ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ

ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ

କୋରାପୁଟ,୨୭।୦୨ ଜୟପୁର ଦଶହରା ପଡିଆ ଠାରେ ଆଜି ୨୭ ତାରିଖ ଗୁରୁବାର ଦିନ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସଶ୍ମିତା ମେଲକା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧ ବିନୋଦ ସାମନ୍ତରାୟ,କୋରାପୁଟ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର,ଜୟପୁର ଉପଜିଲ୍ଲାପାଳ ସୁଶ୍ରୀ ଆକଭରାମ ଶସ୍ୟା ରେଡ୍ଡୀ, କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ, ଜିଲ୍ଲା କୃଷି ଅଧିକାରୀ ଲୋଚନ ଚନ୍ଦ୍ର ମାଝୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଭରତ ଭୁଷଣ ସାହୁ,ଜୟପୂର ଉପ-ବିଭାଗୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ବିଶ୍ଵଜିତ ରାୟ,କୃଷି ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଯନ୍ତ୍ରପାତି ମେଳା ଚଳିତ ମାସ ଫେବୃଆରୀ ୨୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ପର୍ଯ୍ୟନ୍ତ ତଥା ୫ ଦିନ ଧରି ଚାଲିବ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ ଏବଂ କୃଷି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଜୟପୁରଙ୍କ ମିଳିତ ସ‌ହ‌ଯୋଗରେ ଆୟୋଜିତ ଏହି ଉତ୍ସବରେ ଦଶହରା ପଡ଼ିଆ ଠାରେ ୧୦୦ଟି ଷ୍ଟଲ୍ ଏବଂ ୧୦ ଟି ଫୁଡ୍ ଷ୍ଟଲ୍ ଲଗାଯାଇଛି । ଉନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ଓ ବିକ୍ରୟ, କୃଷି ଯନ୍ତ୍ରପାତି ପାଇଁ ଋଣ ସୁବିଧା ଆଦି ଲକ୍ଷ୍ୟରେ ଏହି ମେଳା ଚାଲିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ହଜାର ସଂଖ୍ୟାରେ ବିଭିନ୍ନ ବ୍ଳକ ରୁ କୃଷକମାନେ ଏବଂ ଏସଏଚଜି ମହିଳା ମାନେ ଆସି ଏହି ମେଳାରେ ଯୋଗ ଦେଇଥିଲେ। କୃଷକମାନଙ୍କ ବିକାଶ ପାଇଁ ଚାଷ କ୍ଷେତ୍ରରେ ଯନ୍ତ୍ରପାତି ର ନିତ୍ୟାନ୍ତ ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ କୃଷକମାନଙ୍କ ଚାଷର ଅଭିବୃଦ୍ଧି କରିବା ସକାଶେ ବିଭିନ୍ନ ଯୋଜନା ମାଧ୍ୟମରେ ରିହାତି ମୁଲ୍ୟରେ ଯନ୍ତ୍ରପାତି ଯୋଗାଇ ଦେବା ପାଇଁ ଏପରି ମେଳାର ଆୟୋଜନ କରାଯାଇଛି। ଏଠାରେ ଚାଷୀ ମାନଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଅଛି, ଯେଉଁଥିରେ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ପ୍ରଶିକ୍ଷକଙ୍କ ଦ୍ଵାରା କୃଷି ଏବଂ ଆନୁଷଙ୍ଗିକ କୃଷି ପ୍ରସଙ୍ଗରେ ଶତାକ ଚାଷୀଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଅଛି । ଏହି ଉଦ୍-ଘାଟନ ସଭାରେ ଜିଲ୍ଲାର ୧୪ ଜଣ ଅଗ୍ରଣୀ ସଫଳ ଚାଷୀ ତଥା ମୁଖ୍ୟମନ୍ତ୍ରୀ କୃଷି ଅଭିନବ ଯନ୍ତ୍ରପାତି ଯୋଜନାରେ ୨୦୨୩ -୨୪ ପାଇଁ ମନୋନୀତ ହୋଇଥିବା ଚାଷୀଙ୍କୁ ସମ୍ଭର୍ଷିତ କରାଯାଇଥିଲା। ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାର ଓ ଓଲିଉଡ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ କୁଳଦୀପ ପଟ୍ଟନାୟକଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଇଥିଲା । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

 

Related posts

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ

masiha

ଧର୍ମଗଡ କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ସହ ଅନ୍ୟାନ୍ୟ ସମସ୍ୟା ସଂପର୍କିତ ଦାବୀନେଇ ଆଜି ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲା ଜଗନ୍ନାଥ ସେବା ସମିତି

Sunil Chandra Nayak

ବାଲିଗୁଡ଼ା ଏନ୍ଏସିରେ ସାଂସଦଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ 

masiha

Leave a Comment

error: Content is protected !!