ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ୍ ଟପ୍ ଅଭ୍ୟାସ ଅନୁଷ୍ଠିତ

  ରାୟଗଡ଼ା ତା: ୧୮.୬.୨୦୨୩ // ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବୋର୍ଡ ଏବଂ ଜିଲ୍ଲାପାଳ ରାୟଗଡ଼ାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ବ୍ଲକ ସଦଭାବନା ଗୃହ ଠାରେ ରବିବାର ଅପରାହ୍ନରେ ଏକ ଟେବୁଲ୍ ଟପ୍ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ପ୍ରକଳ୍ପ ଅଧିକାରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ନାୟକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଜ୍ୟୋତିର୍ମୟ ପାତ୍ର, ବିଡିଓ ଲକ୍ଷ୍ମୀ ନାରାୟଣ ସାବତ, ଏବିଡିଓ କାଳୁ ଚରଣ ନାୟକ ପ୍ରମୁଖ ଯୋଗ ଦେଇ ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା, ଡମି ବର୍ତ୍ତାର ଗ୍ରାମ୍ୟ ସ୍ତରରେ ତଥା ବିଭିନ୍ନ ବିଭାଗକୁ ବିତରଣ ପ୍ରକ୍ରିୟା ବିଷୟରେ ଆଲୋଚନା କରିଥିଲେ । ଶିକ୍ଷା, ଜଙ୍ଗଲ, ଅଗ୍ନିଶମ, ଯୋଗାଣ, ହର୍ଟିକଳଚର, ଗ୍ରାମ ପଞ୍ଚାୟତ ଓ ବ୍ଲକ୍ କର୍ମକର୍ତ୍ତା ଯୋଗ ଦେଇ ସମ୍ଭାବ୍ୟ ବିପର୍ଯ୍ୟୟ ର ମୁକାବିଲା ନିମନ୍ତେ ନିଜ ନିଜର ଭୂମିକା ବିଷୟରେ ଉପସ୍ଥାପନ କରିଥିଲେ । ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ନାୟକ ଗ୍ରାମ୍ୟ ସ୍ତରରେ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତିର ମନ୍ତ୍ର ପ୍ରଦାନ କରିଥିଲେ । ଜିପିଇଓ ଗୋପାଳ ପଣ୍ଡା ବ୍ଲକ ବିପର୍ଯ୍ୟୟ ଯୋଜନାରେ ଗ୍ରାମ ପଞ୍ଚାୟତର ଭୂମିକା ବିଷୟରେ ଉପସ୍ଥାପନ କରିଥିଲେ । ଡିପିଏମ ଶ୍ରୀ ଜ୍ୟୋତିର୍ମୟ ପାତ୍ର ରାୟଗଡ଼ା ବ୍ଲକର ବିପର୍ଯ୍ୟୟ ଯୋଜନାର ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହାର ଦୃଢ଼ୀକରଣ ନିମନ୍ତେ ପ୍ରସ୍ତାବ ଦେଇଥିଲେ ।ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା ବେହେରା ଏହାର ଆୟୋଜନ କରିଥିଲେ । ଶିକ୍ଷକ ନିଳାଞ୍ଚଳ ମିଶ୍ର ରାୟଗଡ଼ା ବ୍ଲକରେ ବିପର୍ଯ୍ୟୟ ସମୟରେ ବିଭିନ୍ନ ବିଭାଗର ଭୂମିକା ଓ ଗ୍ରାମ୍ୟ ସ୍ତରୀୟ ଅଣୁ ଯୋଜନା ବିଷୟରେ ଆଲୋଚନା କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଟାଙ୍ଗରପାଲି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ବିଦ୍ୟୁତ ସ୍ପର୍ଶରେ ଯୁବକ ମୃତ

୧୩ ଦଫା ଦାବି ନେଇ ଓମସା, ରାଇରଙ୍ଗପୁର ଶାଖାର ଖବରଦାତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!