ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷା ସାଙ୍ଗକୁ ବଜ୍ରାଘାତ, ଜଳିଗଲା ୪ ବଖରା ଘର

ବାଲେଶ୍ଵର,୨୨/୬/୨୩- ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ଅନ୍ତର୍ଗତ ଜୟୀଗଡ଼ ଗ୍ରାମରେ ବଜ୍ରାଘାତରେ ୪ ବଖରା ଘର ପୋଡି ନଷ୍ଟ ହୋଇଯାଇଛି । ଖବର ସଂଗ୍ରହରୁ ଜଣାଯାଇଛି କି ତା ୨୧/୬/୨୩ ରିଖ ଅପରାହ୍ନରେ ହଠାତ୍ ବର୍ଷା ସହିତ ବଜ୍ରାଘାତ ହୋଇଥିଲା । ଯେଉଁଥିରେ ଗ୍ରାମର ଗୟାଧର ସେଠୀଙ୍କର ୪ ବଖରା ପୋଡି ନଷ୍ଟ ହୋଇଛି । ପ୍ରାଥମିକ ତଦନ୍ତରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ଜଣାପଡିଛି । ତହସିଲ ପ୍ରଶାସନ ତରଫରୁ ତଦନ୍ତ ହେଲେ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ପରିମାଣ ଜଣାପଡିବ ବୋଲି ଆଶା କରାଯାଇଛି । ଖଵର ପାଇ ଖଇରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଘରପୋଡିରେ ପରିବାର ଲୋକେ ସମ୍ପୂର୍ଣ୍ଣ ବେସାହାରା ହୋଇ ପଡିଛନ୍ତି । ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେଵାକୁ ସମ୍ପୃକ୍ତ ଅଞ୍ଚଳବାସୀ ଦାଵି କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗାଁ କୁ ଦାଦନ ବେଣୁଧର ସୁନାଙ୍କ ଶବ ଫେରୁଛି

Sunil Chandra Nayak

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ଭୂବନେଶ୍ବର ଏମ୍ସ ସିଇଓଙ୍କ ରାଇରଙ୍ଗପୁର ଗସ୍ତ !  ଆସନ୍ତା ୧୯ ତାରିଖରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏମ୍ସର ଅଭିଜ୍ଞ ଚିକିତ୍ସା ବିଶେଷଜ୍ଞଙ୍କ ଦ୍ଵାରା ନିଃଶୁଳ୍କ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ନେଇ ସୂଚନା

Sunil Chandra Nayak

Leave a Comment

error: Content is protected !!