ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଗୋପାଳ ଶ୍ରୀକ୍ଷେତ୍ର ରେ ଘୋଷଯାତ୍ରା:ଦିନତାମମ ରୌଦ୍ର ପ୍ରକୋପ ରଥଟଣା ବେଳେ ଇନ୍ଦ୍ର ଦେବଙ୍କ କୃପାବର୍ଷା

ତେନ୍ତୁଳିଖୁଣ୍ଟି ୨୦/୦୬/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଗୋପାଳ ଶ୍ରୀକ୍ଷେତ୍ର ରେ ଆଜି ଘୋଷଯାତ୍ରା ବହୁ ଆଡମ୍ବର ରେ ସମ୍ପନ୍ନ ହୋଇଯାଇଛି। ପ୍ରାତଃ ଦଶ ଘଟିକାରେ ମନ୍ଦିର ରେ ଶ୍ରୀ ଜୀଉ ଙ୍କ ପ୍ରାତଃ ଆରତୀ ପରେ ନ ଟାରେ ରଥ ପ୍ରତିଷ୍ଠା କରାଯାଇଥିଲା। ତାପରେ ଶ୍ରୀଜୀଉମାନଙ୍କୁ ଖେଚୁଡ଼ି ଅନ୍ନ ଭୋଗ ଦିଆଯାଇଥିଲା। ଶ୍ରୀଜୀଉ ମାନଙ୍କୁ ସେଣାପଟା ବନ୍ଧା ଯାଇଥିଲା ,ମଙ୍ଗଳାଚରଣ ପରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କପହଣ୍ଡି କରାଯାଇଥିଲା । ପ୍ରାୟ 20 ଜଣ ପଣ୍ଡା ଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା। ଛେରା ପହଁରା ପାଇଁ ପାରମ୍ପରିକ ରୀତି ନୀତି ରେ ଗୋପାଳକୃଷ୍ଣ ଭଞ୍ଜ ଙ୍କୁ ନିମନ୍ତ୍ରଣ କରି ନିଆ ଯାଇଥିଲା। ଗୋପାଳ କୃଷ୍ଣ ଭଞ୍ଜ ଛେରା ପହଁରା କରି ଆରତୀ କରିବା ପରେ ଡାହୁକ ବିଭୁ ପଦାରବିନ୍ଦ ରଥ ଙ୍କୁ ନିମନ୍ତ୍ରଣ କରି ଆଣିବା ପରେ ରଥ ଟଣା ଆରମ୍ଭ ହୋଇଥିଲା। ଆଜି ସକାଳ ରୁ ଅପରାହ୍ନ 4 ପର୍ଯ୍ୟନ୍ତ ରୌଦ୍ର ପ୍ରକୋପ ତୀବ୍ରତା ରହିଥିଲା। ତା ପରେ ବର୍ଷା ଯୋଗୁଁ କିଛିଟା ବିଳମ୍ବ ରେ ରଥ ଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା 6 ସୁଦ୍ଧା ରଥ ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲା। ଆଇ ଆଇ ସି ଦୀପକ ଲେଙ୍କା ଙ୍କ ନେତ୍ତୃତ୍ୱରେ ଶାନ୍ତି ଶୃଙ୍ଖଳା ସହ ରଥ ଟଣା ସମ୍ପନ୍ନ ହୋଇ ଯାଇଛି। ବଡ଼ ପଣ୍ଡା ବିଜୟ ପଣ୍ଡା ,ସନ୍ତୋଷ ଚୌଧୁରୀ , ମହେଶ୍ୱର ମହାପାତ୍ର , ସର୍ବେଶ୍ୱର ପତି, ଆନନ୍ଦ ନେପାକ , ଭଗବାନ ସାହୁ , ଶ୍ରୀଧର ପଣ୍ଡା , ଅଶୋକ ମିଶ୍ର ଶ୍ରୀନିବାସ ମିଶ୍ର ମିଟୁ ମିଶ୍ର ,ସୁଶାନ୍ତ ସାହୁ ଜଗବନ୍ଧୁ ପାଣିଗ୍ରାହୀ ଭାସ୍କରପଣ୍ଡା ,ପ୍ରମୋଦ ପଣ୍ଡା କିଶୋର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ମୁଖ୍ୟ ପୂଜକ କୃଷ୍ଣ ଚନ୍ଦ୍ର କରଶର୍ମା ସମସ୍ତ ପୂଜା ବିଧି କରି ଥିଲେ। ବର୍ଷା ରେ ସହସ୍ରାଧିକ ଭକ୍ତ ରଥ ବହୁ ଉତ୍ସାହର ସହ ଟାଣିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

Sunil Chandra Nayak

ଭଦଯାପିତ ହେଲା ମନ୍ଦିର ପ୍ରତିଷ୍ଠା ଉସ୍ଵବ

Sunil Chandra Nayak

ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!