ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ରଜରେ ରାଜ୍ କଲା ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’

ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ୟାନରରେ ରଜ ଉପଲକ୍ଷେ ମୁକ୍ତିଲାଭ କରିଛି ସୁପରଷ୍ଟାର ଅନୁଭବ ମହାନ୍ତି ଅଭିନୀତ ବିଗ ବଜେଟ ର ଫିଲ୍ମ “ଲଭ ଇନ ଲଣ୍ଡନ” l ଦୀର୍ଘ ୬ ବର୍ଷ ପରେ ରଜରେ ଅନୁଭବ ଙ୍କ ସିନେମା ମୁକ୍ତିଲାଭ କରିଥିବାରୁ କଟକସ୍ଥିତ ସଙ୍ଗମ ଓ ଭୁବନେଶ୍ଵର‌ର଼ ସ୍ତୁତି ସିନେମା ହଲ୍ ରେ ପ୍ରବଳ ଭିଡ ସହ ଟ୍ରଫିକ ଜାମ୍ ଅନୁଭବଙ୍କ ଲୋକପ୍ରିୟତା ପରିଲକ୍ଷିତ ହୋଇଥିଲା। ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହିତ ତାଙ୍କର ଦୁଇ ନବାଗତ ନାୟିକା ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବା, ସହ ଅଭିନେତା ଅଭିନେତା ସରୋଜ,ପ୍ରଯୋଜିକା ଜେ ବର୍ଖା,ଲାଇନ୍‌‌ ପ୍ରଡ୍ୟୁସର ଦେବେନ୍ଦ୍ର ଜଗଦଲ୍,ସୁରଜ ମହାନତା,ନିର୍ଦ୍ଦେଶକ ତାପସ ସରଘରିଆ,ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ,ଗୀତିକାର ଡଃ ନିର୍ମଳ ନାୟକ,ଆମର ମ୍ୟୁଜିକ ଓଡିଶା ହେଡ୍ ଦେବାଶିଷ ପଣ୍ଡା , କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଙ୍କ ସହ ଅନ୍ୟାନ୍ୟ ସମସ୍ତ କଳାକାର ଉପସ୍ଥିତ ଥିଲେ l ଫିଲ୍ମ ଲଭ ଇନ ଲଣ୍ଡନ ରେ ଏକା ସାଙ୍ଗରେ ୪ ଜଣ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ଅସଦ ନିଜାମ, ଡ଼ଃ ବିନୟ ରଥ ଏବଂ ସୋମେଶ ଶତପଥି ଥିବା ବେଳେ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ ଓ ସ୍ମୃତିକା କଣ୍ଠଦାନ କରିଛନ୍ତି।

ଫିଲ୍ମ “ଲଭ ଇନ ଲଣ୍ଡନ” ଓଡ଼ିଶାର ୬୩ ଟି ପ୍ରେକ୍ଷାଳୟ ୧୮୦ ରୁ ଉର୍ଦ୍ଧ୍ୱ ଶୋ ଚାଲିଛି ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଦେଇଛନ୍ତି। ଆଜି ପ୍ରଥମ ଦିନ ପ୍ରଥମ ଶୋ’ ରେ ଅନୁଭବ ପ୍ରେମୀ ଦର୍ଶକମାନଙ୍କ ମନରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଥିଲା l ଦୀର୍ଘ ୬ ବର୍ଷ ପରେ ରଜରେ ଅନୁଭବ ମହାନ୍ତିଙ୍କ ଫିଲ୍ମ ଆସୁଥିବାରୁ ଅନେକ ଦର୍ଶକ ଅନୁଭବଙ୍କ ସହିତ ସିଧାସଳଖ କଥା ହୋଇ ନିଜର ଉତ୍କଣ୍ଠା ପ୍ରକାଶ କରିଥିଲେ l ଅନୁଭବ ମଧ୍ୟ ଦର୍ଶକମାନଙ୍କୁ ସିଧାସଳଖ କହିଥିଲେ ରଜ ଆମ ଓଡ଼ିଶା ମାଟିର ଗଣ ପର୍ବ, ତେଣୁ ଆମେ ପ୍ରୟାସ କରିଛୁ ଭଲ ସ୍ୱାଦର ଫିଲ୍ମ ଆପଣ ମାନଙ୍କୁ ଭେଟି ଦେବୁ l ଯାହା ସପରିବାର ନିକଟସ୍ଥ ପ୍ରେକ୍ଷାଳୟକୁ ଆସି ଦେଖିପାରିବେ l ଦର୍ଶକ ମାନଙ୍କ ମଧ୍ୟରେ ଅନେକ ଆଗ୍ରହ ଉତ୍କଣ୍ଠା ଦେଖି ଅନୁଭବ ଭାବବିହ୍ଵଳ ହୋଇଯାଇଥିଲେ l

ବାହାନଗା ଟ୍ରେନ ଟ୍ରଜେଡି ରେ ପୀଡିତ ଙ୍କ ପାଇଁ ‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ଲାଭାଂଶ ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇ ଏହି ଦୁଃଖଦ ଘଟଣାରେ ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ପ୍ରଯୋଜକ ପୁଣିଥରେ ପ୍ରକାଶ କରିଥିଲେ l 

ଏହି ଅଵସରରେ ଓଡିଶାର ବହୁ ନାମୀଦାମୀ କଳାକାର ସମେତ ବହୁ ପ୍ରଯୋଜକ ଓ ନିର୍ଦ୍ଦୈଶକ ,କଳାକାର ଉପସ୍ଥିତ ଥିଲେ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ଢେ଼ଙ୍କାନାଳ ମାଟି ଓ ଜାତି ର ଆଭା ବଖାଣିଲା ‘ସମର ତରଙ୍ଗ’ ଗୀତିନାଟ୍ୟ

Sunil Chandra Nayak

ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ ଉଦଘାଟିତ

masiha

ନାଟକ ନୂଆ ଦିଗନ୍ତ ସମାଜକୁ ଦେଲା ନୂତନ ବାର୍ତ୍ତା

Sunil Chandra Nayak

Leave a Comment

error: Content is protected !!