ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ର ରେଳ ଓ ଟେଲିକମ୍ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଜନଜାଗରଣ ମଞ୍ଚ ଓ ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି

ବାଲେଶ୍ଵର,୨୧/୬/୨୩- ବାଲେଶ୍ଵର ଜିଲ୍ଲା ନିଳଗିରି- ଖଇରା- ଆନନ୍ଦପୁର- ଘଟଗାଁ ତାରିଣୀ ପୀଠ ଦେଇ କେନ୍ଦୁଝର ପର୍ଯ୍ୟନ୍ତ ଏକ ରେଳପଥର ଆବଶ୍ୟକତା ଅନୁଭବ କରି ଜନଜାଗରଣ ମଞ୍ଚ ଖଇରା ଏବଂ ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି ତରଫରୁ ଦୀର୍ଘଦିନ ହେବ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀଙ୍କୁ ଦାବି ଜଣାଇ ଆସୁଅଛି ମଞ୍ଚ ଓ କମିଟି । ବିଭାଗ ପଦକ୍ଷେପ ନେବାରେ ବିଳମ୍ବ ଅନୁଭବ ମନେକରି ତା ୨୦/୬/୨୦୨୩ ରିଖରେ ବାଲେଶ୍ଵର ସର୍କିଟ ହାଉସ ପରିସରରେ କେନ୍ଦ୍ର ରେଳ ଓ ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ପୁନର୍ବାର ଦାବିପତ୍ର ପ୍ରଦାନ କଲା ମଞ୍ଚ ଓ କମିଟି । ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ରେଳପଥ ଓ ଖଇରା ଠାରେ ବିଏସଏନଏଲ(BSNL) ସବ୍-ଡିଭିଜିନାଲ ଅଫିସ୍ ପ୍ରତିଷ୍ଠା ଅନ୍ତର୍ଭୁକ୍ତ ଥିଲା । ଉକ୍ତ ଦାବିପତ୍ର ପ୍ରଦାନ ବେଳେ ମଞ୍ଚ ଓ କମିଟିର ସଭାପତି ଉମେଶ ଚନ୍ଦ୍ର ନାୟକ, ମଞ୍ଚ ସମ୍ପାଦକ ନିରଞ୍ଜନ ବେହେରା, କମିଟିର ସମ୍ପାଦକ ଠାକୁର ରଣଜିତ ଦାସ, ଆବାହକ ଅଭିରାମ ମହାପାତ୍ର ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଲମ୍ବୋଦର ନାୟକ ଓ ଲକ୍ଷ୍ମୀଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଦାବିପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ । ମଞ୍ଚ ଓ କମିଟି ତରଫରୁ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାରମ୍ବାର ଅଭିଯୋଗ ପରେ, ପାଣୀ ନିଷ୍କାସନର ବାଟ ଫିଟିଲା

Sunil Chandra Nayak

ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା ଧର୍ମଗଡ ବ୍ଲକ ଅଞ୍ଚଳ 

masiha

ପାନପୋଷି- ଶିମିଳିନାଳି ର ଶ୍ରୀ ଶ୍ରୀ ଯୋଗେଶ୍ୱର ବାବା ଶୈବପୀଠରେ ଶିମିଳିପାଳ ଗ୍ରୁପ ଇନଷ୍ଟିଚ୍ଯଟ ତରଫରୁ ଶ୍ରଦ୍ଧାଳୁଙ୍କୁ କଞ୍ଚାବୁଟ ଓଦହି ସରବତ ବଣ୍ଟନ 

masiha

Leave a Comment

error: Content is protected !!