ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୈବଲ୍ୟ ସାହିତ୍ୟ ସଂସଦର ବଡ଼ଦାଣ୍ଡ ସମ୍ମାନ ସମାରୋହ

ପବିତ୍ର ରଥଯାତ୍ରା ଅବସରରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରଥଯାତ୍ରା ପଥ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । କୈବଲ୍ୟ ସାହିତ୍ୟ ସଂସଦର ଅତିଥି ମାନେ ଯୋଗଦେଇ ପୁରୀ ବଡ଼ଦାଣ୍ଡରେ ରଥଯାତ୍ରା ପଥ ମହୋତ୍ସବ ଉଦ୍ଘାଟନ କରିଥିଲେ । ସମସ୍ତ ଅତିଥି ଜୟ ଜଗନ୍ନାଥ ଜୟଗାନ କରି ବଡ଼ଦାଣ୍ଡ ପରିକ୍ରମା କରିଥିଲେ । ମୁଖ୍ୟ ଅତିଥି ଡ଼କ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ଜଗନ୍ନାଥ ବିଶ୍ଵବାସୀଙ୍କ ଆତ୍ମଚେତନାର ଠାକୁର ବୋଲି ସ୍ୱଳ୍ପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ବିଜୟ ଦାସ( ବିଶିଷ୍ଟ ଅତିଥି), ସୁଭବ୍ରତ ମହାପାତ୍ର, ସୁରଭି ଦ୍ବିବେଦୀ, ଜନରଞ୍ଜନ୍ ପ୍ରଧାନ, ଗଗନ କୁମାର ପ୍ରଧାନ, ସସ୍ମିତା ପଟ୍ଟନାୟକ, ବିଦ୍ୟାଧର ଖଟୁଆ,ବିପିନ ବିହାରୀ ଦଳେଇ, ବିଶ୍ବରଂଜନ ମହାନ୍ତି,ଅଶୋକ କୁମାର ବେହେରା,ଗଗନ ବିହାରୀ ପ୍ରଧାନ,ପ୍ରଭାସିନୀ ମିଶ୍ର,ନିରଞ୍ଜନ ନାୟକ, ଗୋବିନ୍ଦ ଚନ୍ଦ୍ର ଫରକ୍, ମନୋରମା ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବଡ଼ଦାଣ୍ଡ ପରିକ୍ରମା କରିଥିଲେ ଏବଂ ସେବା ସଂଗଠନକୁ ଏବଂ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅତିଥି ମାନେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଆଧ୍ୟାତ୍ମିକ ପୁସ୍ତକ ପ୍ରଦାନ କରିଥିଲେ । ଆଶୁ କବି ଜନ ରଞ୍ଜନ ପ୍ରଧାନ ବଡ଼ଦାଣ୍ଡରେ କୈବଲ୍ୟ ସାହିତ୍ୟ ସାଂସଦ ଏବଂ କୋଟି କୈବଲ୍ୟ ନାଥଙ୍କ ବିଷୟରେ ସୁନ୍ଦର କବିତା ଗାନ କରିଥିଲେ । ଅତିଥି ମାନେ ଦୁଇଶହ ସାମାଜିକ ସେବା ଅନୁଷ୍ଠାନକୁ ବଡ଼ଦାଣ୍ଡ ସେବା ସମ୍ମାନ ପ୍ରଦାନ କରି ଉତ୍ସାହିତ କରିଥିଲେ । ଶହେ ଜଣ ସମାଜସେବୀ ଙ୍କୁ ବଡ଼ଦାଣ୍ଡ ସେବା ସମ୍ମାନ ପ୍ରଦାନ କରିଥିଲେ । ଶହେ ଜଣ ଅତି ବିଶିଷ୍ଟ ବ୍ୟକ୍ତି, ସେବାୟତ ଏବଂ ବିଦେଶୀ ନାଗରିକଙ୍କୁ ଓଡ଼ିଶା ରଥଯାତ୍ରା ସଂସ୍କୃତି ସମ୍ମାନ ପ୍ରଦାନ କରିଥିଲେ । ଉକ୍ତ ଅବସରରେ ଋଷୀୟ ନାଗରିକ ଜଗନ୍ନାଥ ଭକ୍ତଙ୍କୁ ଓଡ଼ିଶା ଚାରିୟଟ ଫେଷ୍ଟିଭାଲ କଲଚର୍ ସମ୍ମାନ ପ୍ରଦାନ କରାଯାଇଥିଲା । ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ରଞ୍ଜନ ଦାସ , ଆଇ ଏ ଏସ ଏବଂ ପୋଲିସ ବିଭାଗର ଅମିତେନ୍ଦ୍ର ନାଥ ସିଂହ୍ନା, ଆଇ ପି ଏସ ଙ୍କୁ ରଥଯାତ୍ରା ସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା ।କୈବଲ୍ୟ ସାହିତ୍ୟ ସାଂସଦ ର କର୍ମକର୍ତ୍ତା ରଥ ଟାଣିବା କାର୍ଯ୍ୟରେ ଯୋଗଦାନ କରିଥିଲେ ଏବଂ ଆଶୁ ଚିକିତ୍ସା କାର୍ଯ୍ୟରେ ମଧ୍ୟ ଭକ୍ତ ମାନଙ୍କୁ ସାହାଯ୍ୟ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସମ୍ପାଦକ ଡ଼. ସଂଗ୍ରାମ କେଶରୀ ସାମନ୍ତରାୟ ଏବଂ ସଭାପତି ଶ୍ରୀମତୀ ବିଜୟା ଲକ୍ଷ୍ମୀ ସାମନ୍ତରାୟ କୈବଲ୍ୟ ସାହିତ୍ୟ ସଂସଦ ଜଗନ୍ନାଥ ସଂସ୍କୃତି ପ୍ରଚାର ପାଇଁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ କରିବ ବୋଲି ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶାର ପ୍ରଥମ ସାହିତ୍ୟ ଅନୁଷ୍ଠାନ ହିସାବରେ କୈବଲ୍ୟ ସାହିତ୍ୟ ସାଂସଦ ରଥଯାତ୍ରା ପଥ ମହୋତ୍ସବ ପୁରୀ ବଡ଼ଦାଣ୍ଡରେ ପାଳନ କରିଛି । କୈବଲ୍ୟ ସାହିତ୍ୟ ସଂସଦ ର ସମସ୍ତ କର୍ମକର୍ତ୍ତା ଏହି କାଜ୍ୟକ୍ରମର ସଫଳତା ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

Regional level Divyang Conference held at Rayagada

masiha

ବ୍ଲକ ଅଧ୍ୟକ୍ଷା ଙ୍କ କଥା ରଖିଲେ ଉଠା ଜଳସେଚନ ବିଭାଗ,ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଆଜିଠୁ ଜଳସେଚନ

masiha

କାମାକ୍ଷାନଗର ଗସ୍ତରେ ବାଣିଜ୍ୟ ପରିବହନ ଓ ସ୍କିଲ ଡେଭଲପମେଣ୍ଟ ସଚିବ ଉଷା ପାଢ଼ୀ 

Leave a Comment

error: Content is protected !!