ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିନ୍ନକ୍ଷମ ସୁଶାନ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମ ବାସୀଙ୍କ ଦାବି

ଗୋଳାମୁଣ୍ଡା/୨୩/୬/ନିର୍ଭୟ, ନିରପେକ୍ଷ ମସିହା/ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରୀବ ଲୋକଙ୍କ ପାଇଁ ଅନେକ ପ୍ରକାର ସହାୟତା ଯୋଜନା ରହିଛି, ହେଲେ ଅଭାଗା ନିଜର ଦୁଃଖକୁ ଜଣାଇଥିଲେ ମଧ୍ୟ ସରକାରୀ କର୍ମଚାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ଆଜି ସେହି ଯୋଜନାରେ ଗରୀବ ଲୋକେ ବାଟବଣା ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ଫରଙ୍ଗ ପଞ୍ଚାୟତର କର୍ଲାଗୁଡା ଗ୍ରାମର ଜଣେ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁ(୨୦)ପିତା, ରାଜକିଶୋର ସାହୁର ବିଷୟରେ ଆମେ କହୁ ନାହିଁ, କେବଳ ପରିବାରଙ୍କ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରକାଶ କରିଛନ୍ତି ଯେ, ସୁଶାନ୍ତ ସାହୁ ଙ୍କ ବାପା ରାଜକିଶୋର ସାହୁ ଏକ ଗରୀବ ପରିବାର ହେତୁ ସୁଶାନ୍ତ ଦୈନିକ କୁଳିମଞ୍ଜୁରୀ କଲେ ପରିବାରଙ୍କ ପ୍ରତିପୋଷଣ ହେଉ ଥିଲା,ହେଲେ ଦୁର୍ଭାଗ୍ୟ ବଶତଃ ଦିନେ ସୁଶାନ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଘର କାର୍ଯ୍ୟରେ ନିୟୋଜିତ ଥିବାରୁ ନିକଟରେ ଥିବା ବିଦୁତ ହଠାତ ହାତରେ ବାଜି ଯିବାରୁ ସ୍ଥାନୀୟ ଜୁନାଗଡ଼, ଭବାନୀପାଟଣା ମେଡ଼ିକାଲରେ ଚିକିତ୍ସା କରି ଥିଲେ ମଧ୍ୟ କୌଣସି ସଫଳତା ନ ମିଳିବାରୁ ବିଶାଖାପାଟଣାରେ ଚିକିତ୍ସା କରିବା ପରେ ଦୁଇଟି ହାତ ଡାକ୍ତର କାଟି ଦେଇଥିଲେ, ହେଲେ ସୁଶାନ୍ତର ଦୁର୍ଘଟଣା ପରେ ପରିବାର ପକ୍ଷରୁ ଘରର ଯାହା କିଛି କଂସା ବାସନ ଥିଲା ସବୁତକ ବିକ୍ରୟ କରି ଚିକିତ୍ସାରେ ଖର୍ଚ୍ଚ କରା ଯାଇ ଥିଲେ ମଧ୍ୟ ସବୁଦିନ ପାଇଁ ଭିନ୍ନକ୍ଷମ ହେବାରୁ ବାପମାଆ ମନରେ ଘୋର ଚିନ୍ତା ବଡି ଯିବା ସହିତ ଘରରେ ବି ଅସୁବିଧାର ସଂମୁଖୀନ ଦେଖିବାକୁ ମିଳୁଛି, ହେଲେ ସରକାରଙ୍କ ଏଭଳି ବ୍ୟକ୍ତି ଙ୍କ ପ୍ରତି ଅନେକ ସହାୟତା ରହିଛି, ସେଥି ମଧ୍ୟରୁ କେବଳ ଭତା ଖଣ୍ଡିକ ମିଳୁଛି, ତାଙ୍କୁ ଅନ୍ତଦ୍ୟୟ ଚାଉଳ ଏବଂ ସରକାରୀ ବିଜୁପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବସ ଗୃହ ଏବଂ କୁତ୍ରିମ ହାତ ଯୋଗାଇ ଦେବାକୁ ସ୍ଥାନୀୟ ୱାର୍ଡ ମେମ୍ବର ରୁଦ୍ର ପଧାନ,ବବୂବାହନ ପଧାନ, ନରେନ୍ଦ୍ର ପଧାନ ପ୍ରମୁଖ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋଳାମୁଣ୍ଡା ଙ୍କୁ ଅନୁରୋଧ କରିଛନ୍ତି, ଏହି ସମ୍ପର୍କରେ ବିଡିଓ ଶ୍ରୀଧର ପଣ୍ଡା ଙ୍କୁ ମତାମତ ନେବାରୁ ସେ କହିଛନ୍ତି ଯେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ନୃତ୍ୟ ସଂଗମ-୨୦୨୪ “ଯୁବ ପ୍ରତିଭା” ପାଇଁ ନାମ ଘୋଷଣା

masiha

ଏ.ବି.ସି.ଏସ.ମାଧ୍ୟମିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

masiha

ଗୋପାଳ ସ୍ମୃତି ବିଦ୍ୟାପୀଠର ପ୍ଲାଟିନମ ଜୁବୁଲି ଉତ୍ସବ ପାଳିତ 

masiha

Leave a Comment

error: Content is protected !!