ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା କର୍କଟ ରୋଗୀଙ୍କୁ କେଶ ଦାନକରି ଉଦାହରଣ ପାଲଟିଲେ ମହିଳା ଓ ଯୁବତୀ

ବାଲେଶ୍ଵର, ୧୬୵୬୵୨୩- ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ଯା ବଢ଼ିବାରେ ଲାଗିଛି । ଏହି ରୋଗରେ ଅନେକ ମହିଳା ମାନେ ମଧ୍ୟ ସ୍ବୀକାର ହେଉଛନ୍ତି । ଯେଉଁ ମହିଳା ମାନେ ଏହି ରୋଗରେ ପିଡୀତ ହେଉଛନ୍ତି ଧୀରେ ଧୀରେ ସେମାନଙ୍କର କେଶ ଝଡି ମସ୍ତକ କେଶ ଶୂନ୍ୟ ହୋଇଯାଉଛି । ଯାହାକି କେଶ ଜନିତ ଦୁଃଖ ଅନୁଭବ କରୁଛନ୍ତି । ଠିକ୍ ଏହି ସମୟରେ ପିଡୀତା ମାନଙ୍କୁ କେଶ ଦାନକରି ଅଞ୍ଚଳ ତଥା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି କିଛି ମହିଳା ଓ ଯୁବତୀ । ଏହି ଉପଲକ୍ଷେ ନିକଟରେ ବାଲେଶ୍ଵର ଜିଲ୍ଲା ଖଇରା କଲେଜ ନିକଟ ନଟାପଡା ଛକଠାରେ ଥିବା ସାଇ ଆଇଟି ଆଇ, ଖଇରା କ୍ଯାମ୍ପସ ପରିସରରେ ଜନହିତ ଯୁବକ ସଙ୍ଘ ଏବଂ ଶୋଭାଟ୍ରଷ୍ଟ ମିଳିତ ଆନୁକୂଲ୍ଯରେ କ୍ଯାନସର(କର୍କଟ) ପୀଡିତ ମହିଳାମାନଙ୍କ ଉଦ୍ଦେଶ୍ୟରେ କେଶ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଖଇରା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିଲେ । ଏହି ଶିବିରରେ ୧୪ଜଣ ମହିଳା ଏବଂ ଜଣେ କୁନି ପିଲା ତାଙ୍କର କେଶ ଦାନ କରିଥିଲେ । ଜନହିତ ଯୁବକ ସଂଘର ଉପଦେଷ୍ଟା ଏବଂ ବରିଷ୍ଠ ସଦସ୍ଯ ମାନେ ସହଯୋଗ କରିଥିଲେ । ସଂଘର ସଭାପତି ସୁରେଶ କୁମାର ରାଉତ ଏବଂ ଶୋଭାଟ୍ରଷ୍ଟର ସଂପାଦକ ହରପ୍ରିୟା ନାୟକ, ସୁଶାନ୍ତ କୁମାର ମହାନ୍ତି ତାଙ୍କର ବହୁମୂଲ୍ୟ ମନ୍ତବ୍ଯ ରଖିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଯକ୍ତା କୁଞ୍ଜଲତା ମାହୁନ୍ତ । ଯାହାଙ୍କ ଘର ଖଇରା ବ୍ଲକ ଅଧିନସ୍ଥ ପଳାଶପୁର ଗ୍ରାମ । ଶ୍ରୀମତୀ ମାହୁନ୍ତ ଏକାଧାରରେ ଜଣେ ଲେଖିକା, ଅଭିନେତ୍ରୀ, ଘରୋଇ ବିଦ୍ୟାଳୟର ଶିକ୍ଷୟିତ୍ରୀ ଏବଂ ସମାଜସେବୀ । ପିଲାଟି ଦିନରୁ ସମାଜସେବା ତାଙ୍କର ମୂଳ ଲକ୍ଷ୍ୟ ରଖିଛନ୍ତି । ସଦାସର୍ବଦା ସମାଜ ପାଇଁ ଭଲ କାର୍ଯ୍ୟ କରିବା ତାଙ୍କର ଲକ୍ଷ୍ୟ । ମୃତ୍ୟୁ ପରେ ନିଜ ଶରୀରକୁ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲକୁ ପୂର୍ବରୁ ଦାନ କରିବା ପରେ କର୍କଟ(କ୍ଯାନସର) ପିଡୀତା ମାନଙ୍କୁ କେଶ ଦାନ କରିଛନ୍ତି । ସଫଳ ସମାଜସେବୀ ଭାବେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ଆୱାର୍ଡ ମଧ୍ୟ ପାଇଛନ୍ତି ଶ୍ରୀମତୀ ମାହୁନ୍ତ । ଯାହା ଆଜିର ନାରୀ ଜାତି ପାଇଁ ଅନନ୍ୟ ଉଦାହରଣ ।ଭଦ୍ରକ ଜିଲ୍ଲା ଆଗରପଡା ନିକଟ ଚାରିଗାଁର ସରୋଜିନୀ ବେହେରା, ସୁନ୍ଦରପୁର ଗ୍ରାମର ସବିତା ବେହେରା, ରଇଁତିର ଗ୍ରାମର ଶୁକମଣୀ ସ୍ବାଇଁ, କଣ୍ଟାପଡା(ନାହୁଲ) ଗ୍ରାମର ଗାୟତ୍ରୀ ଦାସ ଓ ଲଳିତା ଦାସ, ବଣପାରିଆ ଗ୍ରାମର ସୁପ୍ରିୟା ବେହେରା, ପାର୍ବତୀପୁର ଗ୍ରାମର ହିରାମୋତି ଜେନା ଓ ବବିନା ଜେନା, ଭଦ୍ରକ ଜିଲ୍ଲା ଚାରବାଟିଆ ଗ୍ରାମର ଏଏସ. ପ୍ରତିଭା କୁମାରୀ, ସୁମିତ୍ରାରାଣୀ ସ୍ବାଇଁ ଓ ଏଏସ ଅର୍ପିତା କୁମାରୀ ପ୍ରମୁଖ ଶିବିରରେ କେଶ ଦାନ କରିଥିଲେ । ଏହି କେଶ କର୍କଟ ପିଡୀତାଙ୍କ କ୍ଷେତ୍ରରେ ଲାଗିଲେ ମଣିଷ ଜନ୍ମ ସାର୍ଥକ ହେଵ ଵୋଲି ଶ୍ରୀମତୀ ମାହୁନ୍ତ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଆଗକୁ ଆହୁରି ଅଧିକ ମହିଳା ମାନେ କିପରି କେଶ ଦାନ କାରିବେ ସେଥିପାଇଁ ଉଦ୍ୟମ ଜାରି ରଖିଛନ୍ତି ଵୋଲି ଶ୍ରୀମତୀ ମାହୁନ୍ତ କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଧର୍ମପରାୟଣ ବରିଷ୍ଠ ନାଗରିକ ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କ ପରଲୋକ

masiha

ମଣ୍ଡି ଖୋଲିବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଅକ୍ଷୟ ତୃତୀୟାରେ ପୁରୁଷୋତ୍ତମପୁରରେ ‘ଅଖିମୁଠି ବପନ’—କୃଷିର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!