ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାନୀୟଜଳ ସମସ୍ୟାକୁ ନେଇଁ ରାସ୍ତା ରୋକ, ଯାତାୟାତ ଠପ 

ଲାଞ୍ଜିଗଡ଼,(ତା,19/06/23)ବିଶୁଦ୍ଧ ପାନୀୟଜଳ ପହଞ୍ଚାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜଳ ଯୋଗାଣ ପ୍ରକଳ୍ପ କରୁଛି ସତ ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ଉପାନ୍ତ ଅଞ୍ଚଳ ଗୁଡି଼କରେ ଏବେ ମଧ୍ୟ ପାନୀୟ ଜଳ ପାଇଁ ନାଇଁ ନ ଥିବା ଅସୁବିଧା ଭୋଗୁଛନ୍ତି ଲୋକେ l ଯାହା ଫଳରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜି ଗ୍ରାମ ପଞ୍ଚାୟତ ମୂଷାନାଲ ଭାଟିପଡ଼ାରେ ପାନୀୟ ଜଳ ସମସ୍ୟାକୁ ନେଇଁ ବିଶ୍ୱନାଥ ପୁର ଓ ବିଜେପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରୋକ କରିଛନ୍ତି ଗ୍ରାମ ବାସି l ଆଜି ସୋମବାର ବଜାର ଦିନ ହୋଇଥିବାବେଳେ ଯାତାୟାତ ପୁରା ଠପ ହୋଇଯାଇଛି l ଏଥିରେ ଭାଟିପଡ଼ା ଗ୍ରାମବାସୀ ପୂର୍ବରୁ ମଧ୍ୟ ଏହି ପାନୀୟଜଳ ସମସ୍ୟାକୁ ନେଇଁ ପଞ୍ଚାୟତ ରୁ ଆରମ୍ଭ କରି ବ୍ଲକ ପ୍ରଯ୍ୟନ୍ତ ଅନେକ ଗୁହାରି ଆଉ ଅଭିଯୋଗ କରିବା ପରେ ପୁଣି ଥରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡ଼ିଓଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ l ଏମିତି ବାରମ୍ବାର ଅଭିଯୋଗ ପରେ ବି କୌଣସି ପ୍ରକାର ସମସ୍ୟାର ସମାଧାନ ନ ହେବାରୁ ବାଧ୍ୟ ହୋଇ ଆଜି ଗ୍ରାମବାସୀ ସମସ୍ତେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ବିଶ୍ୱନାଥପୁର ଠାରୁ ବିଜେପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ହାଣ୍ଡି, ଗରିଆ ବାଲଟି ରଖି ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ଘଟଣା ସ୍ଥଳରେ ଯନ୍ତ୍ରି ପହଞ୍ଚି ଏକ ଲିଖିତ ପ୍ରତିଶୃତି ପରେ ରାସ୍ତାରୋକ ରୁ ହଟିବୁ ବୋଲି କହୁଥିବା ବେଳେ ଲାଞ୍ଜି ସରପଞ୍ଚ ଯମୁନା ମାଝୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମ ବାସୀଙ୍କୁ ବୁଝା ସୁଝା ପରେ ରାସ୍ତା ରୁ ହଟି ଥିଲେ ଗାଜିନ୍ଦ୍ର ବାଗ, କର୍ଣ୍ଣ ସେଟ, ରଞ୍ଜନ ହରିଜନ, ସୁରତ ହରିଜନ, ଚିତା ହରିଜନ, ସୁମିତ୍ରା ସେଟ, ବିମଳା ହରିଜନ, ଗୁରୁମତି ହରିଜନ ସମେତ ଗ୍ରାମବାସି ।

ଲାଞ୍ଜିଗଡ ବ୍ଲକ ରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ

Related posts

ଆରଡି ଵିଭାଗର ହରିଲୁଟ ପିଛା ଛାଡୁନି,୭କୋଟି ଟଙ୍କାର ନିମ୍ନମାନର ନିର୍ମାଣଧିନ ବିଜୁ ସେତୁର ଛାତ ଦଵିଲା

masiha

ଉତ୍କଳ ଆଲୁମିନା ପକ୍ଷରୁ ସିଏସଆର ମେଳା ଉଦଘାଟିତ

masiha

ବୋରଗୁଡା ଗ୍ରାମପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!