ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବିଶ୍ବ ରକ୍ତଦାତା ଦିବସ ଅବସରରେ ରକ୍ତଦାନ ଶିବିର , ସଂଗୃହୀତ ହେଲା ୪୨ ୟୁନିଟ୍ ରକ୍ତ

ଲାଞ୍ଜିଗଡ଼,୧୪/୦୬(ମନିସ)-ବିଶ୍ବ ରକ୍ତଦାତା ଦିବସ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ! ଲାଞ୍ଜିଗଡ଼ ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରରେ ୯ ଜଣ ମହିଳା ଓ ଦୁଇଜଣ ପୁଲିସ କର୍ମୀଙ୍କ ସମେତ ୪୨ ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ ! ଏଇ ଅବସରରେ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ପୂର୍ବତନ ବିଧାୟକ ବଳଭଦ୍ର ମାଝୀ, ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ୍ ଅଫିସର ଡା. ତତେଶ୍ବର ନାୟକ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ, ଜନ ଆରୋଗ୍ୟ ସମିତିର ସଦସ୍ୟ ଚନ୍ଦ୍ରଶେଖର ମହାପାତ୍ର, ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଲାଞ୍ଜିଗଡ଼ ବ୍ଲକ ସଭାପତି ଜଗଦୀଶ ବେନିଆଁ, ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ସମିତିସଦସ୍ୟା ମୁକ୍ତା ଭୋଇ, ବ୍ଲକସ୍ତରୀୟ ମହିଳା ମହାସଂଘର ସଭାନେତ୍ରୀ ସରୋଜିନୀ ପ୍ରଧାନ, ବରିଷ୍ଠ ନାଗରିକ ଦୀପକ ମହାପାତ୍ର, ନିରଞ୍ଜନ ପାତ୍ର, ପ୍ରସନ୍ନ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ଗଉଡ଼, ସୁବନ ଭୋଇ, ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନର ଉପଦେଷ୍ଟା ସନ୍ତୋଷ ତୁଳ, ସଭାପତି ନୀଲେଶ କୁମାର ନାଗ, ସାଧାରଣ ସଂପାଦକ ଗୋପାଳଦାସ ମହାନନ୍ଦ, ଏମ୍ ବିକେ ସନ୍ତୋଷିନୀ ଗଉଡ, ଯୁବ ସ୍ବେଚ୍ଛାସେବୀ ସୌରଭ ରଞ୍ଜନ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ! ଏହି ଶିବିରରେ ପ୍ରଦୀପ କୁମାର ଘଡ଼େଇ, ଗୋକୁଳ ସାହୁ, ବାଦଲ ମହାପାତ୍ର, ଆକାଶ ସୁନାନୀ, ତୁଷାରକାନ୍ତ ମାଝୀ, ଅଜିତ ମାଝୀ, ବିଶ୍ୱନାଥ ମହଲା, ଚନ୍ଦନ ଶବର, ଚନ୍ଦ୍ରକାନ୍ତ ଶବର, ବିନୋଦ ମହାପାତ୍ର, ରୋଜାଲିନ ସାହୁ, ଶୁଭମଚନ୍ଦ୍ର ସାହୁ, ଅଭିଷେକ ମହାପାତ୍ର, ସନ୍ତୋଷ କୁମାର ତୁଳ, ନୃପରାଜ ଗଉଡ଼, ମନୋଜ କୁମାର ମହାପାତ୍ର, କେ. ଭୂମିକା, ପଙ୍କଜିନୀ ନିଆଲ, ସିଦ୍ଧାର୍ଥ ମହାପାତ୍ର, ସରୋଜ ପ୍ରଧାନ, ଚନ୍ଦ୍ରଧ୍ବଜ ଶବର, ସନ୍ତୋଷିନୀ ଗଉଡ଼, ମାନସୀ ଗହୀର, ରୋଶନ ହୋବୋ, ଅଶୋକ କୁମାର ପରିଡା, ଆହ୍ଲାଦିନୀ ଗଉଡ଼, ଗୋପାଳଦାସ ମହାନନ୍ଦ, ଲକୀରଦାସ ମହାନନ୍ଦ, ସୌରଭରଞ୍ଜନ ପାତ୍ର, କମଳ ଭୋଇ, ସତ୍ୟନାରାୟଣ ପଟ୍ଟନାୟକ, ରବୀନ୍ଦ୍ର କୁମାର ସାହୁ, ରମେଶ ଚନ୍ଦ୍ର ନାଏକ, ଡ. ତତେଶ୍ୱର ନାଏକ, ଭୀଷ୍ମ ବାଗ, ବିକାଶ ସୁନାନୀ, ରୋଜାରାଣୀ ପାତ୍ର, ଲକ୍ଷ୍ମୀ ହରିଜନ, ନେପାଳ ମାଝୀ, ଜଗାବଳିଆ ମହାକୁଡ଼, ପଙ୍କଜ ବଗର୍ତ୍ତି, ବିନି ମହାପାତ୍ର ପ୍ରମୁଖ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ! ଭବାନୀପାଟଣାସ୍ଥିତ ଓଡ଼ିଶା ରକ୍ତ ଭଣ୍ଡାରର ଟେକ୍ନିସିଆନ୍ ଡମ୍ବରୁଧର ସାହୁ, ଗିରିଶ ଚନ୍ଦ୍ର ନାଏକ, ସଞ୍ଜୀବ ମହାକୁଡ଼ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ! ଲାଞ୍ଜିଗଡ଼ ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରବୀନ୍ଦ୍ର କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଶିବିରକୁ ଚନ୍ଦ୍ରଶେଖର ମହାପାତ୍ର, ଟଙ୍କଧର ମାଝୀ, ସୁଶୀଲ କୁମାର ବାଗ, ଗୋପାଳଦାସ ମହାନନ୍ଦ, ସୌରଭ ରଞ୍ଜନ ପାତ୍ର, ଗୋକୁଳ ସାହୁ, ବିଶ୍ବନାଥ ମହଲା, ଅରୁଣ ଛତ୍ରିଆ, ରମେଶ ଚନ୍ଦ୍ର ନାୟକ, ନିରୁପମା ନାଏକ, ସୁଷମା ଦାସ, କୃଷ୍ଣ ହରିଜନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତଦାନ କଲା ହ୍ୟୁମାନ କେୟାର ଫାଉଣ୍ଡେସନ ଓ ବଜରଙ୍ଗ ସେନା

ମୁଡିଙ୍ଗ ରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

କୁଷ୍ଠ ରୋଗ ସନ୍ଦେହ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ଓ ପ୍ରେରଣ କାର୍ଯ୍ୟ ସଚେତନ କର୍ମଶାଳା

masiha

Leave a Comment

error: Content is protected !!