ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କପିଳାଶ ବନାଞ୍ଚଳରୁ ଠାବ ହୋଇଛି ଏକ ଅସୁସ୍ଥ ହାତୀ ଛୁଆ

ଢେଙ୍କାନାଳ କପିଳାଶ ବନାଞ୍ଚଳରୁ ଅସୁସ୍ଥ ଅବସ୍ଥାରେ ଠାବ ହୋଇଛି ଏକ ହାତୀ ଛୁଆ । ମେଘା ସଂରକ୍ଷିତ ଜଙ୍ଗଲର ଗତ ଦୁଇ ଦିନ ହେଲା ଅସୁସ୍ଥ ଅବସ୍ଥାରେ ବୁଲୁଥିଲା ଏହି ହାତୀ ଛୁଆ । ଖବର ପାଇ ଶନିବାର ବନ ବିଭାଗ ପକ୍ଷରୁ ସାତକୋଶିଆରୁ ସ୍ୱତନ୍ତ୍ର ଟ୍ରଙ୍କୁଲାଇଜ ଟିମ ଡକାଇ ଥିଲେ । ପୁକିସ ବାଟାଲିୟନ ନିକଟରୁ ଏହି ହାତୀ ଛୁଆକୁ ଟ୍ରଙ୍କୁଲାଇଜ କରାଯାଇଛି । ହାତୀ ଛୁଆକୁ ଉଦ୍ଧାର କରି ସ୍ୱତନ୍ତ୍ର ଗାଡି ଯୋଗେ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରକୁ ନିଆଯାଇଛି ।

ଅସୁସ୍ଥ ହାତୀ ଛୁଆଟି ଏକ ମାଈ ହାତୀ ବୋଲି ଜଣାପଡିଛି । ତାର ବୟସ ଆନୁମାନିକ ଦେଢ଼ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ହାତୀ ଛୁଆର ଅସୁସ୍ଥର ସଠିକ୍ କାରଣ କ’ଣ ତାହା ଜଣାପଡିନାହିଁ । କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ମାଧ୍ୟମରେ ଏହି ହାତୀ ଚିକିତ୍ସା କରାଯିବ ବୋଲି ବନ ବିଭାଗ ପକ୍ଷରୁ ଏସିଏଫ ପ୍ରକାଶ କରିଛନ୍ତି ।

ଢେଙ୍କାନାଳ ଗଁଦିଆ ରୁ ତାପସଦାସ ଙ୍କ ରିପୋର୍ଟ ମସିହା ନିଉଜ

Related posts

କଳାହାଣ୍ଡି ଉତ୍ସବ ଅବସର ରେ ଦୃତ ସାଇକେଲ ଚାଳନା ପ୍ରତଯୋଗୀତା 

masiha

ଶକ୍ତିକେନ୍ଦ୍ର ସ୍ତରୀୟ ସାଙ୍ଗଠନିକ ବୈଠକ

ଭୁଲ ଇଞ୍ଜେକ୍ସନ ଦେଇ ଶ୍ରମିକ କୁ ମାରିଦେଲା ସର୍ଦାର ….ଘଟଣା ଚାପିବାକୁ ପରିବାର କୁ ଧମକ ଚକମ , ନିଦାବିଷ୍ଣୁ ଲରମ୍ଭା ପୁଲିସ 

masiha

Leave a Comment

error: Content is protected !!