ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଲୋକକଳା ଦିବସ ପାଳିତ

ଡାବୁଗାଁ, ୧୪/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ଜୟନ୍ତୀନଗର ସ୍ଥିତ ମହାତ୍ମା ଗାନ୍ଧୀ ପାର୍କ ଠାରେ ଲୋକକଳା ଦିବସ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧ୍ୟକ୍ଷତାରେ ବୁଧବାର ପାଳିତ ହୋଇଯାଇଛି | ଏଥିରେ ଝୋଟି, ଚିତ୍ରାଙ୍କନ, ସଙ୍ଗୀତ, ବକୃତା, ନୃତ୍ୟ, ଦଳଗତ ନୃତ୍ୟ ଓ ଶଙ୍ଖ ନାଦ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ ଚିତ୍ରାଙ୍କନରେ ଅର୍ପିତା ତ୍ରିପାଠୀ (୧ମ), ଦିବ୍ୟଶ୍ରୀ ପାତ୍ର(୨ୟ), ସୋମ୍ୟଜିତ ମହାଙ୍କୁଡ(୩ୟ), ବକୃତାରେ ବିନ୍ଦୁ ସାଗର (୧ମ), ରାୟମାତୁନ ଅନସାରି(୨ୟ), ଚାନ୍ଦିନୀ ଜାଲ (୩ୟ), ଝୋଟିରେ ସାଇରାମ ଏସଏଚଜି ୧ମ) , ଭଣ୍ଡାର ଘରଣୀ ଏସଏଚଜି (୨ୟ) , ଓମ ସାଇରାମ ଏସଏଚଜି (୩ୟ) , ନୃତ୍ୟରେ ମିନା ବିଶୋଇ (୧ମ), ନିବେଦିତା ପଟ୍ଟନାୟକ (୨ୟ), ଶୁଭଶ୍ରୀ ପଣ୍ଡା (୩ୟ), ଶଙ୍ଖନାଦ ରେ ଗଦାଧର ତ୍ରିପାଠୀ (୧ମ), ବିଶ୍ଵେଶ କୁମାର ତ୍ରିପାଠୀ (୨ୟ), ନମିତା ଜେନା (୩ୟ), ଦଳଗତ ନୃତ୍ୟ ଶବର ଶବରୁଣୀ ମାନିଆଗୁଡା (୧ମ), ଭୀମଭୋଇ ଭଜନ(୨ୟ) ଓ ଢେମସା ନୃତ୍ୟ(୩ୟ) ସ୍ଥାନ ଅଧିକାର କରିଥିଲେ | ଏଥିରେ ଜର୍ଜ ଭାବ ଅଧ୍ୟାପକ ରମେଶ ଚନ୍ଦ୍ର ନାହକ, ତ୍ରିପତି ଜେନା, କାର୍ତ୍ତିକ ଭତ୍ରା ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ | କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ବିଧାୟକ ମନୋହର ରନ୍ଧାରୀ ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସିଡିପିଓ ଗୀତାଞ୍ଜଳି ମହାରଣା, ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପରଶୁରାମ ମାଳୀ ଓ ଅଙ୍ଗନୱାଡି କର୍ମୀ, ଗ୍ରାମବାସୀ, କଳାକାର ମାନେ ଉପସ୍ଥିଅତ ଥିଲେ | ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପକ୍ଷଘାତି ଟୁକୁନି ମାଝୀଙ୍କୁ ଟ୍ରାଇ ସାଇକେଲ ଓ ଭତ୍ତା ଖଣ୍ଡେ ଦେବାକୁ ଦାବି

Sunil Chandra Nayak

ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ/

Sunil Chandra Nayak

କରାଟିକିଲି ଠାରେ ବିଶ୍ୱ ପରିବେଷ ଦିବସ ପାଳିତ 

masiha

Leave a Comment

error: Content is protected !!