ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବୀରଚକ୍ର ଶହୀଦ ନୁଦୂରାମ ସୋରେନଙ୍କ ତୃତୀୟ ଶ୍ରାଦ୍ଧ ଦିବସ ପାଳିତ 

ରାଇରଙ୍ଗପୁର -୧୬/୬ // ଆଜିର ଦିନରେ ୧୫/୬/୨୦୨୦ ମଧ୍ୟ ରାତ୍ରରେ ଚୀନ ସିମାନ୍ତ ଲାଦାଖର ଗଲଓ୍ବାନ ଉପତ୍ୟକାରେ ଚୀନ ସେନାଙ୍କ ସହ ଲଢେ଼ଇ କରି ରାଇରଙ୍ଗପୁର ଅଂଚଳର ବିଜାତଳା ବ୍ଳକର ବଡ଼ ଚମ୍ପାଉଦା ଗ୍ରାମର ସୁପୁତ୍ର ତଥା ବୀରଚକ୍ର ଶହୀଦ ନୁଦୂରାମ ସୋରେନଙ୍କର ଵୀରଗତି ପ୍ରାପ୍ତି ହୋଇଥିଲା ‌। ସେହି ମହାନ୍ ଦେଶପ୍ରେମୀ ଶହୀଦ ନୁଦୂରାମ ସୋରେନଙ୍କର ଆଜି ତୃତୀୟ ଶ୍ରାଦ୍ଧ ଦିବସ ।ଏହି ଅବସରରେ ଶହୀଦ ନୂଦୂରାମ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଆଜି ମହା ଆଡ଼ମ୍ବରରେ ତୃତୀୟ ବାର୍ଷିକ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି,ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାଳତୀ ହାଁସଦା, ମୟୂରଭଞ୍ଜ ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟନାୟକ,ବାରିପଦା କିସ୍ ପ୍ରିନ୍ସିପାଲ ଗଣେଶ ମିଶ୍ର, ରାଇରଙ୍ଗପୁର ମହିଳା ବିଦ୍ୟାଳୟ ଅଧ୍ୟାପକ ବିଜୟ ରାମ, ଶହୀଦଙ୍କ ପତ୍ନୀ ଲକ୍ଷ୍ମୀମଣି ସୋରେନ,ମାଝିଆରାମ ମାଝୀ, ମୋଚିରାମ ମାଝୀ,ଗୋରୁମହିଷାଣୀ ଯୁକ୍ତ ଦୁଇ ବିଦ୍ୟାଳୟର ଅଧ୍ୟାପକ ଡଃ ଦିଗମ୍ବର ଗିରି, ଶିକ୍ଷକ ତିମିର ରଂଜନ ପଣ୍ଡା, ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ଭାରାକ୍ରାନ୍ତ ପ୍ରଧାନ ଶିକ୍ଷକ ରଂଜନ ନନ୍ଦ ସମେତ ବହୁ ସମାଜସେବୀ, ବୁଦ୍ଧିଜିବୀ, ସାମିଲ ହୋଇଥିଲେ ।ପ୍ରଥମେ ସେମାନେ ରାଇରଙ୍ଗପୁର ଟାକ୍ସି ଷ୍ଟାଣ୍ଡରେ ଶହୀଦ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ପରେ ଶହୀଦଙ୍କ ପୈତୃକ ଗ୍ରାମ ବଡ଼ ଚମ୍ପାଉଦାରେ ସମାଧୀ ପୀଠରେ ପୁଷ୍ପାମାଲ୍ଯ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ଶହୀଦଙ୍କ ସ୍ମୃତି ଚାରଣ ସଭାରେ ଶହୀଦଙ୍କ ଵୀରଗାଥା ଉପରେ ଅତିଥିଗଣ ଆଲୋକପାତ କରିଥିଲେ । ପରେ ଶହୀଦଙ୍କ ଉଦ୍ଦେଶ୍ୟରେ ସ୍ମରଣୀକା’ଵୀରଗାଥା’ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା ।ମଂଚ ପରିଚାଳନା କରିଥିଲେ ରଂଜନ ନନ୍ଦ ।ବଡ଼ ଚମ୍ପାଉଦା ମାଟି ଶହୀଦ ନୂଦୂରାମ ଭଳି ଏକ ଶହୀଦ ପୁତ୍ର ଜନ୍ମ ଦେଇଛି । ଦେଶମାତୃକାର ସେବାପାଇଁ ଘୋର ଅନ୍ଧାର ରାତିରେ ଚୀନ ସେନାଙ୍କ ସହ ବୀର ଦର୍ପଣରେ ଲଢି ଜୀବନକୁ ବଳି ଦେଇଥିଲେ । ସେମାନଙ୍କ ବଳିଦାନ ଯୋଗୁଁ ଦୁର୍ଦାନ୍ତ ସେନା ଆଉ ଏକ ଇଞ୍ଚ ଆଗକୁ ବଢ଼ିବାରେ ସାହାସ ନ କରି ଫେରି ଯାଇଥିଲା ।ଏବେ ବି ଦେଶ ଝୁରୁଛି ସେହି ଶହୀଦ ମାନଙ୍କୁ । ଶହୀଦ ନୂଦୂରାମଙ୍କ ଭଳି ସମସ୍ତେ ସେଭଳି ଦେଶପ୍ରେମୀ ହେବା ଉଚିତ ଓ ଦେଶମାତୃକାର ସେବା କରିବା ଉଚିତ । ସମଗ୍ର ରାଇରଙ୍ଗପୁର ଓ ବଡ଼ ଚମ୍ପାଉଦା ଗ୍ରାମରେ ଏକ ଦେଶାତ୍ମବୋଧକ ପରିବେଶ ହୋଇ ଉଠିଥିଲା ।ଶହୀଦ ନୂଦୁରାମ ସୋରେନ ଅମର ରହେ ନାରାରେ ପ୍ରକମ୍ପିତ ହୋଇଥିଲା ଅଂଚଳ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପଞ୍ଜିକରଣ ପ୍ରମାଣପତ୍ର ବଣ୍ଟନ ଶିବିର

masiha

କମ୍ୟୁନିଟି ସେଣ୍ଟର, ସେକ୍ଟର-୪, ରାଉରକେଲା ରେ ମହାପ୍ରଭୂ ବଳଭଦ୍ରଙ୍କ ପବିତ୍ର ଜନ୍ମୋତ୍ସବ  ଏବଂ ପବିତ୍ର ରାକ୍ଷୀ ବନ୍ଧନ ମହୋତ୍ସବ ଓ ପୂଜ୍ୟ ପୂଜା କାର୍ଯ୍ୟକ୍ରମ 

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟ ଓ ଡିଏଭି ପବ୍ଲିକ୍ ସ୍କୁଲ୍ ତରଫରୁ ବିଶ୍ୱକପ୍ ହକି ଟ୍ରଫିକୁ ଭବ୍ୟ ସ୍ବାଗତ

Sunil Chandra Nayak

Leave a Comment

error: Content is protected !!