ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବ୍ଲକ କଂଗ୍ରେସର ସାଙ୍ଗଠନିକ ବୈଠକ

ଡାବୁଗାଁ, ୧୭/୬ (ମ.ନି.ସ.)-ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ପଥପ୍ରାନ୍ତ ଠାରେ ଡାବୁଗାଁ ବ୍ଲକ କଂଗ୍ରେସର ଏକ ସାଙ୍ଗଠନିକ ବୈଠକ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ ଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଭୁଜବଳ ମାଝି ଯୋଗ ଦେଇ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ନେଇ କର୍ମୀ ମାନଙ୍କୁ ବିଭିନ୍ନ ନିର୍ବାଚନକ ରଣନୀତି ଉପରେ କହିଥିଲେ | ଦଳକୁ ତୃଣମୂଳ ସ୍ତରରୁ କିପରି ସୁଦୃଢ କରାଯିବ ସେନେଇ ଆଲୋଚନା କରିଥିଲେ | ଏହାସହ ବିଭିନ୍ନ ସମସ୍ୟା ନେଇ ଆସନ୍ତା ୧୯ ତାରିଖ ଦିନ ଡାବୁଗାଁ ମେଡିକାଲ ଅଧିକାରୀ, କୃଷି ଅଧିକାରୀ, ବିଡିଓ ଓ ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବା ନେଇ ଆଲୋଚନା ହୋଇଥିଲା | ଏଥିରେ ସମ୍ମାନୀତ ଅତିଥି ଭାବେ ପାପଡାହାଣ୍ଡି ବ୍ଲକ ଜିଲପରିଷଦ ସଭ୍ୟା ଡା. ଲିପିକା ମାଝି, ଜିଲା ସାଧାରଣ ସମ୍ପାଦକ ବାବି ଜେନା, ବ୍ଲକ କଂଗ୍ରେସ କମିଟି ଉପସଭାପତି ଧର୍ମାନନ୍ଦ ନାୟକ ଓ କୃଶ ପନକା, ଜୋନ-୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ଜୋନ-୨ ସଭାପତି ବଂଶୀଧର ମାଝି, ବ୍ଲକ ଓବିସି ସେଲ ସଭାପତି ତ୍ରିନାଥ କଲାର, ଯୁବ କଂଗ୍ରେସ ସଭାପତି ଶଶୀଧର ମାଝି, ଯୁବ କଂଗ୍ରେସ ଉପସଭାପତି ଡମ୍ବରୁ ପନକା, ଜିଲା ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ନୁରେନ ତନ୍ତୀ, ଡାବୁଗାଁ ସରପଞ୍ଚ ବିନୋଦ ସୌରା, ଆଶୁତୋଷ ଜେନା, ରାମେଶ୍ଵର ପାଣିଗ୍ରାହୀ, ଚନ୍ଦ୍ର ପନକା, ଅନିରୁଦ୍ଧ ଭତ୍ରା, ଇଶ୍ଵର ଦାଶ, ଭାଗୀରଥୀ ମାଝି ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଜେଡି ର ମୋଟରସାଇକଲ ଶୋଭାଯାତ୍ରା 

masiha

ଓଡ଼ିଶା ଜନତା କଂଗ୍ରେସର ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ : ନୂଆ ଦଳର ଆହ୍ୱାନ ଦେଲେ ସଭାପତି ମହମ୍ମଦ ମୋକିମ 

ବିଜେଡ଼ିର ମିଶ୍ରଣ ପର୍ବ 

masiha

Leave a Comment

error: Content is protected !!