ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତପୁର ସରପଞ୍ଚଙ୍କ ଦୁଃଖଦ ମ୍ରୁତ୍ୟୁ, ଅଞ୍ଚଳରେ ଶୋକର ଛାୟା

ନର୍ଲା,(ମସିହା)ନର୍ଲା ବ୍ଲକ ଶାନ୍ତପୁର ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଋତିକା କୁମାର(୨୩)ଙ୍କ ଦୁଃଖଦ ମ୍ରୁତ୍ୟୁ ଘଟିଛି ! ସେ କିଛିଦିନ ଧରି ଅସୁସ୍ଥ ଥିଲେ ! ଆଜି ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରସ୍ଥିତ ଏମ୍ସକୁ ନିଆଯାଉଥିବାବେଳେ ମ. ରାମପୁର ନିକଟରେ ତାଙ୍କର ମ୍ରୁତ୍ୟୁ ଘଟିଥିଲା ! ସେଠାରୁ ଫେରାଇ ଆଣି ଆଜି ସନ୍ଧ୍ୟାରେ ଗାଁ ମଶାଣିରେ ତାଙ୍କର ଦାହସଂସ୍କାର କରାଯାଇଛି ! ତାଙ୍କ ଅକାଳ ବିୟୋଗରେ ନର୍ଲା ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ! ତାଙ୍କ ବିୟୋଗରେ ନର୍ଲା ବିଧାୟକ ଭୂପିନ୍ଦର ସିଂହ, ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ବିଡିଓ ବାସନ୍ତୀ ସେଠୀ, ଜିପିଇଓ କ୍ଷିତୀଶ ଚନ୍ଦ୍ର ନାଏକ, ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସମିତିସଭ୍ୟାଙ୍କ ପ୍ରତିନିଧି ନିର୍ମଳ ସେଠୀ, ସର୍ଗିଗୁଡ଼ା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ବଡ଼ଧାରପୁର ସରପଞ୍ଚ ପର୍ଶୁରାମ ହରପାଲ, ରୁପ୍ରାରୋଡ଼ ସରପଞ୍ଚ ହେମନ୍ତ ଭୋଇ, ଶାନ୍ତପୁର ସମିତିସଭ୍ୟ ଜୟ ମେହେର, ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ଯୋଷୀ, ପୂର୍ବତନ ସରପଞ୍ଚ ଲୋକନାଥ ସା, ଟିକେଧର ସାହୁ, ସମସ୍ତ ୱାର୍ଡସଭ୍ୟ/ସଭ୍ୟା, ଉଲିକୁପା ସରପଞ୍ଚ ପ୍ରତିନିଧି ଚିତ୍ରସେନ ଶବର, ନିଶାଣପୁର ସରପଞ୍ଚ ପ୍ରତିନିଧି ମନୋଜ କରୁଆଁ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ଼, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସାଧାରଣ ସଂପାଦକ ସୂର୍ଯ୍ୟ ନାରାୟଣ କୁମାର, ଉପଦେଷ୍ଟା ପ୍ରକାଶ ସାଗର, ଉପସଭାପତି ତଥା ସରିଆଁ ସରପଞ୍ଚ ଓମ୍ ପ୍ରକାଶ ଛତ୍ରିଆ, ନର୍ଲା ବ୍ଲକ ଉପଦେଷ୍ଟା ବଳରାମ ହରପାଲ, କାର୍ଯ୍ୟକାରୀ କମିଟି ସଦସ୍ୟ ସୁଶୀଲ କୁମାର ବାଗ, ଗୋବିନ୍ଦ ତାଣ୍ଡି, ମୂରଲୀ ସୁନା, ସମାଜସେବୀ ରୁଦ୍ରପ୍ରସାଦ ସାହୁ, ସତ୍ୟବାଦୀ ସାହୁ, ଚଣ୍ଡିଦାସ ସାହୁ, ସୁଦର୍ଶନ ଦୋରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ! ତାଙ୍କ ଶବାଧାରରେ ବହୁବିଶିଷ୍ଟ ବ୍ୟକ୍ତିଙ୍କ ସମେତ ପରିବାର, ବନ୍ଧୁବର୍ଗ ଓ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ନିଜ ପ୍ରତିନିଧିଙ୍କୁ ଶେଷଦର୍ଶନ କରିଥିଲେ !

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ବନଶ୍ରୀ ସାଧନା କକ୍ଷ ଲୋକାର୍ପିତ 

masiha

ବ୍ୟାସ କବି ଫକିରମୋହନ ସେନାପତିଙ୍କ ଜନ୍ମ ଦିନ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦର ଭବ୍ୟ କାର୍ଯ୍ୟକ୍ରମ

Sunil Chandra Nayak

ରୋଟାରୀ କ୍ଳବ୍ ଅଫ୍ ରାଇରଙ୍ଗପୁର ରୟାଲ ଆନୁକୁଲ୍ୟରେ ଗୋଲେଇ ଛକରେ ଶାନ୍ତି ସ୍ତୁପ ଏବଂ ଭରଣ୍ଡିଆ ୟୂପି ସ୍କୁଲର ଵିଶୁଦ୍ଧ ଜଳ ବ୍ୟବସ୍ଥା ସ୍ଥାପନା ଓ ସମ୍ବର୍ଦ୍ଧନା ଉତ୍ସବ 

masiha

Leave a Comment

error: Content is protected !!