ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୌସୁମୀ ର ଆଗମନ: ଚାଷୀକୁ ମିଳିଲା ଆସ୍ବସ୍ତି

ତେନ୍ତୁଳିଖୁଣ୍ଟି:- ୨୪/୦୬/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଚାଷୀଙ୍କ ପାଇଁ ମୌସୁମୀ ହେଉ ଅବା ଲଘୁଚାପ ବର୍ଷା ବର୍ଷା ର ଆଗମନ ଅଞ୍ଚଳର ମକା ଧାନ ଚାଷୀ ମାନଙ୍କ ପାଇଁ ଆସ୍ବସ୍ତି ଆଣିଛି। ।ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ମକାମିଶନ ଯୋଜନାରେ ନବରଙ୍ଗପୁରଜିଲ୍ଲା ପାଇଁ 2000ହେକ୍ଟର ଟାର୍ଗେଟ ଆସିଥିବା ବେଳେ ତେନ୍ତୁଳିଖୁଣ୍ଟି ବ୍ଲକ ରେ 200ହେକ୍ଟର ମଧ୍ୟ ରୁ100ଖାଲି ମକା ଓ100 ହେକ୍ଟରମକା ସହ ହରଡ଼ ରହିଛି ସରକାର ଏହି ଯୋଜନାରେ ଚାଷ କରୁଥିବା ଚାଷୀ ପାଇଁ  ହେକ୍ଟର ପ୍ରତି 1700 ସହ  ମାଈକ୍ର ନିଉଟ୍ରେନ  ଯୋଗେଇ ଦେଇଛନ୍ତି।ଚାଷ ମଧ୍ୟ 70% ଲଗାଇ ଥିବା ତେନ୍ତୁଳିଖୁଣ୍ଟି ବ୍ଲକ କୃଷି ବିଭାଗ ଅଧିକାରୀମାନସ ରଞ୍ଜନ ନାୟକ ପ୍ରକାଶ କରିଛନ୍ତି। 5800ହେକ୍ଟର ମକା ଓ6460ହେକ୍ଟର ଧାନ ଚାଷ ପାଇଁ ଚାଷୀ କ୍ଷେତ୍ର ପ୍ରସ୍ତୁତ କରିଥିବା ସହକାରୀକୃଷି ଅଧିକାରୀ ନାୟକ କହିଛନ୍ତି ।ହେଲେ ମୌସୁମୀ ଆଗମନରେ ବିଳମ୍ବ କାରଣ ସ୍ତାନୀୟ ଚାଷୀ ପାଇଁ ମୁଣ୍ଡ ବ୍ୟଥା ହୋଇଥିଲା ବେଳେ ଅକ୍ଷୟ ତୃତୀୟା ପରେ ପରେ ଚାଷୀ ଅଦିନିଆ ବର୍ଷା ରେ ଚଷା କାମ ସାରି ତଳି ଜମିରେ ପକେଇ ଥିଲେ।ମୌସୁମୀ ଲୁଚକାଳି ଖେଳ ଚାଷୀ କୁ ଚିନ୍ତା ବଡେଇ ଦେଇଥିଲା।ତଳିରେ କିଆରି ରେ କିଏ କଉଡ଼ି ରେ ପାଣି ବହୁଥିଲା ତ କିଏ ଭଡା ପାଣି ଟାଙ୍କି ର ସାହାଯ୍ୟ ରେ ପାଣି ମଡାଉଥିଲା।ହେଲେ କାଳ ମୌସୁମୀ ବର୍ଷା ଚାଷୀଙ୍କୁ ଶାନ୍ତି ଦେଇଛି।ତେନ୍ତୁଳିଖୁଣ୍ଟି ବ୍ଲକ ରେ ନଦୀ ନାଳ ନଥିବା ହେତୁ ଚାଷୀ ଭଗବାନ ଭରସାରେ ଚାଷ କରୁଥିବା ବେଳେ ଉଠା ଜଳସେଚନ ବିଭାଗ ର ଦାଇତ୍ଵ ହୀନ କାର୍ଯ୍ୟ ଯୋଗୁ ଚାଷୀ ସରକାର ଯୋଜନାରେ ଲାଭ ପାଇପାରୁ ନାହାନ୍ତି।ବିଗତ ଦିନରେ ଵୋରୱେଲ କାର୍ଯ୍ୟ ରେ ବିଫଳ ହୋଇଥିବା ଚାଷୀଙ୍କୁ ପୁନର୍ବାର ନ କରି ଜମାରାଶି ଫେରସ୍ତ ନେବା ପାଇଁ କହିଥିଲେ।ଉଠା ଜଳସେଚନ ବିଭାଗ।ବ୍ଲକ ଓ ପଂଚାୟତ ରେ ଚାଷୀଙ୍କୁ ମୋ ପୋଖରୀ ଓ କୂପ ନିର୍ମାଣ ପାଇଁ କାଗଜ ପତ୍ର ରେ କିନ୍ତୁ ଚାଷୀଙ୍କ ପାଇଁ ଗୋଟିଏ ବି କାମରେ ଆସୁନାହିଁ।ପ୍ରକାଶ ଥାଉକି ତେନ୍ତୁଳିଖୁଣ୍ଟି ବ୍ଲକ ଗୋଟିଏ ଚାଷ ବହୁଳ ଅଂଚଳ ଅଟେ କିନ୍ତୁ ଚାଷିଂକ ପାଇଁ କୃଷି ବିଭାଗ ବ୍ୟତୀତ ଆଉ କୋୖଣସି ବିଭାଗ ଅଧିକାରୀ ଙ୍କ ଦରଦ ନାହିଁ।ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କଲେ ଚାଷୀ ନିଜ ଚଷା କାମରେ ଛାଡି ଅନ୍ୟ ରାଜ୍ୟ କୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି ଯଦି ବ୍ଲକ ଓ ଅନ୍ୟ ବିଭାଗ ଯତ୍ନବାନ ହୋଇଥାନ୍ତେ ଦାଦନ ନଥାନ୍ତେ।

 ଆଉ କୋୖଣସି ବିଭାଗ ଅଧିକାରୀ ଙ୍କ ଦରଦ ନାହିଁ ।ଚାଷ ଓ ଚାଷୀ ପାଇଁ ନେତା ଓ ପ୍ରଶାସନିକ ଅଧିକାରୀ କାହାର ଟିକେ ଦରଦ ନ ଥିବା ଚାଷୀ ମହଲ ରେ ଚର୍ଚ୍ଚା ହେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଦକ୍ଷିଣ ପୂର୍ବ ରେଳଜୋନ ର ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟିକୁ ରେଳ ବ୍ୟବହାରକାରୀ ସଂଘ ସଭାପତି ମନୋନୀତ

Sunil Chandra Nayak

ଧର୍ମଗଡ: ନଵଦିନାତ୍ମକ ଶ୍ରୀ ରାମ ଚରିତ ମାନସ ପାରାୟଣ ଓ ମହାଯଜ୍ଞ ଉଦଯାପିତ

masiha

ଲଡୁଗାଁ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ଶିବିର ଉଦଯାପିତ

masiha

Leave a Comment

error: Content is protected !!