିଲେ। ଜିଲ୍ଲାପାଳ ମିଶ୍ର ସମସ୍ତ ବିଷୟ ଅନୁଧ୍ୟାନ କରିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଙ୍କୁ ନିର୍ଦେଶ ଦେଇଥିଲେ ଯେ ତୁରନ୍ତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଦାୟିତ୍ୱ ନିଅ ଓ ଶିକ୍ଷକ ସମସ୍ୟା ସମାଧାନ କର। ଏହା ପରେ ପ୍ରଦୀପ ନାଗ ଷୋହଳ ତାରିଖ ଦିନ ହସ୍ତାନ୍ତର ପ୍ରକ୍ରିୟା କରିବେ ବୋଲି କହିଛନ୍ତି। ଟି ଜିଟି କଳା ,କ୍ଲାସିକାଲ ଶିକ୍ଷକ ଓ ପି ଇଟି ଆଦି ଶିକ୍ଷକ ପାଇଁ ଲେଖା ଯାଇଅଛି ନୂଆ ପୋଷ୍ଟିଂ ବେଳେ ପୂରଣ ହୋଇଯିବ ବୋଲି କହିଥିଲେ। ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସଞ୍ଜୀବ ଭତ୍ରା ,ନିର୍ବାହୀ ଯନ୍ତ୍ରୀ ସରୋଜ କାନ୍ତ ଦାସ ,ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ପାତ୍ର ଜିଲ୍ଲାପାଳ ମିଶ୍ର ଙ୍କୁ ଭେଟି ବିଭିନ୍ନ ପ୍ରକଳ୍ପ ପରିଚାଳିତ ଆଠ ବିଦ୍ୟାଳୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କୁ ହସ୍ତାନ୍ତର ପାଇଁ ନିଷ୍ପତ୍ତି ହୋଇଛି ଓ ଏ ସମ୍ପର୍କିତ ଆବଶ୍ୟକ ପ୍ରକ୍ରିୟା ଇତି ମଧ୍ୟରେ ପ୍ରକଳ୍ପ ତରଫରୁ ସମ୍ପନ୍ନ ହୋଇଛି ଏଣୁ ଛାତ୍ର ଛାତ୍ରୀ ଙ୍କ ସ୍ୱାର୍ଥ ପାଇଁ ହସ୍ତାନ୍ତର ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ନିବେଦନ କରିଥିଲେ। ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ହସ୍ତାନ୍ତର ତାରିଖ ନିର୍ଦ୍ଧାରିତ ହେବା ଓ ଉଭୟ ଜିଲ୍ଲା ଶିକ୍ଷାଅଧିକାରୀ ନାଗ ଓ ଇନ୍ଦ୍ରାବତୀ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଜ ନିଜ ଅନ୍ୟାନ୍ୟ କାର୍ଯ୍ୟ ଗୋଟିଏ ପାଖରେ ରଖି।ହସ୍ତାନ୍ତର ତାରିଖ ନିର୍ଦ୍ଧାରଣ କରିଛନ୍ତି। ଯଦି ସେହିଦିନ ହସ୍ତାନ୍ତର ହୋଇଯିବ ଷୋହଳ ଜୁନ ଇନ୍ଦ୍ରାବତୀ ପାଇଁ ଏକ ସ୍ୱତନ୍ତ୍ର ଦିବସ ହୋଇ ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ମସିହାରେ ଖବର ପ୍ରକାଶ ପରେ ପ୍ରକଳ୍ପ ପ୍ରଶାସନ ସକ୍ରିୟ ହେବା ଜିଲ୍ଲାପାଳ ତ୍ୱରିତ ଆବଶ୍ୟକ ପଦକ୍ଷେପ ନେବା ଯୋଗୁଁ ହସ୍ତାନ୍ତର ତାରିଖ ନିର୍ଦ୍ଧାରଣ ସମ୍ଭବ ହୋଇଛିଦ୍ୱାରା ଇନ୍ଦ୍ରାବତୀ ଉଚ୍ଚବିଦ୍ୟାଳୟ ର ସମସ୍ୟା ସମାଧାନ ହୋଇ ପାରିବ ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

କାଉନସିଲ୍ ବୈଠକ ଅନୁଷ୍ଠିତ

Sunil Chandra Nayak

ବାସନ୍ତୀ ଯୁବକ ସଂଘ,ବଡ଼ ଡାଳିମା ଆନୁକୂଲ୍ୟରେ ୬୩ ତମ ଦୁର୍ଗାପୂଜା 

masiha

“ବିପ୍ଳବଙ୍କ ଏକଦଶାହରେ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି “

Sunil Chandra Nayak

Leave a Comment

error: Content is protected !!