ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜୁନାଗଡ଼ ରେ ପବିତ୍ର ଘୋଷ ଯାତ୍ରା ସମାରୋହରେ ପାଳିତ

ଜୁନାଗଡ ,୨୧/୬(ମ ନି ସ)ଜୁନାଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ମହାପ୍ରଭୁ ଜଗନ୍ନାଥ ଙ୍କ ପବିତ୍ର ଘୋଷଯାତ୍ରା ପ୍ରବଳ ଉତ୍ସାହ ର ସହ ପାଳିତ ହୋଇଯାଇଛି। ସହରର ଦଧି ବାମନ,ଦଙ୍ଗାଘଟପଡା ଶ୍ରୀ ପତିତପା ବନ,କଲମପୁର ଛକ ଜଗନ୍ନାଥ ମନ୍ଦିର ଓ ହୋଞ୍ଜିଲି ବହିଲି ଜଗନ୍ନାଥ ମନ୍ଦିର ଠାରେ ପବିତ୍ର ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଦଙ୍ଗାଘାଟପଡା ମନ୍ଦିର ଠାରେ ସକାଳୁ ପାରମ୍ପରିକ ରୀତିନୀତି ଅନୁଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରାଯାଇଥିଲା।ସେହିପରି ଛେରାପହଁରା, ପହଣ୍ଡି ପରେ ଠାକୁରମାନଙ୍କ ରଥାରୂଢ ସମ୍ପନ୍ନ ହୋଇଥିଲା।ଅପରାହ୍ଣନ ୪ଟା ସମୟରେ ରଥ ଟଣା ହୋଇଥିଲା।ପ୍ରବଳ ଜନ ସମାଗମ ସହ ପାରମ୍ପରିକ ଘଣ୍ଟ ବାଦ୍ୟ,ସଂକୀର୍ତ୍ତନ, ଲୋକବାଦ୍ୟ ଓ ଆଧୁନିକ ବାଦ୍ୟର ତାଳେତାଳେ ରଥଟଣା ହୋଇଥିଲା ଦଙ୍ଗାଘାଟପଡା,ବ୍ରହ୍ମଣପଡା, ମାର ବାଡ଼ି ବସ୍ତି ,ପୁରୁଣାବସଷ୍ଟାଣ୍ଡ ହୋଇ ବଡ଼ପଡା ମାଉସୀମା ମନ୍ଦିରରେ ପହଞ୍ଚି ଥିଲା ।ପୂଜକ ଭାବେ ରଜନୀ, ମୁଖ୍ୟ ଉପଦେଷ୍ଟା ଜଗଜୀବନ ମାଝୀ, ରବୀନ୍ଦ୍ର ଦୁରିଆ, ମିଳୁ ମାଝୀ, ସତ୍ୟନାରାୟଣ ବୈଶ୍ୟ ପ୍ରମୁଖ ଉପସ୍ଥିତ ରହି ଯାତ୍ରା କାର୍ଯ୍ୟ ତୁଲାଇଥିଲେ।ସେହିପରି ଦାଧିବାମନ ରଥ ରାଧାକୃଷ୍ଣ ମାଉସୀମା ମନ୍ଦିର, ଠାରେ ପହଞ୍ଚିଥିଲା।କଲମପୁର ଛକ ମନ୍ଦିର ରଥ ତ୍ରିନାଥ ମନ୍ଦିର ମାଉସୀମା ମନ୍ଦିର ଓ ହିଂଜିଲି ବାହିଲି ରଥ ମୁଖ୍ୟ ରାସ୍ତା ନୂଆ ବସ୍ଷ୍ଟାଣ୍ଡ ହୋଇ ହସ୍ପିଟାଲ ଛକ ମାଉସୀମା ମନ୍ଦିରରେ ପହଞ୍ଚିଥିଲା।ଏହିସବୁ ରଥଯାତ୍ରାରେ ପାଗ ଅନୁକୂଳ ଥିବାରୁ ପ୍ରବଳ ଜନ ସମାଗମ ହୋଇଥିଲା।ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ଥଣ୍ଡା ପାଣିର ବ୍ୟବସ୍ଥା କରାଯାଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ଓ ଶାନ୍ତିଶୃଖଳା ରକ୍ଷ୍ୟା କରାଯାଇଥିଲା।କଲମପୁର ଛକରୁ ତ୍ରିନାଥ ମନ୍ଦିର ପର୍ଯନ୍ତ ପ୍ରବଳ ଟ୍ରାଫିକ ଜାମ ଦେଖିବାକୁ ମିଳିଥିଲା। ବ୍ଲକର ଚିଚେଗୁଡ଼ା, ମହିଚଲା, ହାବଶପୁର,ନନ୍ଦୋଳ, ଦେଦର, କୋଲିଗାଁ, କୁଲିହାରି, ଖସିଗୁଡା,ଦାସିଗା,ଓ ବିଭିନ୍ନ ସ୍ଥାନରେ ପ୍ରବଳ ଉତ୍ସାହ ସହ ମହାପ୍ରଭୁ ଜଗନ୍ନାଥ ଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଦାସୀ ଗାଁ ରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ମଣ୍ଡପରେ ମୃଣ୍ମୟୀ ଦୁର୍ଗାଙ୍କ ସପ୍ତମୀ ପୂଜା : ସହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

Sunil Chandra Nayak

ବଳରାମ ଜୀଉଙ୍କ ମନ୍ଦିର ରେ ମାଘ ମାସ ର ଷଟ୍ ତିଳା ଏକାଦଶୀ ନୀତି ପାଳିତ

masiha

Leave a Comment

error: Content is protected !!