ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତର ୫୭୮୨ ମଧୁବାବୁ ପେନସନ ହିତାଧିକାରୀଙ୍କୁ ଗାଁକୁ ଯାଇ ବଣ୍ଟନ , ୫୦୦୨ ଜଣ ଇନ୍ଦିରା ଗାନ୍ଧି ପେନସନ ହିତାଧିକାରୀ ନିରାଶ 

ବନ୍ଧୁଗାଁ ତା ୧୫/୬/୨୩ //  ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ୧୩ଟି ପଞ୍ଚାୟତର ସରପଞ୍ଚ,ପି ଓ ଏବଂ ଯୋଗାଣ ସହାୟକଙ୍କ ଦ୍ଵାରା ୫୭୮୨ ଜଣ ମଧୁବାବୁ ପେନସନ ହିତାଧିକାରୀଙ୍କୁ ପ୍ରତି ଗାଁକୁ ଯାଇ ଭତ୍ତା ବଣ୍ଟନ କରାଯାଇଛି । ଆଜି ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଓ ଜି, ଚନ୍ଦନ ଯୋଗାଣ ସହାୟକ ପ୍ରତି ଗାଁରେ ମଧୁବାବୁ ପେନସନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ପାଇଁ ପହଞ୍ଚିବା ପରେ ଅନ୍ୟ ଇନ୍ଦିରା ଗାନ୍ଧୀ ପେନସନ ହିତାଧିକାରୀ ମାନେ ମଧ୍ଯ ପହଞ୍ଚି ଆମେ କଣ ପାଇଁ ନିଜ ଘରେ ପେନସନ ପାଇବୁ ନାହିଁ ? ସେମାନେ ହିଁ କାହିଁକି ପାଇବେ ? ଆମେ ଜାଣିଛୁ ପେନସନ ଆମ ପଞ୍ଚାୟତ ଆମକୁ ଦେଉଛି, ବୟସ ଅଧିକ ଚାଲିବାକୁ କଷ୍ଟ ହେଉଛି ଆମେ ଆଉ ବ୍ୟାଙ୍କ କୁ ଯାଇ ପେନସନ ଆଣି ପାରିବୁ ନାହିଁ,ସରପଞ୍ଚ ମାଆ ସରକାରଙ୍କୁ କହି ଆମକୁ ପେନସନ ଆଣି ଘରେ ଦେବା ପାଇଁ ବହୁ କାକୁତି ମିନତି ହୋଇ ଗୁହାରି କରୁଥିବା ଦେଖିବାକୁ ମିଳିଛି । ବଳକା ୫୦୦୨ ଜଣ ଇନ୍ଦିରା ଗାନ୍ଧି ପେନସନ ହିତାଧିକାରୀ କେବେ ପାଇବେ ହାତରେ ପେନସନ ଟଙ୍କା । ଆଜି ସରପଞ୍ଚ  ମଧୁବାବୁ ବାର୍ଦ୍ଧକ୍ୟ, ବିଧବା , ଭିନ୍ନକ୍ଷମ, ଦିବ୍ୟାଙ୍ଗ, ଅବିବାହିତ ଓ ସ୍ଵାମୀ ପରିତ୍ୟକ୍ତା ପେନସନ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ପୁରୁଣା ସୁବର୍ଣ୍ଣ ଯୁଗର ଅମର ହିନ୍ଦୀ ଚଳଚିତ୍ର ସଙ୍ଗୀତକୁ ପୁନର୍ଜୀବିତ କରିବା

ଅବସର ପ୍ରାପ୍ତ ସୈନିକ ସଂଘ ର ପ୍ରଥମ ବାର୍ଷିକ ସାଧାରଣ ବୈଠକ

masiha

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!