ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନବରଙ୍ଗପୁର ପ୍ରିମିଅର ଲିଗ ସଂସାଇନ ସୁପେର କିଙ୍ଗ ଚମ୍ପିୟାନ

ନବରଙ୍ଗପୁର-(ମସିହା) ସଂସାଇନ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ କଲେଜ ପଡିଆ ଠାରେ ଅନୁଷ୍ଠିତ ନବରଙ୍ଗପୁର ପ୍ରିମୀୟର ଲିଗ ଟୁର୍ଣାମେଣ୍ଟର ଏକ ସଂଘର୍ଷ ପୁର୍ଣ ଫାଇନାଲ ମ୍ୟାଚରେ ସଂସାଇନ ସୁପେର କିଙ୍ଗ ଦଳ, ସଂସାଇନ ବ୍ଲାଷ୍ଟର ଦଳକୁ ପରାସ୍ତ କରି ପ୍ରଥମ ନବରଙ୍ଗପୁର ପ୍ରିମିଅର ଲିଗର ଚମ୍ପିୟାନ ହୋଇଛି।ପ୍ରଥମେ ବ୍ୟାଟିଂ କରି ସଂସାଇନ ବ୍ଲାଷ୍ଟର ଦଳ ନିର୍ଧାରିତ୨୦ ଓଭର ରେ ୧୪୪ରନ କରିଥିବା ବେଳେ ଏହାର ଜବାବରେ ଖେଳର ଶେଷ ବଳରେ ସଂସାଇନ ସୁପର କିଙ୍ଗସ ଦଳର ପି. ରସନ କୁମାର ରାଓଙ୍କ ୪୫(୩୭) ରନ ବଳରେ ଦଳ ଚମ୍ପିୟାନ ହୋଇଛି। ଉଦଯାପନି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଉଠା ଜଳସେଚନ ଉନୟନର ଉପଦେଷ୍ଟା ପ୍ରମୋଦ କୁମାର ପାଡି, ସଂସାଇନ କ୍ଲବର ସଭାପତି ତଥା ଜିଲ୍ଲା କ୍ରିକେଟ ସଙ୍ଘର ସମ୍ପାଦକ ପ୍ରହଲାଦ ତ୍ରିପାଠୀ, ଜିଲ୍ଲା କ୍ରୀଡ଼ା ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଉମରକୋଟ ପୌରପାଳିକା ଉପ ପୌରାଧକ୍ଷ ସୁଧାଂଶୁ ଦାସ, କ୍ରୀଡ଼ା ସଙ୍ଘର କ୍ରିକେଟ ସମ୍ପାଦକ ଅଶୋକ ନାୟକ, ନବରଙ୍ଗପୁର ମହା ବିଦ୍ୟାଳୟ ର ଅଧକ୍ଷ ଭାସ୍କର ନାଥ ବିଶ୍ୱାଳ, ୟୁନିକ ବିଦ୍ୟାଳୟ ର ନିର୍ଦ୍ଧେଶକ ଜି. ବାଲଜି ରେଡି ପ୍ରମୁଖ ମଞ୍ଚସିନ ଥିଲେ। ଶେଷରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ପରେଶ ଜୈନ ପରିଚାଳନା କରିଥିବା ବେଳେ ଫାଇନାଲ ମ୍ୟାଚ ଲାଲ ମହମ୍ମଦ ଖାଁ ଓ ଅହମଦ ରାଜା ଏମ୍ପାୟାର ଭାବରେ ଦାଇତ୍ୱ ତୁଲାଇଥିଲେ। ସୂଚନା ଯୋଗ୍ୟ ଯେ ଉକ୍ତ ଟୁର୍ଣାମେଣ୍ଟର ଉଦଘାଟନ ଉତ୍ସବ ରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ର ଯୋଗ ଦେଇ ଟ୍ରଫି ଉଦଘାଟନ କରିଥିଲେ।ଅନ୍ୟତମ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପସଭାପତି ଏମ. ବାଳକୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ, ୟୁନିକ ବିଦ୍ୟାଳୟର ନିର୍ଦେଶକ ଜି. ବାଲଜି ରେଡି ପ୍ରମୁଖ ଉପସ୍ଥିତରେ ଟୁର୍ଣାମେଣ୍ଟ ଆରମ୍ଭ ହୋଇଥିଲା। ଏଥି ସମେତ ଟୁର୍ଣାମେଣ୍ଟର ସମସ୍ତ ଦଳର ମାଲିକ ଓ ଅନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ। ଟୁର୍ଣାମେଣ୍ଟ ସଫଳ କରିବାରେ ଉତ୍ତମ ନାୟକ, ଜି. ଦେବ କୁମାର ରେଡି, ଦେବଦତ୍ତ ସାହୁ, ଅଶ୍ୱିନ ଦାସ, ଶୁଭ୍ରାଂଶୁ ଶେଖର, ଦେବାଶିଷ ସାହୁ, ଶୁଭ୍ରାଂଶୁ ଖିଲ,ଶୁଭ୍ରାଂଶୁ ଖିଲ, ଦିଲୀପ ବିଷୋୟୀ, ଏସ. ସାଇ କୁମାର , ସର୍ବେଶ୍ୱର ସାହୁ ଏବଂ ଶଶାଙ୍କ ଶେଖର ବେହେରା ସମେତ ସଂସାଇନ କ୍ଲବ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଆୟୋଜନ ଅବସର ରେ କବାଡି ପ୍ରତିଯୋଗିତା 

Sunil Chandra Nayak

ଟେମରା ଠାରେ ମା କାଲିକେଶ୍ୱରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ଜୁଡ଼ିଆରେ ମା ବନଦୂର୍ଗାର ୩୨ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!