ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆକ୍ରମଣର ଶିକାର ହେଲେ ଜିଲ୍ଲାପରିଷଦଙ୍କ ସ୍ବାମୀ 

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ୨୧ ନମ୍ବର ଜୋନ ଜିଲ୍ଲା ପରିଷଦଙ୍କ ସ୍ୱାମୀଙ୍କୁ ଆକ୍ରମଣ କଲେ ବ୍ଲକ ଜେଇ । ଜିଲ୍ଲା ପରିଷଦଙ୍କ ସ୍ୱାମୀ ଆହତ । ବ୍ଲକ ପରିସରରେ ଉତ୍ତେଜନା ଜାରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକ ପରିସରରେ ।

    ଖବର ସଂଗ୍ରହରୁ ଜଣାଯାଇଛି ବାଲିଆପାଳ ବ୍ଲକ ୨୧ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା କାଞ୍ଚନାବାଳା ଜେନାଙ୍କର ସ୍ୱାମୀ ସୁନୀଲ ଜେନା । ଯିଏ କି ଶ୍ରୀମତୀ ଜେନାଙ୍କ ପ୍ରତିନିଧି ହିସାବରେ କାର୍ଯ୍ୟ କରି ଆସୁଛନ୍ତି । ଏହି ଜୋନରେ ବଡ଼ କଷବା ଗ୍ରାମ ଠାରେ ଜିଲ୍ଲାପରିଷଦଙ୍କ ନିଜସ୍ୱ ପାଣ୍ଠି ଓ ଏଫଡିଆର(FDR) ପାଣ୍ଠିର ମିଳିତ ଅର୍ଥରେ ଏକ ପକ୍କା ରାସ୍ତା ନିର୍ମାଣ ହେବାର ଥିଲା । ବ୍ଲକର କାର୍ଯ୍ୟରତ ଜେଇ(JE) ପ୍ରଫୁଲ ମଲ୍ଲିକଙ୍କ ହାତରେ ଏହାର କାର୍ଯ୍ୟଭାର ଥିଲା । ମାତ୍ର ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ଜେଇ(JE) ଏଷ୍ଟିମେଣ୍ଟ ନ କରିବା ଏବଂ କୌଣସି କାର୍ଯ୍ୟ ହେଉ ନ ଥିବାରୁ ଜିଲ୍ଲା ପରିଷଦଙ୍କର ପ୍ରତିନିଧି ଶ୍ରୀ ଜେନା ବ୍ଲକ ପରିସରରେ ପହଂଚି ଜେଇଙ୍କୁ ପଚାରିବା ସହିତ କାହିଁକି ଉକ୍ତ ସ୍ଥାନକୁ ଯାଉନାହାଁନ୍ତି ବୋଲି ପଚାରିବାରୁ JE(ଜେଇ) ଉତକ୍ଷିପ୍ତ ହୋଇ ଜିଲ୍ଲାପରିଷଦ ପ୍ରତିନିଧିଙ୍କୁ ଠେଲାପେଲା କରିବା ସହିତ ମାଡ଼ ମାରିଥିଲେ । ଏଥିରେ ଜିଲ୍ଲାପରିଷଦଙ୍କ ସ୍ୱାମୀ ରକ୍ତାକ୍ତ ହେବା ସହିତ ଆହତ ହୋଇଥିଲେ । ବ୍ଲକ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଥିଲା ।ଜିଲ୍ଲାପରିଷଦ ପ୍ରତିନିଧି ନ୍ୟାୟ ନିମନ୍ତେ ବିଡିଓଙ୍କ ନିକଟରେ ପହଞ୍ଚିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅତିରିକ୍ତ ଜିଲ୍ଲାପାଳ ନବରଙ୍ଗପୁର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା 

masiha

ଓଡିଆ ସାହିତ୍ୟ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଅନୁଷ୍ଠିତ 

masiha

ଡାଇରିଆ ନିୟନ୍ତ୍ରଣ ନିମନ୍ତେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ

masiha

Leave a Comment

error: Content is protected !!