ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅମଲା ଧର୍ମଘଟ ରେ : ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦ୍ୱେତ ବ୍ଲକ ଦାୟିତ୍ୱରେ ଜି ପି ଇ ଇ ଦୀର୍ଘ ଛୁଟିରେ କେମିତି ଚାଲୁଛି ପଞ୍ଚାୟତ ସମିତି କାର୍ଯ୍ୟାଳୟ

ତେନ୍ତୁଳିଖୁଣ୍ଟି ୧୭/୦୬ /୨୩ –      ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଯୋଜନା ର ସୁଚାର ରୂପାୟନ ତଥା ସାଧାରଣ ଲୋକ ଙ୍କ ଦୁଆର ମୁହଁରେ ପ୍ରଶାସନ ଅଧିକାରୀ ଙ୍କ ଦ୍ଵାରା ସରକାରୀ ଯୋଜନା ପହଞ୍ଚାଇବା ଉଦେଶ୍ୟ ରେ ବର୍ତ୍ତମାନ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ଆଜି ସାଧାରଣ ଲୋକ ଙ୍କ ପାଇଁ ମୁଣ୍ଡ ବ୍ୟଥା କାରଣ ପାଲଟିଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ୧୫ ଗୋଟି ପଂଚୟତ ରହିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଖ୍ୟା । ଅମ ଲା ମାନେ ଜୁନ ପହିଲା ରୁ ଧର୍ମଘଟ ରେ ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜଗମୋହନ ମାଝୀ ଙ୍କୁ ଦୁଇଟି ବ୍ଲକ ଦାୟିତ୍ୱ । ବ୍ଲକ ରେ ବି ଏସ ଏସ ଓ ପଦବୀ ରେ ସ୍ଥାୟୀ ଅଧିକାରୀ ନାହାଁନ୍ତି ,ଦାୟିତ୍ୱ ରେ ଜଣେ ଅମଲା ରହିଛନ୍ତି । ଅମଲା ଙ୍କ ଧର୍ମଘଟ ପରେ ଉକ୍ତ ବିଭାଗ କାମ ଠପ୍ପ । ସେପଟେ ଦୀର୍ଘ ଦିନ ଧରି ବ୍ଲକ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମଣ୍ଟୁ ସ୍ୱାଇଁ ସ୍ୱାସ୍ଥ୍ୟ ଗତ କାରଣରୁ ଛୁଟିରେ । ବିଡ଼ିଓ ମନୋଜ ପାଣିଗ୍ରାହୀ ଦାୟିତ୍ୱବରେ ଯୋଗ ଦେବା ଦିନଠୁ ଲୋକାଭିମୁଖୀ ହେବା ଜନତା ଙ୍କୁ ସେମାନଙ୍କ ହକ ଯୋଗାଇ ଦେବା ପାଇଁ ଜନତା ଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ସମାଧାନ ର ପ୍ରୟାସ କରୁଛନ୍ତି। 2022-23ଅର୍ଥିକ ବର୍ଷ  ବଜେଟ ପଂଚାୟତ ସ୍ତରରେ ଆସି ଯାଇଛି। କିଛି ପଂଚାୟତ ଅନଲାଇନ ପ୍ରଜେକ୍ଟ ତିଆରି କରି ଦେଇଛନ୍ତି ଜଣେ ଜଣେ ପି ଇ ଓ ଦ୍ୱେତ ପଞ୍ଚାୟତ ଦାୟିତ୍ୱ ରେ ଥିବା ବା ଅନ୍ୟ କାରଣ ରୁ ପଂଚାୟତ ବଜେଟ ଆସି ଛ ମାସ ବିତି ଯାଇଥିଲେ ସୁଧା ନିଜ ପଂଚାୟତ ପ୍ରଜେକ୍ଟ ଅନଲାଇନ କରିନାହାନ୍ତି। ବର୍ତ୍ତମାନ ଜି ପି ଇ ଓ ଛୁଟିରେ ଥିବା ଯୋଗୁ ପ୍ରଜେକ୍ଟ ଅନଲାଇନ ହୋଇ ପାରୁନି କି ଅନଲାଇନ ହୋଇଥିବା ପ୍ରଜେକ୍ଟ ରେଜିଷ୍ଟର ହୋଇ ପାରୁନି । ଯଦ୍ବାରା ପଂଚାୟତ ସ୍ତରରେ  ଗାଁ ଗୁଡିକର ସମସ୍ୟା ର ସମାଧାନ ହୋଇ ପାରୁନି କି ନୂତନ ପ୍ରକଳ୍ପ ହାତକୁ ନେଇ ରୁପାୟନ ହୋଇପାରିନି। ବିଶେଷ ଭାବେ ଡ୍ରେନେଜ ସମସ୍ୟା! ସଫାହୋଇ ପାରୁନାହିଁ ,ଆଗକୁ ବର୍ଷା ଋତୁ ଥିବା ବେଳେ ନାଳ ନର୍ଦ୍ଦମା ର ଦୂଷିତ ପାଣି ମଶା ,ମାଛି ସୃଷ୍ଟି ରେ ସହାୟକ ହେବ ଏବଂ ମ୍ୟାଲେରିଆ, ଡାଇରିଆ ହେବା ସହ ସାଧାରଣ ଜୀବନ ଯାପନ କ୍ଷତି ପହଞ୍ଚାଇବା ସମ୍ଭାବନା ରହିଛି। ପଞ୍ଚାୟତ ର ନଳକୂପ ମରାମତି ତଥା ବସୁଧା ଯୋଜନା ରେ ପ୍ଲମ୍ବର କାମ କରୁଥିବା ଏସ ଇ ଏମ କର୍ମଚାରୀ ଙ୍କୁ ୩ରୁ୪ ମାସ ଦରମା ମଧ୍ୟ ମିଳିନ ଥିବା। ଅଭିଯୋଗ ହେଉଛି । ନୂତନ ପ୍ରକଳ୍ପ ଯଥା ଡ୍ରେନ ଓ ବିଦ୍ୟାଳୟ ମରାମତି ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ବନ୍ଦ ହୋଇ ରହିଛି।ପରିତାପ ବିଷୟ କି ଜି ପିଇ ଓ ମହୋଦୟଦୀର୍ଘ ଛୁଟିରେ ଥିଲେ ମଧ୍ୟ ବ୍ଲକ କୈଣସି କର୍ମଚାରୀ ଙ୍କୁ ଦାଇତ୍ଵ ଦେଇ ଯାଇନଥିବା  ଜଣାପଡିଛି। ପୂର୍ବତନ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଙ୍କ ସମୟରେ ଜି ପି ଇ ଓ ମଣ୍ଡୁ ସ୍ୱାଇଁ ଛୁଟିରେ ଥିଲେ। ଅମଲା ଙ୍କ ଆନ୍ଦୋଳନ ଯୋଗୁଁ ସବୁ ଠପ ହୋଇ ଯାଇଥିବା ବେଳେ ନୂତନ ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଯୋଗ ଦେବାର ୨୦ ଦିନ ପରେ ଆଜି ସ୍ୱାଇଁ କାର୍ଯ୍ୟ ରେ ଯୋଗ ଦେଇ ଛନ୍ତି। ଅଧିକାରୀ ମହାଶୟ ବ୍ଲକ ର ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ଵ ରେ ଥାଇ କାହାକୁ ଦାଇତ୍ଵ ନ ଦେବା ପୁଣି ଦୀର୍ଘ ଦିନ ଛୁଟି ରେ ଥିବା ଦାୟିତ୍ବହୀନତା କୁ ଇଙ୍ଗିତ କରୁଛି। 

   ଏତଦ୍ଭିନ୍ନ ପଂଚାୟତ ସମିତି ପଞ୍ଚାୟତ ପ୍ରତିନିଧି ଲୋକ ପ୍ରତିନିଧି ଙ୍କ ନୀରବତା ସାଧାରଣ ଲୋକ ଙ୍କୁ ଚକିତ କରୁଛି।ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ ଅଧିକାରୀଙ୍କ କଲମ ମୁନରେ ଅଟକି ରହିଛି କି ? ବିଡ଼ିଓ ମନୋଜ ପାଣିଗ୍ରାହୀ ଙ୍କୁ ଜି ପି ଇ ଓ ଙ୍କ ଦୀର୍ଘ ଛୁଟି ସମ୍ପର୍କରେ ପଚାରିବାରୁ କହିଲେ ପୂର୍ଵ ବି ଡି ଓ ସମୟରେ ଛୁଟିରେ ଥିଲେ ଆଜି ଯୋଗ ଦେଇଛନ୍ତି । ପ୍ରଶାସନିକ ନିୟମ ପ୍ରକାରେ କଣ ହୋଇଛି ନ ହୋଇଛି ଅନୁଧ୍ୟାନ କରିବି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସାଦିକପୁର ସ୍କୁଲରେ ୱାଟର ଫିଲଟର ମେସିନ ଲଗାଇଲା ଇସାଫ୍ ବ୍ୟାଙ୍କର ଏଲ୍ଏଲ୍ଏମ୍ଏସ୍ ଫାଇନାନ୍ସ ସଂସ୍ଥା

masiha

ନବରଙ୍ଗପୁର ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ବରାଡ଼ଙ୍ଗା ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!