ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟପାଳଙ୍କ ଦ୍ୱାରା “ଶ୍ରୀଜଗନ୍ନାଥ ବାଟିକା ତଥ୍ୟାବଳୀ’ ଉନ୍ମୋଚିତ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଶ୍ରୀ ଜଗନ୍ନାଥ ବାଟିକା ତଥ୍ୟାବଳୀ’କୁ ରାଜଭବନ ପରିସରରେ ଉନ୍ମୋଚନ କରିଛନ୍ତି । ପୁସ୍ତକରେ ରଥର ଚତୁର୍ଦ୍ଧାମୂର୍ତ୍ତି, ପାଶ୍ୱ ଦେବାଦେବୀଙ୍କ ବିଗ୍ରହ ପାଇଁ ନିମ୍ବଗଛ ଆବଶ୍ୟକ ପଡୁଥିବାବେଳେ ରଥ ନିର୍ମାଣ ପାଇଁ ଫାସି, ଶାଳ, ଧଉରା, ଅସନ, ମହି, ଶିମିଳି, ପାଳଧୁଆ, ଦେବଦାରୁ, ମହାନିମ୍ବ, କଦମ୍ବ, କଂସ, ଗମ୍ଭାରୀ ଓ ଗାଳଚୁଆ ଆଦି ଗଛ ଆବଶ୍ୟକତା ଅଛି ବୋଲି ଏହି ପୁସ୍ତକରେ ସ୍ଥାନ ପାଇଥିବାରୁ ରାଜ୍ୟପାଳ ଖୁସି ପ୍ରକଟ କରିଥିଲେ । ଓଡ଼ିଶାର ଜନସାଧାରଣଙ୍କୁ ମହାପ୍ରଭୁ ଓ ରଥଯାତ୍ରା ନିମନ୍ତେ ଆବଶ୍ୟକ ଏହି ଗଛଗୁଡିକ ଲଗାଇବା ନିମନ୍ତେ ଆହ୍ୱାନ ଦେଇଥିଲେ । 

ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଛତିଶା ନିଯୋଗର ମୁଖ୍ୟ ସେବକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଅନ୍ୟତମ ସେବକ ଜୟ ନାରାୟଣ ମହାପାତ୍ର, ମହିପ୍ରକାଶ ମଠର ମହନ୍ତ ଶ୍ରୀ ଶୁଭବାନନ୍ଦ ମହାରାଜ, ଅଭିନେତା ସବ୍ୟସାଚୀ ମିଶ୍ର, ପୂର୍ବତନ ପ୍ରଶାସକ ମଧୁସୂଦନ ମିଶ୍ର, ଆନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଓ ସଶକ୍ତିକରଣ ପରିଷଦର ଓ ଆଇଡିଏମ୍‌ଟିର ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ରାଉତ ଓ କବି ରକ୍ଷକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୁସ୍ତକରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜାବିଧି ନିମନ୍ତେ ଆବଶ୍ୟକ ଫୁଲ, ଫଳ ଓ ବିଭିନ୍ନ ପୂଜା ପର୍ବାଣୀର ତଥ୍ୟ ସ୍ଥାନ ପାଇଛି ବୋଲି ଲେଖକ ଡ. ଶ୍ରୀଚନ୍ଦନ ପ୍ରକାଶ କରିଥିଲେ ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ରାଉରକେଲା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

masiha

ନିର୍ବାଚନ କୁ ଶୃଙ୍ଖଳିତ କରିବା ପାଇଁ ସିଂଲା ପୋଲିସ ଏବଂ ସ୍ଥାନୀୟ ଜନପ୍ରତିନିଧି ଙ୍କ ବୈଠକ

masiha

ରାଉରକେଲା ବନ ବିଭାଗ ପକ୍ଷରୁ ଏକ ପେଡ୍ ମା କେ ନାମକୁ ନେଇ ୭୭ତମ ବନ ମହୋତ୍ସବ-୨୦୨୬ ପାଳିତ

Leave a Comment

error: Content is protected !!