ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶାତାଜା ଖବର

ଆଜିଠୁ ଚେକିଂ ହେବ ହାଇ ସିକ୍ୟୁରିଟି ନମ୍ବର , HSRP ନଥିଲେ ଗଣିବେ ୫ରୁ ୧୦ ହଜାର ଫାଇନ୍‌

ଏମ୍ ଭି ଆକ୍ଟ, ୧୯୮୮, ଧାରା ୧୯୨ ଅଧୀନରେ ଯଦି ଗାଡିଟିରେ HSRP ନଥିବ, ତେବେ ସେହି ଗାଡି ବିରୋଧରେ ଇ-ଚାଲାଣ କଟାଯିବ । ତହା ସହ ପାଞ୍ଚ କିମ୍ବା ଦଶ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ।

ନୂଆ ନମ୍ବରପ୍ଲେଟ୍‌ ନଲଗାଇଥିଲେ ଅଜିଠାରୁ କଡ଼ା କାର୍ଯ୍ୟାନୁଷ୍ଠାନ । ୦୭.୦୬.୨୩ ସୁଦ୍ଧା ମୋଟ ୪୦,୯୩,୬୦୮ ଗାଡି ମାଲିକ ସ୍ଲଟ୍ ବୁକ୍ କରିଛନ୍ତି, ସେଥିମଧ୍ୟରୁ ୩୫,୮୭,୫୭୭ ଗାଡିରେ HSRP ଲଗାଯାଇଛି । ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି । ଏନେଇ ପୂର୍ବରୁ ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ ଏବଂ ଏନଫୋର୍ସମେଣ୍ଟ ଲାଲମୋହନ ସେଠୀ (ସଡକ ସୁରକ୍ଷା) ସୂଚନା ଦେଇଥିଲେ ।

ଏମ୍ ଭି ଆକ୍ଟ, ୧୯୮୮, ଧାରା ୧୯୨ ଅଧୀନରେ ଯଦି ଗାଡିଟିରେ HSRP ନଥିବ, ତେବେ ସେହି ଗାଡି ବିରୋଧରେ ଇ-ଚାଲାଣ କଟାଯିବ । ତହାସହ ୫୦୦୦/ – କିମ୍ବା ୧୦, ୦୦୦/ – ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । CMVR, ୧୯୮୯ର ନିୟମ ୫୦ ଅନୁଯାୟୀ, ସମସ୍ତ ଯାନକୁ HSRP ସହିତ ସଂଲଗ୍ନ କରିବା ବାଧ୍ୟତାମୂଳକ ବୋଲି ପୂର୍ବରୁ କୁହାଯାଇଛି ।

ଓଡିଶା ରେଜିଷ୍ଟ୍ରେସନ୍ ମାର୍କ ଥିବା ୦୧.୦୪.୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ଲଗେଇବାର ଅବଧି ୨୮.୦୨.୨୩ ତାରିଖରେ ଶେଷ ହୋଇଥିଲା । ଏହା ଦେଖାଯାଉଛି ଯେ କିଛି ଗାଡି HSRP ରେଜିଷ୍ଟ୍ରେସନ୍ ପ୍ଲେଟ୍ ନଲଗାଇ ରାସ୍ତାରେ ଗାଡି ଚଳାଉଛନ୍ତି । ରାଜ୍ୟ ପରିବହନ ପ୍ରାଧିକରଣ, ଓଡିଶା ୨୩ଜୁନ୍ ୨୦୨୩ରୁ HSRP ବିନା ଚାଲୁଥିବା ଯାନଗୁଡିକୁ ଚିହ୍ନଟ କରିବା ଏବଂ ଦଣ୍ଡବିଧାନ ପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ୍‌ର ଯୋଜନା କରିଥିଲେ । ଯାହା ହେଉଛି ଆଜିର ତାରିଖ, ତେଣୁ ଏହି ନିୟମ ଲାଗୁ ହେବାକୁ ଯାଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରେଳ ଦୁର୍ଘଟଣାରେ ଆସିଲା ମୃତାହତଙ୍କ ସଂଖ୍ୟା, ଅପରାହ୍ନ ୨ଟା ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଛି। ୭୪୭ ଜଣ ଆହାତ, ୫୬ ଜଣ ସଙ୍କଟାପନ୍ନ ଅଛନ୍ତି । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି

ଫେବୃଆରୀ ୩ରୁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

masiha

ସଂଶୋଧୃତ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ଘରକୁ ଘର ସର୍ଭେ

Sunil Chandra Nayak

Leave a Comment

error: Content is protected !!