ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଟବାଦଡାରେ ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ୨୫ ତମ ପ୍ରତିଷ୍ଠା ଦିବସ ଧୂମଧାମରେ ପାଳିତ

 ମୟୂରଭଞ୍ଜ -୨୦/୬ ( ମସିହା)ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ହାଟଵାଦଡା ପଞ୍ଚାୟତର ହାଟବାଦଡା ଗ୍ରାମରେ ପ୍ରତ୍ୟକ୍ଷ ଦେବୀ ମା’ ଭଗବତୀଙ୍କ ୨୫ ତମ ପ୍ରତିଷ୍ଠା ଦିବସ ସୋମବାର / ମଙ୍ଗଳବାର ଦୁଇ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ହାଟବାଦଡା ଅଂଚଳର ଧାର୍ମିକ ବ୍ୟକ୍ତି ସ୍ବର୍ଗତ ଶିବ ପ୍ରସାଦ ସାହୁ ଏବଂ ତାଙ୍କ ପତ୍ନୀ ଯଶୋଦା ଦେବୀଙ୍କ ଦ୍ବାରା ମା’ଭଗବତୀ ମନ୍ଦିର ୨୫ ବର୍ଷ ତଳେ ପ୍ରତିଷ୍ଠା ହୋଇଥିଲା ।ପବିତ୍ର ଆଷାଢ ଅମାବାସ୍ୟା ଠାରୁ ପୂଜାର୍ଚ୍ଚନା ହୋଇଥିଲା । ଅମାବାସ୍ୟା ତିଥି ଦିନ ମା’ ଙ୍କ ପୂଜା, ଚଣ୍ଡୀ ପାଠ,ହୋମ, ପୁଷ୍ପାଞ୍ଜଳି ମୁଖ୍ୟ ପୂଜକ ଵିଦ୍ଯାଧର ଶତପଥୀ,ବିଷ୍ଣୁ ପାଣିଗ୍ରାହୀଙ୍କ ଦ୍ବାରା ସଂପନ୍ନ ହୋଇଥିଲା ସୋମବାର ଦିନ ସେହିଭଳି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା, ରାମ ଚରିତ ମାନସ ପଠନ, ସଂନ୍ଧ୍ୟାରେ ଯାଜପୁର ଅଂଚଳର ର ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ମଙ୍ଗଳବାର ଦିନ ମା’ଙ୍କ ପ୍ରତିଷ୍ଠା ଦିବସ ଅବସରରେ ମା’ଙ୍କ ପୂଜାର୍ଚ୍ଚନା, ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ସଂକୀର୍ତ୍ତନ କାର୍ଯ୍ୟକ୍ରମ,,ହୋମ, ଚଣ୍ଡୀପାଠ,ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।କର୍ତା ହିସାବରେ ଧର୍ମପରାୟଣ ଭଗବାନ ସାହୁ ଏବଂ ସହ ଧର୍ମିଣୀ ମୌସୁମୀ ସାହୁ ପୂଜାରେ ବସିଥିଲେ ।ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ପୂଜାର୍ଚ୍ଚନା କରିବା ସହ ମା’ ଭଗବତୀଙ୍କ ଆଶୀର୍ବାଦ ନେଇଥିଲେ ।ଆସ୍ଥା ଓ ବିଶ୍ଵାସ ଅଛି ଯେ କେହି ଭକ୍ତ ମା’ଙ୍କ ପାଖରେ ଆସି ନିଜର କିଛି ଅସୁବିଧା ଗୁହାରି କରନ୍ତି ମା’ନିଶ୍ଚିତ ଭାବରେ ଭକ୍ତର ମାନସିକ ପୂରଣ କରିଥାନ୍ତି ।କେହି ବି ନିଷ୍ଫଳା ହୁଅନ୍ତି ନାହିଁ । ।ହାଟବାଦଡାରେ ଏକ ଭକ୍ତିମୟ ପରିବେଶ ହୋଇ ଉଠିଥିଲା ।କାର୍ଯ୍ୟକ୍ରମରେ ଭଗବାନ ସାହୁ ,ଶ୍ୟାମ ପ୍ରସାଦ ସାହୁ,ସେବା ନିବୃତ ଡାକ୍ତର ପ୍ରସନ୍ନ‌ ସାହୁ,ସେବା ନିବୃତ ଡାକ୍ତର ରବୀନ୍ଦ୍ର ନାଥ ସାହୁ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅବସର ଭବନ ରେ ଉତ୍କଳ ଦିବସ ଓ ୩୭ ତମ ପ୍ରତିଷ୍ଠା ଦିବସ ପାଳନ 

masiha

ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ

masiha

ସରାଗୁଡା ବିଦ୍ୟାଳୟର ଶିକ୍ଷକ ବଦଳିକୁ ନେଇ କାନ୍ଦିଲେ ଛାତ୍ରୀ ଛାତ୍ର 

masiha

Leave a Comment

error: Content is protected !!