ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୩୩ ଛାତ୍ର ଛାତ୍ରୀ ୯ ଶ୍ରେଣୀ କୁ ତିନି ଶିକ୍ଷକ , ଶିକ୍ଷା ଦାନର ଦୁରାବସ୍ଥା

୧୩୩ ଛାତ୍ର ଛାତ୍ରୀ ୯ ଶ୍ରେଣୀ କୁ ତିନି ଶିକ୍ଷକ , ଶିକ୍ଷା ଦାନର ଦୁରାବସ୍ଥା

 ନର୍ଲା ୧୫/୭  କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ତ ଅସୁରଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଓ ଶିଶୁବାଟିକା କୁ ମିଶାଇ ମୋଟ ନଟି ଶ୍ରେଣୀ କୁ ୧୩୩ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏହି ସ୍କୁଲ ରେ ମାତ୍ର ତିନିଜଣ ଶିକ୍ଷକ ଥିବାରୁ ଶିକ୍ଷ୍ୟା ଦାନରେ ବ୍ୟାପକ ଦୁରାବସ୍ଥା ଦେଖିବାକୁ ମିଳିଛି ଏ ନେଇ ଶିକ୍ଷା ପରିଚାଳନା କମିଟି ସ୍ଥାନୀୟ ବିଧାୟକ ଓ ବ୍ଲକ ଶିକ୍ଷା ଅଧିକାରୀ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ଆଣିଛନ୍ତି ଏବଂ ବ୍ଲକ ଶିକ୍ଷା ଅଧିକାରୀ ତୁରନ୍ତ ଏହି ସ୍କୁଲ କୁ ଶିକ୍ଷକ ପ୍ରଦାନ ନ କରନ୍ତି ତା ହେଲେ କୌଣସି ବି ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବୁ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।ଏବଂ ନର୍ଲା ବ୍ଲକ ଅନେକ ସ୍କୁଲରେ ଛାତ୍ର ସଂଖ୍ୟା ଅନୁଯାଇ ଶିକ୍ଷକ ଅଧିକ ଥିବାବେଳେ କଣ ପାଇଁ ଶିକ୍ଷକ ଟିଏ ପାଇଁ ଅଭିଭାବକ ମାନଙ୍କୁ ଆନ୍ଦୋଳନ ଓ ଧାରଣା କୁ ଓଲ୍ଲାଇବାକୁ ପଡୁଛି ବୋଲି ଶିକ୍ଷା ପରିଚାଳନା କମିଟି ଅଭିଯୋଗ ଆଣିବା ଶହ ଏଥିପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କ ପରିଚାଳନାଗତ ତ୍ରୁଟି କୁ ଦାୟି କରିଛନ୍ତି କାରଣ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅନ୍ୟତ୍ର ବଦଳି ହୋଇ ଥିଲେ ବି ଗାଦି ଛାଡୁ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ପ୍ରକାଶ କରିଛନ୍ତି। ଏଣୁ ଏଦିଗରେ ଜିଲ୍ଲା ପାଳ ତୁରନ୍ତ ଦୃଷ୍ଟି ଦେଇ ଛାତ୍ର ସଂଖ୍ୟା ଅନୁଯାଇ ଅଧିକଶିକ୍ଷକ ଥିବା ସ୍କୁଲ ରୁ ଶିକ୍ଷକ ମାନଙ୍କୁ ନିଆଯାଇ ଶିକ୍ଷକ ନିଅଣ୍ଟ ଭରଣା କରିବା ପାଇଁ ଦାବି ହୋଇଛି।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ମହାନଗରରେ ଆରଏସଏସ ଦ୍ୱାରା ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ 

masiha

ସଚେତନ ନାଗରିକ ମଞ୍ଚ ତରଫରୁ ସ୍ୱାଧୀନତା ଦିବସ ପାଳନ 

Sunil Chandra Nayak

ବାସନ୍ତୀ ପାଠାଗାରର ସ୍ବତନ୍ତ୍ର ସାହିତ୍ୟ ଆସର, କବିତା ପାଠ ଓ ସିଧା କଥା 

Sunil Chandra Nayak

Leave a Comment

error: Content is protected !!